Advertisment

Hair Care Tips: ମୁଣ୍ଡରେ ହାତ ମାରିଦେଲେ ଉପୁଡୁଛି କି ଚୁଟି; ଘରେ ତିଆରି କରି ଲଗାନ୍ତୁ ଏହି ଶାମ୍ପୁ, ବନ୍ଦ ହେବ ସମସ୍ୟା

ଆଜିକାଲି ଚୁଟି ଝଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ତେବେ ଚୁଟି ଝଡ଼ିବା ରୋକିବା ପାଇଁ ଘରୋଇ ଶାମ୍ପୁ ବ୍ୟବହାର କରିବା ସବୁଠାରୁ ଭଲ ଉପାୟ। ତେବେ ଏହାକୁ ଘରେ କିପରି ତିଆରି କରିବେ ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
If you face dandruff and hairfall issue in winter use homemamde shampoo

If you face dandruff and hairfall issue in winter use homemamde shampoo

ପ୍ରତ୍ୟେକ ଝିଅ ନରମ, ଲମ୍ବା ଆଉ ଚକଚକିଆ ଚୁଟି ଚାହାଁନ୍ତି। ଏନେଇ ସେମାନେ ବଜାରରେ ମିଳୁଥିବା ବିଭିନ୍ନ ସାମ୍ପୁ ଆଣି ବ୍ୟବହାର କରନ୍ତି। କିନ୍ତୁ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ ବଜାରର ଶାମ୍ପୁ ବ୍ୟବହାର କରିବା ଦ୍ୱାରା ଚୁଟି ଝଡିବା ସମସ୍ୟା ବଢିଥାଏ। ବଜାରର ସାମ୍ପୁ ବ୍ୟବହାର ବୃଦ୍ଧି ହେତୁ ଚୁଟି ଶୀଘ୍ର ପତଳା ହେବା ଆରମ୍ଭ କରେ।

Advertisment

ଆପଣ ଯଦିବି ଏପରି ଦ୍ରବ୍ୟ ବ୍ୟବହାର ନକରିବେ ତେବେ ମଧ୍ୟ ପ୍ରଦୂଷଣ, ଧୂଳି, ମାଟି ଏବଂ ସୂର୍ଯ୍ୟ କିରଣ ଯୋଗୁଁ ଚୁଟି ନଷ୍ଟ ହୋଇପାରେ। ତେବେ ଚୁଟି ଝଡ଼ିବା ରୋକିବା ପାଇଁ ଘରୋଇ ଶାମ୍ପୁ ବ୍ୟବହାର କରିବା ସବୁଠାରୁ ଭଲ ଉପାୟ।

If you face dandruff and hairfall issue in winter use homemamde shampooଚନ୍ଦାପଣର ସମାଧାନ

ସମସ୍ତ ପ୍ରାକୃତିକ ଉପାଦାନ ଏହି ଶାମ୍ପୁ ପ୍ରସ୍ତୁତ କରିବାରେ ବ୍ୟବହୃତ ହୁଏ। ଆପଣ ଏହାକୁ ନିଜେ ଘରେ ତିଆରି କରିପାରିବ। ଏହା ଦ୍ୱାରା କମ ଟଙ୍କାରେ ପାଣ ପ୍ରାକୃତିକ ଶାମ୍ପୁ ମଧ୍ୟ ପାଇ ପାରିବେ। ତେବେ ଏହାକୁ ଘରେ କିପରି ତିଆରି କରିବେ ଆସନ୍ତୁ ଜାଣିବା…

Advertisment

କ’ଣ ନେବେ:

ବିଶେଷକରି ଶୀତଦିନେ, ଚୁଟି ଝଡ଼ିବା ସମସ୍ୟା ବଢିଯାଏ ଏବଂ ଚନ୍ଦା ହେବା ସମସ୍ୟା ମଧ୍ୟ ବଢିବାରେ ଲାଗେ। ଘରେ ତିଆରି ସାମ୍ପୁ ଏହି ସମସ୍ୟାଗୁଡ଼ିକୁ ହ୍ରାସ କରିପାରେ। ଏହିପରି ସାମ୍ପୁ ତିଆରି କରିବା ପାଇଁ ଚାଉଳ, ମେଥି ଆଲୋଭେରା, ପେଶି, କେସର ମଞ୍ଜି ନିଅନ୍ତୁ।

