Cyber Attack: ସିଧାସଳଖ ୟୁକ୍ରେନକୁ ଦୋଷାରୋପ, ସାଇବର ଆଟାକର ଖୁଲାସା କଲେ ଏଲନ୍ ମସ୍କ

ବିଶ୍ୱର ବିଶିଷ୍ଟ ଧନୀ ବ୍ୟକ୍ତି ତଥା ଆମେରିକାର ସରକାରୀ କାର୍ଯ୍ୟଦକ୍ଷତା ବିଭାଗ (DOGE) ମୁଖ୍ୟ ଏଲନ୍ ମସ୍କ କହିଛନ୍ତି, ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ( ପୂର୍ବର ଟ୍ୱିଟର )କୁ ହୋଇଥିବା ବଡ ଧରଣର ସାଇବର ଆଟାକ୍ ୟୁକ୍ରେନ ଦେଶରୁ ହିଁ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମ ସାରା ବିଶ୍ୱରେ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।

ସାଇବର ଆଟାକ୍

‘X’ ସାଇବର ଆଟାକକୁ ନେଇ ସିଧାସଳଖ ୟୁକ୍ରେନକୁ ଦୋଷାରୋପ କରିଛନ୍ତି ଏଲନ୍ ମସ୍କ । ସେ କହିଛନ୍ତି, ଏହି ଆଟାକ୍ ପଛରେ ରହିଛି ୟୁକ୍ରେନ ଲିଙ୍କ୍ । ସୋମବାର ଦିନ ଏକ ବଡଧରଣର ସାଇବର୍ ଆଟାକ୍ ହୋଇଥିଲା, ୟୁକ୍ରେନ ଅଞ୍ଚଳରୁ ହିଁ ଏହି ଆଟାକ୍ କରାଯାଇଥିବା କହିଛନ୍ତି ଏଲନ୍ ମସ୍କ । ତେବେ ପାଲେଷ୍ଟାଇନ ସପକ୍ଷବାଦୀ ଗ୍ରୁପ୍ ଡାର୍କ ଷ୍ଟର୍ମ ‘X’ କୁ ସାଇବର୍ ଆଟାକ୍ କରିଥିବା ନେଇ ନିଜ ପକ୍ଷରୁ ଘୋଷଣା କରିଛି । ବିଶ୍ୱର ବିଶିଷ୍ଟ ଧନୀ ବ୍ୟକ୍ତି ତଥା ଆମେରିକାର ସରକାରୀ କାର୍ଯ୍ୟଦକ୍ଷତା ବିଭାଗ (DOGE) ମୁଖ୍ୟ ଏଲନ୍ ମସ୍କ କହିଛନ୍ତି, ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ( ପୂର୍ବର ଟ୍ୱିଟର )କୁ ହୋଇଥିବା ବଡ ଧରଣର ସାଇବର ଆଟାକ୍ ୟୁକ୍ରେନ ଦେଶରୁ ହିଁ ଆରମ୍ଭ ହୋଇଥିଲା ।

ଏହି ପ୍ଲାଟଫର୍ମ ସାରା ବିଶ୍ୱରେ  ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ଅଫଲାଇନ ହେଉଥିଲା, ପୁଣି ଆସୁଥିଲା, ପୁଣି କଟୁଥିଲା ବୋଲି କହିଛନ୍ତି ମସ୍କ । ସେ କହିଛନ୍ତି, କଣ ହେଲା ତାହା ଆମେ ସ୍ପଷ୍ଟ ଭାବେ ଜାଣିନାହୁଁ । କିନ୍ତୁ ‘X’ ସିଷ୍ଟମକୁ କ୍ଷତି ପହଞ୍ଚାଇବାକୁ ଏହା କରାଯାଇଥିଲା । ସାଇବର ଆଟାକ୍ ହୋଇଥିବା ସ୍ଥାନର IP Address (ଆଇପି ଆଡ୍ରେସ) ୟୁକ୍ରେନରେ ହିଁ ଦେଖାଉଛି । ଗଣମାଧ୍ୟମକୁ ଏହା କହିଛନ୍ତି ଏଲନ୍ ମସ୍କ ।

ତେବେ ପାଲେଷ୍ଟାଇନ୍ ସପକ୍ଷବାଦୀ ଏକ ହ୍ୟାକର ଗ୍ରୁପ୍ ଡାର୍କ ଷ୍ଟର୍ମ ଟିମ୍ ଏହି ସାଇବର ଆଟାକ୍ କରିଥିବାର ଏକ ଟେଲିଗ୍ରାମ ଚାନେଲରେ ଶେୟାର୍ କରିଛି । ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବା ଦେଶ ଓ ସଂସ୍ଥାକୁ ଟାର୍ଗେଟ୍ କରିଥାଏ ଏହି ଗ୍ରୁପ୍ ।

ଅଧିକ ପଢ଼ନ୍ତୁ: ଇରାନର ପରମାଣୁ ଘାଟିରେ ବଡ଼ ଧରଣର ସାଇବର ଆଟାକ୍; ସମସ୍ତ ସରକାରୀ ସେବା ଠପ୍ 

ଏଲନ ମସ୍କ କହିଛନ୍ତି, ସବୁବେଳେ ଏମିତି ସାଇବର୍ ଆଟାକ୍ ହୁଏ । କିନ୍ତୁ ଗତକାଲି ଅଧିକ ସମ୍ୱଳର ଉପଯୋଗ କରାଯାଇ ବଡ ଧରଣର ସାଇବର ଆଟାକ୍ କରାଯାଇଛି । ଏକ ବଡ଼ ଗ୍ରୁପ୍ ବା ଦେଶ ଏଥିରେ ସଂପୃକ୍ତ ଥିବାର ସେ ଅଭିଯୋଗ କରିଛନ୍ତି । ‘X’ କୁ ଡିନାଏଲ୍-ଅଫ୍ ସର୍ଭିସ୍ ଆଟାକ୍ ବିଭିନ୍ନ ସ୍ତରରୁ କରାଯାଇଥିଲା ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପଦେଷ୍ଟା ଥିବା ଏଲନ ମସ୍କ ଯୁକ୍ରେନର ଯୁଦ୍ଧ ଆଭିମୁଖ୍ୟକୁ ବାରମ୍ୱାର ସମାଲୋଚନା କରିଛନ୍ତି । ସୋସିଆଲ୍ ମିଡିଆରେ କେହି କେହି ମତାମତ ଦେଇଛନ୍ତି, ଏଲନ ମସ୍କ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରିବା ବଦଳରେ ଯୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନ୍ସ୍କିଙ୍କ ଉପରେ ରାଗୁଛନ୍ତି । ତଥାପି ଏଲନ ମସ୍କ ତାଙ୍କ କଥା ଉପରେ ଅଟଳ ରହିଛନ୍ତି । ମୋ ଷ୍ଟାରଲିଙ୍କ ସିଷ୍ଟମ ୟୁକ୍ରେନ ସେନାର ମେରୁଦଣ୍ଡ ବୋଲି ସେ କହିଛନ୍ତି । ମୁଁ ଅଫ୍ କରିଦେଲେ ୟୁକ୍ରେନର ଫ୍ରଣ୍ଟଲାଇନ୍ ଭୁଶୁଡି ପଡିବ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ସୁଧୁରିବନି ଚୀନ୍‌ ! ସୀମାରେ ଉତ୍ପାତ ପରେ କଲା ସାଇବର ଆଟାକ୍..