• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ ଏମ୍ସରେ ସାଇବର ଆଟାକ୍ । LACରେ ଚାଲ୍‌ବାଜି ପରେ ଏମ୍‌ସର କମ୍ପ୍ୟୁଟର ସିଷ୍ଟମ୍‌ରେ ସାଇବର ଆଟାକ୍ କରିଛି ଚୀନ । ଚୀନ୍ ହ୍ୟାକର୍ ଏମ୍‌ସରେ ପଞ୍ଜୀକୃତ କରିଥିବା ଲକ୍ଷାଧିକ ରୋଗୀଙ୍କ ଡାଟା ହ୍ୟାକ୍ କରିଥିଲେ । ତେବେ କିଛି ସମୟ ପରେ ହ୍ୟାକ୍ ହୋଇଥିବା ଡାଟା ଗୁଡିକ ପୁଣି ରିଷ୍ଟୋର ହୋଇଯାଇଛି । ଏହି ସର୍ଭର ଆଟାକ୍ ଚୀନ୍ ଦ୍ୱାରା କରାଯାଇଥିବା ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ୫ଟି ସର୍ଭରରୁ ସରକ୍ଷିତ ଭାବେ ଡାଟା ରିଷ୍ଟୋର କରାଯାଇଛି ।

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଡିସେମ୍ବର ୯ରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିଲେ । ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ । ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ । LACରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରିଥିଲେ । ଭାରତୀୟ ସେନା ଚୀନର ଏଭଳି କାର୍ଯ୍ୟକୁ ଦୃଢ଼ତାର ସହ ମୁକାବିଲା କରିଛି ବୋଲି ରାଜନାଥ ସିଂ କହିଥିଲେ।

ଅଧିକ ପଢ଼ନ୍ତୁ: LACରେ ଚୀନର ସବୁ ପ୍ରୟାସକୁ ପଣ୍ତ କରିଦେଲେ ଭାରତୀୟ ସେନା

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଶାସନ କାଳରେ କେହି ବି ଭାରତର ଇଞ୍ଚେ ମାତ୍ର ଜାଗା ନେଇପାରିବେ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଥିଲେ । ସେପଟେ ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି । ତେବେ ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଲାଗି ଦ୍ୱିପାକ୍ଷିକ ଚ୍ୟାନେଲର ବ୍ୟବହାର କରିବା ଲାଗି ଓ୍ୱାଶିଂଟନ୍ ଉଭୟ ବେଜିଂ ଓ ନୂଆଦିଲ୍ଲୀକୁ ପରାମର୍ଶ ଦେଇଛି ।