ଏହି ଆୟୁର୍ବେଦିକ ଜିନିଷଗୁଡିକ ଦୋକାନରୁ ମିଳିଯିବ। ସାମ୍ପୁ ତିଆରି କରିବା ପୂର୍ବରୁ ସମସ୍ତ ଉତ୍ପାଦକୁ ଦୁଇରୁ ତିନିଥର ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ତା’ପରେ ଏହାକୁ ୭ରୁ ୮ଘଣ୍ଟା ପର୍ଯ୍ୟନ୍ତ ଭିଜାନ୍ତୁ। ତା’ପରେ ୧୦-୧୫ ମିନିଟ୍ ପାଇଁ ଏହି ସବୁକୁ ପାଣିରେ ଫୁଟାନ୍ତୁ। ରାନ୍ଧିବା ପରେ, କେସର ମଞ୍ଜି ବାହାର କରି ଫିଙ୍ଗିଦିଅନ୍ତୁ।

If you face dandruff and hairfall issue in winter use homemamde shampooକ’ଣ ନେବେ
 
ଥଣ୍ଡା ହେବା ପରେ ଏହି ମିଶ୍ରଣକୁ ଗ୍ରାଇଣ୍ଡ୍ କରନ୍ତୁ। ଏହା ଏକ ମୋଟା ପେଷ୍ଟ ହୋଇଯିବ। ଏହି ପେଷ୍ଟକୁ ଏକ ଡବାରେ ରଖନ୍ତୁ ଏବଂ ଏଥିରେ ପାଣି ମିଶାଇ ଚୁଟି ସଫା କରିବାରେ ବ୍ୟବହାର କରନ୍ତୁ। ଏହି ସାମ୍ପୁକୁ ଏକ ସପ୍ତାହ ପାଇଁ ରଖାଯାଇ ପାରିବ।

ବ୍ୟବହାରର ଲାଭ:

  • ଚାଉଳ - ଚାଉଳ କିମ୍ବା ଚାଉଳ ପାଣି ଚୁଟି ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଚୁଟିକୁ ଛିଣ୍ଡିବା ଏବଂ ଉପୁଡିବାରୁ ରକ୍ଷାକରେ।
  • ମେଥି ମଞ୍ଜି - ମେଥି ମଞ୍ଜିରେ ପ୍ରୋଟିନ୍ ଏବଂ ନିକୋଟିନିକ୍ ଏସିଡ୍ ଥାଏ। ଏହା ଚୁଟିକୁ ପୋଷଣ ଯୋଗାଏ। ଏହାଛଡା, ଏହାର ଆଣ୍ଟି-ଫଙ୍ଗଲ୍ ଗୁଣ ଚୁଟିରେ ଫଙ୍ଗଲ୍ ସଂକ୍ରମଣକୁ ରୋକିଥାଏ।
  • ପେଶି ମଞ୍ଜି - ପେଶି ମଞ୍ଜିରେ ଓମେଗା-୩ ଫ୍ୟାଟି ଏସିଡ୍ ଭରପୂର ଥାଏ। ଏହା ଚୁଟିକୁ ଶକ୍ତିଶାଳୀ ଏବଂ ସୁସ୍ଥ କରିଥାଏ। ଏଥିରେ ଥିବା ବିଟା କାରୋଟିନ୍ ଚୁଟିକୁ କୋମଳ ଏବଂ ଚକଚକ୍ କରିଥାଏ।
  • କେସର ମଞ୍ଜି - କେସର ମଞ୍ଜି ଚୁଟି ପାଇଁ ବହୁତ ଭଲ। ଏହା ଚୁଟିକୁ ଅଧିକ ଶକ୍ତିଶାଳୀ କରିଥାଏ। ଏହା ଚୁଟି ଝଡିବାକୁ ରୋକିଥାଏ। ଏହାର ବ୍ୟବହାର ଦ୍ୱାରା ଚୁଟି ମଧ୍ୟ ବଢିଥାଏ।
  • ଆଲୋଭେରା - ଆଲୋଭେରା ଚୁଟିକୁ ବଢେଇବାରେ ସାହାଯ୍ୟ କରେ ଏବଂ ଚୁଟିକୁ ମୋଟା କରାଏ। ଏହା ଚୁଟିକୁ ତତକ୍ଷଣାତ୍ ଆର୍ଦ୍ରତା ଯୋଗାଏ।
Hair Care Tips And Trick
Advertisment
Advertisment