Advertisment

Crab Masala: ଯଦି ଆପଣଙ୍କୁ କଙ୍କଡା ତରକାରୀ ପସନ୍ଦ ତେବେ ଏହି ଷ୍ଟାଇଲରେ ବନାନ୍ତୁ

ଭାତ ଓ ରୁଟି ସହ ଖାଇପାରିବେ କଙ୍କଡ଼ା ମସଲା । ମଟନ ତରକାରୀ ବି ଭୁଲିଯିବେ । ଥରେ ବନେଇଲେ ଘରେ କହିବେ ବାରମ୍ବାର ତିଆରି କରିବାକୁ । ଛାଡ଼ଖାଇରେ ବନାନ୍ତୁ ଆପଣଙ୍କ ତାରିଫ ନକରି ରହିପାରିବେନି ଘର ଲୋକ

author-image
Manasranjan Mohanty
ଅଦ୍ୟତନ ହୋଇଛି
crab masala

crab masala

ଆବଶ୍ୟକ ସାମଗ୍ରୀ

କଙ୍କଡ଼ା, ନଡ଼ିଆ କୋରା, ପିଆଜ, ଅଦା, ରସୁଣ, ପୋସ୍ତ, ଜୀରା, ଲବଙ୍ଗ, ଡାଲଗିନି, ଗୁଜୁରାତି, ଗୋଲମରିଚ, ଧନିଆ ଓ ତେଜପତ୍ର, ଲୁଣ, ହଳଦୀ ଗୁଣ୍ଡ ଓ ଲେମ୍ବୁ ରସ, ତେଲ, ଧନିଆଁପତ୍ର, କଞ୍ଚାଲଙ୍କା ।

Advertisment

ପ୍ରସ୍ତୁତି 

ପ୍ରଥମେ କଙ୍କଡ଼ାକୁ ସଫା କରି ତାର ଛୋଟ ଗୋଡ଼କୁ କାଟି ଛାଣି ରଖନ୍ତୁ। କଙ୍କଡ଼ାରେ ଲୁଣ, ହଳଦୀ ଗୁଣ୍ଡ ଓ ଲେମ୍ବୁ ରସ ପକାଇ ମ୍ୟାରିନେଟ୍‌ କରି ରଖନ୍ତୁ। ନଡ଼ିଆ କୋରା, ପିଆଜ, ପୋସ୍ତ, ଜୀରା, ଲବଙ୍ଗ, ଡାଲଗିନି, ଗୁଜୁରାତି, ଗୋଲମରିଚ, ଧନିଆ ଓ ତେଜପତ୍ରକୁ ଭାଜି ବାଟି ରଖନ୍ତୁ।

କଡେଇରେ ତେଲ ଗରମ କରି ଗୋଟା ମସଲା ଓ ପିଆଜ କଟା ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆପତ୍ର, ଟମାଟୋ, କଞ୍ଚାଲଙ୍କା, ଅଦାରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ।

Advertisment

ମସଲା ଅଳ୍ପ କଷି ହେବା ପରେ ପ୍ରସ୍ତୁତ ଥିବା ଗୋଟା ମସଲାବଟା ଓ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ମ୍ୟାରିନେଟ୍‌ କଙ୍କଡ଼ାକୁ ପକାଇ ଗୋଳାଇ ଘୋଷଣୀ ଘୋଡ଼ାଇ ଦିଅନ୍ତୁ।

କିଛି ସମୟ ପରେ ଘୋଡ଼ଣୀ ବାହାର କରି ପ୍ରସ୍ତୁତ କଙ୍କଡ଼ା ଗୋଡ଼କୁ ପକାଇ ଗୋଳାନ୍ତୁ ଓ ଅଳ୍ପ ପାଣି ଦେଇ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ। ୨ରୁ ୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ଧନିଆଁପତ୍ର ଓ କଞ୍ଚାଲଙ୍କା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

ଅଧିକ ପଢନ୍ତୁ: ଚିକେନ୍ ତରକାରୀ ଖାଇ ବୋର୍ ଲାଗିଲାଣି କି ? ଆଜି ହିଁ ଟ୍ରାଏ କରନ୍ତୁ ଏହି ଡିସ୍

Advertisment
Related Articles
Advertisment