Advertisment

Terrorists: ପ୍ରମାଣ ନଷ୍ଟ ପାଇଁ ବ୍ୟବହାର କରୁଥିଲେ ଅଟୋ-ଡିଲିଟ୍ ଆପ୍ , ଅଲ କାଏଦା ସହ ଥିଲେ ଜଡ଼ିତ

ଏହି ଚାରି ଜଣ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରୁଥିବା ବେଳେ ATS ର ରାଡାରରେ ଆସିଥିଲେ। ଗୁଜରାଟ ATS କହିଛି ଯେ ସେମାନେ ତାଙ୍କର ଚାଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଗୁଡ଼ିକର ଯାଞ୍ଚ କରୁଛନ୍ତି ।

author-image
Manasranjan Mohanty
Terrorists

Terrorists

ଗୁଜରାଟରେ ୪ ଅଲ କାଏଦା ଆତଙ୍କୀ ଗିରଫ । ସେମାନଙ୍କୁ ଗୁଜରାଟ ATS ଗିରଫ କରିଛି । ଜଣେ ଆତଙ୍କବାଦୀଙ୍କୁ ଅନ୍ୟ ରାଜ୍ୟରୁ ଗିରଫ କରାଯାଇଛି । ଚାରି ଜଣ ଆତଙ୍କବାଦୀ ଆଲ କାଏଦା ସହିତ ଜଡ଼ିତ ଥିଲେ ଏବଂ ନକଲି ନୋଟ କାରବାର ରାକେଟ ଚଳାଉଥିଲେ ।

Advertisment

ଗିରଫ ଆତଙ୍କୀ ହେଲେ ମହମ୍ମଦ ଫୈକ୍, ମହମ୍ମଦ ଫରଦୀନ, ସେଫୁଲ୍ଲାହ କୁରେଶୀ, ଏବଂ ଜିଶାନ ଅଲୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସନ୍ଦେହଜନକ ଆପ୍ ବ୍ୟବହାର କରି ଅଲ କାଏଦାର ଆଦର୍ଶ ପ୍ରଚାର କରୁଥିଲେ। ସେମାନେ ପ୍ରମାଣ ନଷ୍ଟ କରିବା ପାଇଁ ଅଟୋ-ଡିଲିଟ୍ ଆପ୍ ବ୍ୟବହାର କରୁଥିଲେ।

ଅଧିକ ପଢ଼ନ୍ତୁ: ଅଭିଯୁକ୍ତ ହର୍ଷବର୍ଦ୍ଧନ ଲଣ୍ଡନରୁ ପାଠ ପଢିଛି , ପିତା ଗାଜିଆବାଦର ସବୁଠାରୁ ବଡ଼ ଉଦ୍ୟୋଗପତି ଥିଲେ

Advertisment

ଏହି ଚାରି ଜଣଙ୍କୁ ଜେରା କରାଯାଉଛି। ଗୁଜରାଟ ATS ଅଧିକାରୀମା କହିଛନ୍ତି ଯେ ଅଭିଯୁକ୍ତମାନେ ଦୀର୍ଘ ସମୟ ଧରି ଏହି ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିଲେ। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅଲ କାଏଦା ସହିତ ଯୋଡି ହୋଇଥିଲେ।

ଏହି ଚାରି ଜଣ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରୁଥିବା ବେଳେ ATS ର ରାଡାରରେ ଆସିଥିଲେ। ଗୁଜରାଟ ATS କହିଛି ଯେ ସେମାନେ ତାଙ୍କର ଚାଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକର ଯାଞ୍ଚ କରୁଛନ୍ତି ।

ଏହି ଚାରି ଆତଙ୍କୀ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସହିତ ସମ୍ପର୍କରେ ଆସିଥିଲେ। ଦିଲ୍ଲୀର ମହମ୍ମଦ ଫୈକ୍ ଜଣେ ପାକିସ୍ତାନୀ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ସହିତ ଯୋଗାଯୋଗରେ ଥିଲେ ଏବଂ ତାଙ୍କ ସହ ଭାରତରେ ଜିହାଦୀ କାର୍ଯ୍ୟକଳାପ ପ୍ରଚାର କରିବାର ନେଇ ଆଲୋଚନା କରୁଥିଲେ ।

ଏହି ଚାରି ଅଭିଯୁକ୍ତଙ୍କର ମୁଖ୍ୟ ଏଜେଣ୍ଡା ଥିଲା ଯୁବକମାନଙ୍କୁ ଅଲ କାଏଦା ଆଦର୍ଶ ଆଡ଼କୁ ଆକର୍ଷିତ କରିବା ଓ ହିଂସା ମାଧ୍ୟମରେ ଭାରତରେ ଶାରିଆ ଆଇନ ପ୍ରତିଷ୍ଠା କରିବାକୁ ଉତ୍ସାହିତ କରିବା। ସେମାନେ କେଉଁଠୁ ଅର୍ଥ ପାଇଥିଲେ କି ଓ ସେମାନଙ୍କର ନିର୍ଦ୍ଦିଷ୍ଟ ଯୋଜନା କ’ଣ ଥିଲା ସେନେଇ ତଦନ୍ତ କରୁଛି ଏଟିଏସ ।

ସୂଚନା ମିଳିଛ ସେମାନଙ୍କର ଇନଷ୍ଟାଗ୍ରାମ ପୋଷ୍ଟଗୁଡ଼ିକରେ ଅଲ କାଏଦାର ଆଦର୍ଶ , ଶାରିଆ ଆଇନ ପ୍ରତିଷ୍ଠା ପାଇଁ ଆହ୍ୱାନ ଏବଂ ଉଗ୍ରବାଦୀ ବୟାନ ଥିଲା, ଯାହା ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବାର କ୍ଷମତା ରଖିଥିଲା । ସେମାନେ ନିଜ ପୋଷ୍ଟ ମାଧ୍ୟମରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା, ଭାରତର ସାର୍ବଭୌମତ୍ୱ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ବୟାନ ଦେଉଥିଲେ ।

ଅଧିକ ପଢ଼ନ୍ତୁ: ଛୁଟି କାଟିବାକୁ ଯାଇ ଝିଅକୁ ହତ୍ୟା କଲା ବାପା, ରଚିଲା କିଡନାପ୍ ଡ୍ରାମା, ହ୍ରଦରୁ ମିଳିଲା ଝିଅର ମୃତଦେହ

Gujarat Al Qaeda Terror Activities
Advertisment
Related Articles
Advertisment