• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗତ କିଛି ମାସ ହେବ ଟେସ୍‌ଲା ମାଲିକ ଏଲନ୍‌ ମସ୍କ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି । ଯେବେଠାରୁ ସେ ଟ୍ୱିଟର କିଣିବେ ବୋଲି ଟ୍ୱିଟ୍‌ କରିଥିଲେ, ସେବେଠାରୁ ସେ ସାରା ବିଶ୍ୱରେ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି । ଦିନେ ଦୁନିଆର ସବୁଠୁ ବଡ଼ ଧନୀ ତାଲିକାର ଏକ ନମ୍ବର ସ୍ଥାନରେ ରହୁଥିବା ଏଲନ୍‌ ତଳକୁ ତଳ ଖସିବାରେ ଲାଗିଛନ୍ତି । ଯେବେଠୁ ସେ ଟ୍ୱିଟର କିଣିଛନ୍ତି, ସେବେଠାରୁ ସତେ ଯେମିତି ତାଙ୍କୁ ଶନିଦଶା ପଡ଼ିଛି । ଦିନକୁ ଦିନ ତାଙ୍କର ସମ୍ପତ୍ତି ଲୋପ ପାଇବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ତାଙ୍କର ସମ୍ପତ୍ତି ପାଖାପାଖି ୨୦୦ ବିଲିୟନ୍‌ ତଳକୁ ଖସିଯାଇଛି । 

୨୦୨୧ ନଭେମ୍ବରରେ ୩୪୦ ବିଲିୟନ୍‌ ସମ୍ପତ୍ତିର ମାଲିକ (ବିଶ୍ୱର ବଡ଼ ଧନୀ) ଥିବା ଏଲନ୍‌ ମାତ୍ର କିଛି ମାସ ମଧ୍ୟରେ ୨୦୦ ବିଲିୟନ୍ ହରାଇ ୧୩୭ ବିଲିୟନ୍‌କୁ ଖସି ଆସିଥିଲେ । ସେ ଯେବେଠାରୁ ଟ୍ୱିଟର କିଣିଛନ୍ତି ସେବେଠୁ ତାଙ୍କର ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି । କିଛି ମାସ ହେବ ତାଙ୍କର କ୍ଷତି ପରେ କ୍ଷତି ବଢ଼ିଚାଲିଛି । 

ଅଧିକ ପଢ଼ନ୍ତୁ: କ୍ଷତି ସହିବାରେ ଏଲନ୍ ମସ୍କ କଲେ ଗିନିଜ ୱାର୍ଲ୍ଡ ରେକର୍ଡ

ସବୁଠାରୁ ବଡ଼ କଥା ହେଲା, ଏତେ ବଡ଼ କ୍ଷତି ପରେ ଏବେ ଧନୀ ତାଲିକାର ଏକ ନମ୍ବର ସ୍ଥାନ ହରାଇଛନ୍ତି ଏଲନ । ଆଉ ଏକ ନମ୍ବର ସ୍ଥାନରେ ଏବେ ରହିଛନ୍ତି ବଣ୍ଣାର୍ଡ ଆର୍ଣ୍ଣଲ୍ଟ । ଫୋବର୍ସ ତାଲିକା ଅନୁସାରେ ଏବେ ବିଶ୍ୱର ସବୁଠାରୁ ବଡ଼ ଧନୀ ହେଉଛନ୍ତି ବଣ୍ଣାର୍ଡ ଆର୍ଣ୍ଣଲ୍ଟ । ସେ ଜଣେ ଫ୍ରେଞ୍ଚ ବ୍ୟବସାୟୀ । ଲୋକଙ୍କୁ ବିଳାଶପୂର୍ଣ୍ଣ ସାମଗ୍ରୀ ଯୋଗାଇବା ହେଉଛି ତାଙ୍କର ବ୍ୟବସାୟ । ଫୋବର୍ସର ରିପୋର୍ଟ ଅନୁଯାୟୀ, ଆର୍ଣ୍ଣଲ୍ଟଙ୍କ ସମ୍ପତ୍ତି ଗ୍ରାଫ୍‌ ହଠାତ୍‌ ଉପରକୁ ଉଠିଛି । ପାଖାପାଖି ୨୦୦ ବିଲିୟନ୍‌ ସମ୍ପତ୍ତିର ଗ୍ରାଫ୍‌ ଉପରକୁ ଉଠି ସେ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପଟେ ସେତିକି ସମ୍ପତ୍ତି ହରାଇ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି ଏଲନ୍‌ ।

ତେବେ ଚଳିତ ବର୍ଷ କିଏ ଏକ ନମ୍ବର ଧନୀ ହେବ ସେନେଇ କଳ୍ପନା ଜଳ୍ପନା ଚାଳିଛି । ଲମ୍ବା ଡିଆଁ ମାରି ଏଲନ୍ ପୁଣି ଥରେ ୧ ନମ୍ବର ସ୍ଥାନକୁ ଆସିବେ ନା ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଆର୍ଣ୍ଣଲ୍ଟ ଏକ ନମ୍ବର ସ୍ଥାନ ବଜାୟ ରଖିବେ, ତା’ଉପରେ ସମସ୍ତଙ୍କ ନଜର ।