• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତୀୟ ରେଳ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଯଦି ଆପଣ ରେଳ ବିଭାଗରେ ଚାକିରି କରିବାକୁ ଉଚ୍ଛୁକ ରହିଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । କାରଣ ଉତ୍ତର ରେଳବାଇ (NER)ରେ ଆପ୍ରେଣ୍ଟିସିପ୍ ଅଧୀନରେ ୧୧୦୪ଟି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ରେଳ ବିଭାଗ । ଉତ୍ତର ପୂର୍ବାଞ୍ଚଳ ରେଳବାଇ (NER) ner.indianrailways.gov.inର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦୨୩ ଅଗଷ୍ଟ ୨ ତାରିଖ ରହିଛି । ଅର୍ଥାତ୍‌ ଅଗଷ୍ଟ ୨ ତାରିଖ ଯାଏ ଆବେଦନ କରିହେବ । ଏହାପରେ ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ: ବ୍ୟାଙ୍କ୍‌ରେ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଯୋଗ୍ୟ ପ୍ରାର୍ଥୀମାନଙ୍କ ନିଯୁକ୍ତିକୁ ନେଇ ଉତ୍ତର ପୂର୍ବାଞ୍ଚଳ ରେଳବାଇ ପକ୍ଷରୁ କିଛି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଉତ୍ତର ପୂର୍ବାଞ୍ଚଳ ରେଳ ଆପ୍ରେଣ୍ଟିସ ନିଯୁକ୍ତିରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ନେବାକୁ ପଡିବ । ତାହାସହିତ ସେମାନଙ୍କ ପାଇଁ ସରକାର କିଛି ନିୟମ ମଧ୍ୟ କରିଛନ୍ତି । ନିୟମ ଅନୁଯାୟୀ ନୂତନ ପ୍ରାର୍ଥୀମାନଙ୍କୁ ଷ୍ଟାଇପେଣ୍ଡ ଦିଆଯିବ । ପରେ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା ଯାଞ୍ଚ କରାଯିବ ।

କ’ଣ ରହିଛି ଯୋଗ୍ୟତା ?

୧. ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନେ ସେମାନଙ୍କ ଯୋଗ୍ୟତା ଉପରେ ଧ୍ୟାନ ଦେବାକୁ ହେବ । ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ୍‌ ରହିଛି ।

୨. ଅବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ମାଟ୍ରିକ୍‌ରେ ୫୦% ମାର୍କ ରଖିଥିବା ଆବଶ୍ୟକ ।

୩. କୌଣସି ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ITI ପାସ୍‌ କରିଥିବା ଆବଶ୍ୟକ ରହିଛି ।

୪. ଏଥିପାଇଁ ଆବେଦନ କରିବାକୁ ହେଲେ ବୟସସୀମା ସର୍ବନିମ୍ନ ୧୫ ବର୍ଷ ହେବା ଆବଶ୍ୟକ । ସର୍ବାଧିକ ବୟସସୀମା ୨୪ ଯାଏଁ ରଖାଯାଇଛି ।

୫. ପ୍ରାର୍ଥୀମାନଙ୍କ ଉଭୟ ମାଟ୍ରିକ୍ ଏବଂ ITIର ଶତକଡ଼ା ମାର୍କକୁ ନେଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ: ପୂରଣ ହେବ ଶିକ୍ଷକ ପଦବୀ; ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

କିପରି କରିବେ ଆବେଦନ ?

୧. ଅଫିସିଆଲ୍ ୱେବସାଇଟ୍ ner.indianrailways.gov.in ପରିଦର୍ଶନ କରି ପ୍ରାର୍ଥୀମାନେ ଆବେଦନ କରିପାରିବେ ।

୨. ୱେବସାଇଟ୍ ପରିଦର୍ଶନ କରିବା ସମୟରେ ମୂଳପୃଷ୍ଠାରେ, ଆପ୍ରେଣ୍ଟିସ୍ ପଞ୍ଜୀକରଣ ଲିଙ୍କ୍ ଖୋଜି ନିଅନ୍ତୁ ।

୩. ସେଠାରେ ଫର୍ମ ପୂରଣ କରିବା ସହ ବୟସ ପ୍ରମାଣ ଏବଂ ଏକ ଫଟୋ ଆପଣଙ୍କୁ ଅପଲୋଡ୍ କରିବାକୁ ହେବ ।

୪. ଶେଷରେ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବା ପରେ ଆବେଦନ କରିବାର ସଫଳ ପୃଷ୍ଠାଟିକୁ ଡାଉନ୍‌ଲୋଡ୍‌ କରିନିଅନ୍ତୁ ।

ଅଧିକ ପଢ଼ନ୍ତୁ: HCL ବାହାର କଲା ବିଜ୍ଞପ୍ତି; ୧୦ମ ପାଶ୍‌ କରିଥିଲେ କରିପାରିବେ ଆବେଦନ

OTV is now on Whatsapp

Join and get latest news update delivered to you via whatsapp

Join Now