/odishatv-khabar/media/post_attachments/uploadimage/library/16_9/16_9_0/Recipe_1752511625.jpg)
Recipe
ପ୍ରାୟ ସମସ୍ତେ ପନିର ଖାଇବାକୁ ପସନ୍ଦ କରନ୍ତି । ପନିରର ଅନେକ ଡିସ୍ ପ୍ରସ୍ତୁତ କରାଯାଏ । ଚିଲି ପନିର ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସେ । ଏହାକୁ ରୁଟି, ପରଟା ଓ ଭାତ ସହ ଖାଇପାରିବେ ।
ଆବଶ୍ୟକ ସାମଗ୍ରୀ (୪ ଜଣ ପାଇଁ)
ପନିର ୨୫୦ ଗ୍ରାମ , ମଇଦା ୨ ଚାମଚ, କର୍ଣ୍ଣଫ୍ଲାୱାର ୩ ଚାମଚ, ଲୁଣ , ଲାଲ ମରିଚ ଗୁଣ୍ଡ ଅଧା ଚାମଚ, ତେଲ
ଗ୍ରେଭି ପାଇଁ ଦରକାର
ଗୋଟିଏ ସିମଲା ଲଙ୍କା (ଛୋଟ ଛୋଟ କାଟିବେ ), ଗୋଟିଏ ପିଆଜ (ଛୋଟ ଛୋଟ କାଟିବେ ) , ରସୁଣ (ଟିକି ଟିକି କରି କାଟିବେ) , ଚୁନଚୁନ କଟା ହୋଇଥିବା ଅଳ୍ପ ଦା, ୨ଟି କଞ୍ଚା ଲଙ୍କା (ଟିକି ଟିକି କରି କାଟିବେ) , ସୋୟା ସସ୍ ୨ ଚାମଚ, ଟମାଟୋ ସସ୍ ୧ ଚାମଚ, ଚିଲି ସସ୍ ୧ ଚାମଚ, ଭିନେଗାର ୧ ଚାମଚ, କର୍ଣ୍ଣଫ୍ଲାୱାର ୧ ଚାମଚ ,ଗୋଲମରିଚ ଗୁଣ୍ଡ ଅଧା ଚାମଚ
ଅଧିକ ପଢନ୍ତୁ: ଘରେ ବନାନ୍ତୁ ନରମ ନରମ ଓଟ୍ସ ଇଟଲି
ପ୍ରସ୍ତୁତ ପ୍ରଣାଳୀ
-ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲାୱାର, ଲୁଣ, ଓ ଲାଲ ମରିଚ ଗୁଣ୍ଡ ମିଶାଇ ଅଳ୍ପ ପାଣି ଦେଇ ଏକ ମୋଟା ବ୍ୟାଟର ତିଆରି କରନ୍ତୁ।
-ପନିର ଟୁକୁଡ଼ା ଗୁଡ଼ିକୁ ଏହି ବ୍ୟାଟରରେ ବୁଡ଼ାଇ ଗରମ ତେଲରେ ମିଡିୟମ ଆଞ୍ଚରେ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ ।
-ପନିରକୁ ଏକ ଟିସୁ ପେପର ଉପରେ ରଖି ଅତିରିକ୍ତ ତେଲକୁ କାଢି ନିଅନ୍ତୁ।
-ଅନ୍ୟ ଏକ ପ୍ୟାନରେ ୨ ଚାମଚ ତେଲ ଗରମ କରନ୍ତୁ। ରସୁଣ, ଅଦା, ଓ କଞ୍ଚା ଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ (ଗନ୍ଧ ବାହାରିବା ପର୍ଯ୍ୟନ୍ତ)।
-ପିଆଜ ଓ ସିମଲା ଲଙ୍କା ପକାଇ ଉଚ୍ଚ ଆଞ୍ଚରେ ଗୋଟେରୁ ୨ ମିନିଟ ଭାଜନ୍ତୁ
-ସୋୟା ସସ୍, ଟମାଟୋ ସସ୍, ଚିଲି ସସ୍, ଓ ଭିନିଗାର ପକାନ୍ତୁ। ଭଲ ଭାବେ ମିଶାନ୍ତୁ
-ସ୍ବାଦ ଅନୁଯାୟୀ ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ଆଞ୍ଚକୁ କମେଇ ଦିଅନ୍ତୁ
-ପରେ କର୍ଣ୍ଣଫ୍ଲାୱାର ଓ ପାଣିର ମିଶ୍ରଣ ପକାଇ ଗ୍ରେଭିକୁ ବହଳିଆ କରନ୍ତୁ । ଆଉ ୨ ମିନିଟ ରାନ୍ଧନ୍ତୁ ।
-ଛଣା ପନିର ଗୁଡ଼ିକୁ ଗ୍ରେଭିରେ ପକାଇ ଆସ୍ତେ ଆସ୍ତେ ମିଶାନ୍ତୁ, ଯେପରି ପନିର ଗ୍ରେଭିରେ ଭଲ ଭାବେ ମିଶିଯିବ ।
-ପ୍ରସ୍ତୁତ ହୋଇଗଲା ଚିଲି ପନିର । ଏହାକୁ ଗରମ ଗରମ ପରଷନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)