Jual Stuck In Flight
ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଫସିଥିଲେ ଯାତ୍ରୀ । ଗତକାଲି ରାତିରେ ଏୟାର ଇଣ୍ଡିଆର ଏକ ବିମାନ ରନୱେରେ ୪ ଘଣ୍ଟା ଧରି ଫସି ରହିଥିବା ସୂଚନା ମିଳିଥିଲା । ବିମାନଟି ଦିଲ୍ଲୀରୁ ଭୁବନେଶ୍ୱର ଆସିବାର ଥିଲା । କିନ୍ତୁ ବିମାନଟି କେଉଁ କାରଣ ପାଇଁ ଟେକ୍ ଅଫ୍ କରି ପାରଇନଥିଲା, ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରହିଥିଲେ । ବିମାନଟି ଫସି ରହିଥିବା ନେଇ ଜୁଏଲ ଓରାମ ନିଜେ ଫୋନ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଫୋନ ଯୋଗେ ଜୁଏଲ ଓରାମ କହିଥିଲେ, "ପାଗ ଖରାପ ପାଇଁ ଏପରି ହୋଇଥାଇପାରେ । ସେମାନେ ବହୁତ ବିଳମ୍ବ କରିଲେ । ଶେଷରେ ଯାନ୍ତ୍ରିକ ତ୍ରୁଟି କଥା କହିଲେ । ଖାଇବା କି ପାଣି ଦେଲେନି । ବିଭିନ୍ନ ସମସ୍ୟା ହେଲା । ଏ ବିଷୟରେ ମୁଁ ସିଭିଲ୍ ଏଭିଏସନ ସହ କଥା ହୋଇଛି । ଏହା ଉପରେ ତଦନ୍ତ କରିବା ପାଇଁ କହିଛି ।" ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, " ଯେଉଁ ଜଣେ ଦୁଇ ଜଣଙ୍କ ପାଇଁ ଏପରି ହେଲା ସେଥିପାଇଁ ପୂରା ଏୟାର ଇଣ୍ଡିଆକୁ ଦାୟୀ କରିବା ଉଚିତ ନୁହେଁ ।" ଦୀର୍ଘ ସମୟ ଧରି ଫସି ରହିବା ପରେ ଆଉ ଓଡ଼ିଶା ଫେରିପାରିନଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓଡ଼ିଶା ଫେରିବେ ବୋଲି ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ: ଏୟାର ଇଣ୍ଡିଆକୁ ପଡିଛି କି ଶନିଦଶା ? କାହିଁକି ବାରମ୍ୱାର ଘଟୁଛି ଏମିତି ?
Panchang Today 18th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

Srimandir Managing Committee: ଏଥର ବିନା ପରିଚାଳନା କମିଟିରେ ଘୋଷଯାତ୍ରା ! ଶ୍ରୀମନ୍ଦିର ସୁପରିଚାଳନାକୁ ନେଇ କେତେ ଚିନ୍ତିତ ସରକାର ଉଠିଲା ପ୍ରଶ୍ନ

Sarathi Baba: ପାଦୁକା ସତ୍ସଙ୍ଗ ନାଁରେ ବୁଲିଲା ସାରଥି ରଥ, ଘଣ୍ଟଘଣ୍ଟା ନାମ ସଂକୀର୍ତ୍ତନ ସହ ଚାଲିଲା ପୂଜାର୍ଚ୍ଚନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)