Advertisment

PM Modi G7 Summit: ବିଭିନ୍ନ କ୍ଷେତ୍ରରେ ସହଭାଗିତାକୁ ଆଗେଇ ନିଆଯିବ: G-7 ଶିଖର ସମ୍ମିଳନୀରେ ମୋଦି

କାନାଡ଼ାରେ G-7 ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି। ଏହି ଅବସରରେ ବିଭିନ୍ନ ରାଷ୍ଟ୍ର ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ମୋଦି।

author-image
Chinmayee Sahoo
ଅଦ୍ୟତନ ହୋଇଛି
PM Modi at G-7 Summit

PM Modi at G-7 Summit

କାନାଡ଼ାରେ କାନାନାସ୍କିସରେ ଅନୁଷ୍ଠିତ ହୋଇଥିବା G-7 ଶିଖର ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । G7 ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ପିଏମ ମୋଦିଙ୍କୁ ସ୍ବାଗତ କରିଥିଲେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି। ଏହି ଅବସରରେ ଦକ୍ଷିଣ କୋରିଆ ଓ ମେକ୍ସିକୋ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ମୋଦି। ସେହିଭଳି ଜାପାନ, ଜର୍ମାନୀ, କାନାଡ଼ା, ଇଟାଲୀ ଏବଂ ୟୁକ୍ରେନ ନେତାମାନଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପିଏମ୍। ଭାରତ ସହ ସମ୍ପର୍କ ଆହୁରି ସୁଦୃଢ କରିବାକୁ ବିଭିନ୍ନ ପ୍ରସଙ୍ଗରେ ହୋଇଛି ଆଲୋଚନା।

Advertisment

ଅଧିକ ପଢନ୍ତୁ: କାନାଡ଼ାରେ ପ୍ରଧାନମନ୍ତ୍ରୀ; ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

ସମ୍ମିଳନୀ ଆୟୋଜନ ପାଇଁ କାନାଡ଼ା ସରକାରଙ୍କୁ ପ୍ରଂଶସା କରିଛନ୍ତି ମୋଦି। ମୋଦି କହିଛନ୍ତି, ଭାରତ-କାନାଡା ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ ​​କରିବା ପାଇଁ ଏକାଠି କାମ କରିବୁ। ଭାରତ ସହିତ ସମ୍ପର୍କ ଏବଂ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଭାଗିତାକୁ ପୁନର୍ଜୀବିତ କରାଯିବ। ଭାରତ ଓ କାନାଡ଼ା ଗଣତନ୍ତ୍ର ଓ ଆଇନର ଶାସନ ବିଶ୍ବାସରେ ଯୋଡ଼ି ହୋଇଛନ୍ତି । ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ବ ଘନିଷ୍ଠ ହେବାକୁ ଆମେ କାମ କରୁଛୁ। ବାଣିଜ୍ୟ, ଶକ୍ତି, ମହାକାଶ ବିଜ୍ଞାନ, ଖଣିଜ ପଦାର୍ଥ ଆଦି ଅନ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଅପାର ସମ୍ଭାବନା ରହିଛି। ବିଭିନ୍ନ କ୍ଷେତ୍ରରେ ସହଭାଗିତାକୁ ଆଗେଇ ନିଆଯିବ।

ସେପଟେ କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆତିଥ୍ୟ ଦେବା ଏକ ମହାନ ସମ୍ମାନ। ଆମେ ମିଳିତ ଭାବରେ ଶକ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ କାମ କରିବା ସହ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରିବୁ ।

Advertisment

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ସାଇପ୍ରସ, କାନାଡା ଓ କ୍ରୋଏସିଆକୁ ୪ ଦିନିଆ ଗସ୍ତରେ ଯାଇଥିବା ବେଳେ ସେ ମଙ୍ଗଳବାର କାନାଡାରେ ପହଞ୍ଚିଛନ୍ତି।

ଅଧିକ ପଢନ୍ତୁ: ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ପରୋକ୍ଷରେ ତୁର୍କୀକୁ ଦେଲେ ଚେତାବନୀ

Prime Minister Narendra Modi Canada G7 Summit
Advertisment
Advertisment