• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଗ୍ରୁପ୍ ବି ବର୍ଗର ଓଡିଶା ଶିକ୍ଷା ସେବା ଅଧିକାରୀ ପଦବୀ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ଏବଂ ପ୍ରଣାଳୀ ପ୍ରକାଶ ପାଇଛି ।

OPSC ବିଜ୍ଞାପନ ଅନୁଯାୟୀ, ନଭେମ୍ବର ୨୬ ଏବଂ ୨୭ ରେ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଲିଖିତ ପରୀକ୍ଷା ପାଞ୍ଚଟି ଜୋନନ୍‌ରେ ହେବ । ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର ରେ ଏହି ପରୀକ୍ଷା ହେବ ।

ଜାଣନ୍ତୁ ପରୀକ୍ଷା ସମୟ:

ନଭେମ୍ବର ୨୬: 

ଜେନେରାଲ ଇଂରାଜୀ(ଦ୍ୱିତୀୟ ସିଟିଂ) ଅପରାହ୍ନ ୨.୩୦ ରୁ ୪.୩୦ 
PwD ପ୍ରାର୍ଥୀଙ୍କ ପାଇଁ: ଅପରାହ୍ନ ୨.୩୦ ରୁ ୫.୧୦ ଯାଏଁ 
ନଭେମ୍ବର ୨୭: 
ପ୍ରଥମ ସିଟିଂ: ସାଧାରଣଜ୍ଞାନ- ସକାଳ ୧୦ ରୁ ଅପରାହ୍ଣ ୧୨ଟା
PwD ପ୍ରାର୍ଥୀଙ୍କ ପାଇଁ: ସକାଳ ୧୦ ରୁ ଅପରାହ୍ଣ ୧୨.୪୦
ଦ୍ୱିତୀୟ ସିଟିଂ: ଏଜୁକେସନ୍‌- ଅପରାହ୍ଣ ୨ଟା ରୁ ୪ଟା
PwD ପ୍ରାର୍ଥୀଙ୍କ ପାଇଁ: ଅପରାହ୍ଣ ୨ଟା ରୁ ୪ଟା ୪୦

ଏହି ଲିଖିତ ପରୀକ୍ଷାଟି ଅବଜେକ୍ଟିଭ୍ ପ୍ରଣାଳୀରେ (OMR ଆଧାରିତ) ରେ ହେବ । ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ ନକରି ସାଧାରଣ ଇଂରାଜୀ ପାଇଁ ସବଜେକ୍ଟିଭ୍ ପ୍ରଣାଳୀରେ ପରୀକ୍ଷା ହେବ । OPSC ଅନୁଯାୟୀ, ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ ସଠିକ୍ ଉତ୍ତର ପାଇଁ ଦିଆଯାଇଥିବା ମାର୍କରୁ କାଟି ଦିଆଯିବ ।