/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753342550.jpg)
Chili Chicken
ଚିଲି ଚିକେନ ଏକ ଲୋକପ୍ରିୟ ଇଣ୍ଡୋ-ଚାଇନିଜ୍ ଖାଦ୍ୟ, ଯାହା ମସଲାଦାର ଏବଂ ସ୍ୱାଦିଷ୍ଟ। ଛୋଟ ଛୁଆ ହୁଅନ୍ତୁ କି ବୟସ୍କ ଲୋକ ଚିଲି ଚିକେନ ଖାଇବାକୁ ଖୁବ ପସନ୍ଦ କରନ୍ତି । ଆପଣ ଚିଲି ଚିକେନ ଫ୍ରାଏଡ୍ ରାଇସ, ନାନ, ରୁଟି , ପରଟା କିମ୍ବା ଚାଓମିନ ସହ ଖାଇପାରିବେ ।
ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ଅଦା, ରସୁଣ ବଟା – ୫ରୁ୬ ଚାମଚ
ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଅଣ୍ଡା -ଗୋଟିଏ
କର୍ଣ୍ଣଫ୍ଲୋର –ଅଧା କପ
କଟା ପିଆଜ – ୨ଟି
ରସୁଣ -୪ଟି
କଟା ହୋଇଥିବା ଅଦା,ରସୁଣ, କଞ୍ଚା ଲଙ୍କା -୪ଟି
କଟା କ୍ୟାପସିକମ -୧ଟି
ଟମାଟୋ ସସ୍
ଚିଲି ସସ୍
ସୋୟା ସସ୍
ଭିନେଗାର -୧ ଚାମଚ
କଟା ଧନିଆ ପତ୍ର
ଅଧିକ ପଢନ୍ତୁ: ଘରେ ସହଜରେ ବନାନ୍ତୁ, ସମସ୍ତଙ୍କୁ ପସନ୍ଦ ଆସିବ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚିକେନକୁ ଭଲ ଭାବେ ଧୋଇଦିଅନ୍ତୁ । ସେଥିରେ ଅଦା ରସୁଣ ବଟା, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ, ଲୁଣ, ଭିନେଗାର, ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍,ଏକ ଅଣ୍ଡାକୁ ଭାଙ୍ଗି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଚିକେନକୁ ଛାଣି ଏକ ପାତ୍ରକୁ କାଢି ରଖନ୍ତୁ।
ଏବେ ଆଉ ଏକ କଡ଼େଇରେ ପୁଣି କିଛି ତେଲ ପକାଇ ପିଆଜ,କ୍ୟାପସିକମକୁ ଭାଜନ୍ତୁ। ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ।
ଏବେ କଡ଼େଇରେ ପୁଣି ତେଲ ଦେଇ ଛୋଟ ଛୋଟ କଟା ହୋଇଥିବା ଅଦା,ରସୁଣ,କଞ୍ଚାଲଙ୍କା, ଅଳ୍ପ ଅଦା ରସୁଣ ବଟା,ସାମାନ୍ୟ ଲୁଣ, ଲଙ୍କା ଗୁଣ୍ଡ ପକାଇ କଷନ୍ତୁ । କିଛି ସମୟ ପରେ ଏଥିରେ ଭଜା ହୋଇ ରହିଥିବା ପିଆଜ,କ୍ୟାପସିକମ ପକାନ୍ତୁ।
ଏହାର ୨ମିନିଟ ପରେ ଏଥିରେ ଛଣା ହୋଇରହିଥିବା ଚିକେନ ପକାନ୍ତୁ । ଏଥିରେ ଅଳ୍ପ ଟମାଟୋ ସସ୍,ଚିଲି ସସ୍ ପକାଇ ଗୋଟିଏ ମିନିଟ ଗ୍ୟାସରେ ବସାଇ କାଢି ଦିଅନ୍ତୁ। ଏଥିରେ କଟା ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)