• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭିଡିଓ କଲ୍ ମିଟିଂ ବେଳେ କାନ୍ଦି କାନ୍ଦି ଚାକିରିରୁ ଇସ୍ତଫା ଦେଲେ ଇଞ୍ଜିନିୟର । ଇସ୍ତଫା ପରେ ନିଜ ଲିଙ୍କଡିନ୍‌ ଆକାଉଣ୍ଟରେ ପୋଷ୍ଟ କରି ମ୍ୟାନେଜରଙ୍କ ବିରୋଧରେ ‍କ୍ଷୋଭ ଝାଡିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ଅଫିସରେ 'ଟକ୍ସିକ୍ କଲଚର' ନେଇ ସମାଲୋଚନା କରିଛନ୍ତି ୟୁଜର୍ସ।  ଗୁଗୁଲ୍ ମିଟ୍ ଆପ୍ ଜରିଆରେ ଅଫିସ ତରଫରୁ ଚାଲିଥିଲା ଭର୍ଚୁଆଲ ମିଟିଂ । ଯେଉଁଥିରେ ଯୁବ ଇଞ୍ଜିନିୟରଙ୍କୁ ଏକ ପ୍ରୋଜେକ୍ଟ ବିଷୟରେ ବୁଝାଉଥିଲେ ମ୍ୟାନେଜର । ହେଲେ ସମ୍ପୃକ୍ତ ମ୍ୟାନେଜର ଜଣକ ତାଙ୍କୁ ବୁଝାଇବା ସହ ଅପମାନିତ କରିଥିବା ଅଭିଯୋଗ ହୋଇଛି । ସଫ୍ଟୱେର ଇଞ୍ଜିନିୟରଙ୍କ କହିବା କଥା ହେଲା, "ମୁଁ ଠିକ୍‌ ଭାବେ ପରଫର୍ମ ନକରିପାରିବା କାରଣରୁ ରିଜାଇନ କରିନାହିଁ । ବରଂ ଅଫିସରେ ମାହୋଲକୁ ବରଦାସ୍ତ ନକରିପାରିବାରୁ ଇସ୍ତଫା ଦେଇଛି । ଜଣେ ବ୍ୟାଡ୍ ମ୍ୟାନେଜର କମ୍ପାନୀକୁ ନର୍କ କରିଦିଅନ୍ତି ।" 

ସେହିପରି ମିଟିଂ ବେଳେ କାନ୍ଦିବା ପ୍ରସଙ୍ଗରେ ସୋସିଆଲ ମିଡିଆ ଆପ୍ ଲିଙ୍କଡିନ୍‌ରେ ପୋଷ୍ଟ କରି ଇଞ୍ଜିନିୟର ଜଣକ ଲେଖିଛନ୍ତି, "ପ୍ରୋଜେକ୍ଟକୁ ନେଇ ମୁଁ ମ୍ୟାନେଜରଙ୍କୁ ସ୍ପଷ୍ଟତା ମାଗିଥିଲି । ହେଲେ ସେ ମୋତେ ଗାଇଡ୍ କରିବା ବଦଳରେ ସମସ୍ତଙ୍କ ସାମ୍ନାରେ ଅପମାନିତ କଲେ । ମୁଁ କେବଳ ଭଲ ଭାବେ ବୁଝିବା ପାଇଁ ତାଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲି । ସେ କହିଥିଲେ ନିଜେ ଫିଗର୍ ଆଉଟ୍ କରିବା ଶିଖ ।"

"ଖାଲି ସେତିକି ନୁହେଁ, ଯେତେ ଭଲ କାମ କଲେ ସୁଦ୍ଧା ପ୍ରଶଂସା ମିଳିବା ତ ଦୂରର କଥା ଅନ୍ୟ ମାନଙ୍କ ସାମ୍ନାରେ ଅପମାନିତ ହେବାଟା ଥୟ । ସବୁବେଳେ ଅଜବ ସମୟରେ ଫୋନ କଲ୍ ମଧ୍ୟ କରିଥାନ୍ତି । ଏମିତିକି ଚାକିରି ଛାଡିବା ବେଳେ ମଧ୍ୟ ଉପହାସ କରି କହିଛନ୍ତି ଯେ, ନୂଆ କମ୍ପାନୀରେ କେତେ ଦିନ ଯାଏଁ ତିଷ୍ଠି ପାରୁଛ ଦେଖାଯାଉ" ଏପରି କହି କମ୍ପାନୀର ମ୍ୟାନେଜରଙ୍କ ଉପରେ କ୍ଷୋଭ ଝାଡିଛନ୍ତି ସମ୍ପୃକ୍ତ ଯୁବ ଇଞ୍ଜିନିୟର । ସେପଟେ ଇଞ୍ଜିନିୟରଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ୟୁଜର୍ସ । ଜଣେ ୟୁଜର ଲେଖିଛନ୍ତି, " ଭଲ ନେତୃତ୍ୱର ଅଭାବ କୌଣସି ବି କର୍ମଚାରୀଙ୍କ ମନୋବଳ ଭାଙ୍ଗିଦେବ । ଆଉ ମାନସିକ ସ୍ତରରେ ପ୍ରଭାବିତ କରିବ ।" ଆଉ କେହି କେହି ଲେଖିଛନ୍ତି ଯେ, ଖରାପ ମ୍ୟାନେଜରର ଜୁଲୁମ ବହୁତ କିଛି ନଷ୍ଟ କରିଦେଇପାରେ । ଆଉ କିଛି ଜଣ ଲେଖିଛନ୍ତି ଯେ, କୌଣସି କମ୍ପାନୀ ଖରାପ ହୋଇନଥାଏ । ବରଂ ମ୍ୟାନେଜରଙ୍କ ପାଇଁ କମ୍ପାନୀର ଛବି ବଦନାମ ହୋଇଥାଏ ।

ଅଧିକ ପଢନ୍ତୁ : ସାର୍ଟିଫିକେଟ୍ ହଜାଇଦେଲା ଡିଆଇ ଅଫିସ୍, ଚାକିରୀ ପାଇଁ ୩୫ ବର୍ଷ ସଂଘର୍ଷ