Advertisment

Repo Rate: ଖୁସି ଖବର: ୫୦ ବେସିସ୍ ପଏଣ୍ଟ ରେପୋ ରେଟ୍ ହ୍ରାସ କଲା RBI

ପୁଣି କମିଲା ରେପୋ ରେଟ୍ । । ଚଳିତବର୍ଷ ତୃତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ୍ ହୋଇଛି।। ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି RBI। ରେପୋ ରେଟ୍ ୬ ପ୍ରତିଶତରୁ ୫.୫୦%କୁ ହ୍ରାସ ପାଇଥିବା RBI ଗଭର୍ଣ୍ଣର୍ ସଞ୍ଜୟ ମାଲହୋତ୍ରା ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି। ଘର ଓ କାର୍ ଲୋନ୍ ସମେତ ବିଭିନ୍ନ EMI କମିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
RBI

RBI

ପୁଣି କମିଲା ରେପୋ ରେଟ୍ । । ଚଳିତବର୍ଷ ତୃତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ୍ ହୋଇଛି।। ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି RBI।ରେପୋ ରେଟ୍ ୬ ପ୍ରତିଶତରୁ ୫.୫୦%କୁ ହ୍ରାସ ପାଇଥିବା RBI ଗଭର୍ଣ୍ଣର୍ ସଞ୍ଜୟ ମାଲହୋତ୍ରା ପ୍ରେସମିଟ୍‌ କରି  ସୂଚନା ଦେଇଛନ୍ତି। ଘର ଓ କାର୍ ଲୋନ୍ ସମେତ ବିଭିନ୍ନ EMI କମିବ।

Advertisment

ଉଲ୍ଲେଖଯୋଗ୍ୟ, ଏପ୍ରିଲ ମାସରେ ରେପୋ ରେଟ୍ ପାଇଥିଲା। ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ହ୍ରାସ ପାଇଥିଲା। ସେହିପରି ଗତ ଫେବ୍ରୁଆରୀରେ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ କମିବା ସହ ସୁଧ ହାର ୬.୫୦% ରୁ ୬.୨୫%କୁ ହ୍ରାସ ଘଟିଥିଲା । ଆମେରିକା ଟାରିଫ୍ ଯୋଗୁ ବିଶ୍ବ ଆର୍ଥିକ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏଣୁ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବାକୁ ଆରବିଆଇ ରେପୋ ରେଟ୍ ହ୍ରାସ କରୁଥାଇପାରେ ବୋଲି ଅନୁମାନ କରାଯାଉଛି। 

ଅଧିକ ପଢ଼ନ୍ତୁ: କମିଲା ରେପୋ ରେଟ୍; ଋଣ ଉପରେ କମିବ ସୁଧ ହାର

ରେପୋ ରେଟ୍ କ’ଣ ?

ଦେଶରେ ଯେଉଁ ସରକାରୀ କିମ୍ବା ବେସରକାରୀ ବ୍ୟାଙ୍କ ଚାଲିଥାଏ ଏଗୁଡ଼ିକର କାମ ଦେଖିବା ରିଜର୍ଭ ବ୍ୟାଙ୍କର କାମ । ରିଜର୍ଭ ବ୍ୟାଙ୍କ ଗୋଟିଏ ନୀତି ପ୍ରସ୍ତୁତ କରି ସମସ୍ତ ବ୍ୟାଙ୍କକୁ ପ୍ରଦାନ କରିଥାଏ, ଯେଉଁ ଆଧାରରେ ବ୍ୟାଙ୍କଗୁଡିକ କାମ କରନ୍ତି । ଏହି ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କ ଠାରୁ ଋଣ ନେଇଥାନ୍ତି । ସେମାନେ ଆରବିଆଇକୁ ଯେଉଁ ସୁଧ ଦେଇ ଥାଆନ୍ତି ତାକୁ ରେପୋ ରେଟ୍ କୁହାଯାଏ । ସେହିଭଳି ଯେତେବେଳେ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କରେ ଟଙ୍କା ରଖିଥାଏ ସେହି ବାବଦରେ ସୁଧ ପାଇଥାଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ।

Advertisment

ରେପୋ ରେଟ୍ କମିଲେ ବା ବଢିଲେ କ’ଣ ପ୍ରଭାବ ପଡିଥାଏ ?

ସାଧାରଣ ଲୋକଟିଏ ଏ ଗୋଲକ ଧନ୍ଦା ବୁଝି ପାରେନି। ରେପୋ ରେଟ୍ ବଢିଲେ କଣ ହୁଏ ବା କମିଲେ କଣ ହୁଏ ତାହା ବୁଝିବା କଷ୍ଟକର ମନେହୁଏ। ତେବେ ଏହା ଅତି ସହଜ। ରେପୋ ରେଟ୍ ଯେତେ କମିବ ଲେକଙ୍କର ସେତିକି ଫାଇଦା ହେବ । ରେପୋ ରେଟ୍ କମ ରହିବା ଅର୍ଥ ବ୍ୟାଙ୍କ ପାଖରେ ଅଧିକ ଟଙ୍କା ନଗଦ ଆକାରରେ ରହିଛି। ତେଣୁ ବ୍ୟାଙ୍କ ଆପଣଙ୍କ ପାଖରୁ କମ ସୁଧ ଆଦାୟ କରିବ । ଋଣ ବି ଶସ୍ତା ହେବ । ଯଦି କମ ସୁଧରେ ଆପଣଙ୍କୁ ଋଣ ମିଳେ ତେବେ ଆପଣଙ୍କୁ ହୋମ୍ ଲୋନ୍, କାର୍ ଲୋନ୍ ଓ ପର୍ସନାଲ୍ ଲୋନ୍‌ ବି ସୁବିଧାରେ ମିଳିଯିବ। ରେପୋ ହାର ହ୍ରାସ ଦ୍ୱାରା ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଲାଭ ମିଳିଥାଏ, କାରଣ ଏହା EMI ର ବୋଝକୁ ହ୍ରାସ କରିଥାଏ।

RBI Repo Rate Repo Rate Cut Rbi
Advertisment
Advertisment