/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753097155.jpg)
Viral Video
ବିବାହ ଏକ ଖାସ ମୁହୁର୍ତ୍ତ ଉଭୟ ବର ଓ କନ୍ୟା ପାଇଁ । କାରଣ ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ସେମାନେ ପରସ୍ପରକୁ ସାତ ଜନମ ପାଇଁ ଜୀବନ ସାଥୀ ବାଛନ୍ତି । କିନ୍ତୁ ଏବେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।
ବିବାହ ଭଳି ଖାସ ମୁହୂର୍ତ୍ତରେ ସମସ୍ତଙ୍କର ଧ୍ୟାନ କେବଳ ରୀତିନୀତି ଉପରେ ରହିଥାଏ, କିନ୍ତୁ ଜଣେ କନ୍ୟା ବେଶରେ ସଜେଇ ହୋଇଥିବା ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯିଏ ମଣ୍ଡପକୁ ଯିବା ପୂର୍ବରୁ ପାଠପଢ଼ାରେ ବ୍ୟସ୍ତ ରହିଛନ୍ତି । ଏହି ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ଭାବୁଛନ୍ତି କିଭଳି ନିଜ ବିବାହରେ ଜଣେ ପଢିପାରିବ ।
ବିବାହ ଦିନ ପ୍ରାୟ ସମସ୍ତେ ମେକଅପ୍ ଓ ନିଜକୁ ସଜେଇ ହେବାରେ ବ୍ୟସ୍ତ ରଖିଥାନ୍ତି । ଫଟୋ ଉଠାଇବା ଓ ସାଙ୍ଗସାଥୀଙ୍କ ମେଳରେ କେତେବେଳେ ସମୟ ବିତିଯାଏ କେହି ଜାଣିପାରନ୍ତି ନାହିଁ । କିନ୍ତୁ ଏହି ଭିଡିଓରେ ଜଣେ ଯୁବତୀ ନିଜ ବିବାହ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛନ୍ତି । ଲାଲ ରଙ୍ଗର ଲେହଙ୍ଗାରେ ପରୀଟିଏ ଭଳି ଦେଖାଯାଉଛନ୍ତି । ସେ ଏକ ଚୌକିରେ ବସିଛନ୍ତି ଓ ହାତରେ ତାଙ୍କର ମୋବାଇଲ ଅଛି । ସେ ଫୋନରେ କିଛି ପଢୁଥିବାର ଦେଖିବାକୁ ମିଳିଛି । ପୂରା ଧ୍ୟାନ ତାଙ୍କର ପାଠ ପଢ଼ାରେ ।
ଚାରିପାଖରେ ଅତିଥିମାନେ ଅଛନ୍ତି । ଗହଳି ବି ହୋଇଛି । କିନ୍ତୁ ଯୁବତୀ ଜଣକ କୌଣସି ଜିନିଷର ଚିନ୍ତା କରୁ ନାହାନ୍ତି। ସେ କେବଳ ପାଠ ପଢ଼ାରେ ମଗ୍ନ ରହିଛନ୍ତି ।ଯେମିତି ଆସନ୍ତା ଦିନ ତାଙ୍କର କୌଣସି ବଡ଼ ପରୀକ୍ଷା ଅଛି। ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ।
ଏପର୍ଯ୍ୟନ୍ତ ହଜାର ହଜାର ଲୋକ ଭିଡିଓକୁ ଦେଖି ସାରିଛନ୍ତି। ଭିଡିଓରେ ଅନେକ ଲୋକ କମେଣ୍ଟ କରିଛନ୍ତି । ଜଣେ ଲେଖିଛନ୍ତି, “ଭାଇ! ଏମିତି କେହି ନିଜ ବିବାହରେ କରେ?” ଆଉ ଜଣେ ଲେଖିଛନ୍ତି “ନିଶ୍ଚିତ ତା’ର କାଲି ପରୀକ୍ଷା ଥିବ!” ଅନ୍ୟ ଜଣେ ମଜାରେ କହିଛନ୍ତି “ଯିଏ ପଢେ , ସେ ଯେକୌଣସି ଜାଗାରେ ପଢ଼ିପାରେ... ମଣ୍ଡପ ବି ଠିକ୍ ଅଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)