ଭାରତ ଉପରକୁ ଏକ ବଡ଼ ବିପଦ ମାଡ଼ି ଆସୁଛି । ଭାରତୀୟ ଉପମହାଦେଶରେ ଆଣ୍ଡାମାନ ସାଗର ଭିତରେ ଏକ ଆଗ୍ନେୟଗିରି ବା ଜ୍ୱାଳାମୁଖୀରେ ଏକ ବିରାଟ ବିସ୍ଫୋରଣ ହେବାକୁ ଯାଉଛି । ଏହା ଯୋଗୁଁ ୩ଟି ଦେଶ ଭାରତ, ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆକୁ ଭୂମିକମ୍ପ ଏବଂ ସୁନାମିର ବିପଦ ରହିଛି । ପ୍ରସିଦ୍ଧ ସାମୁଦ୍ରିକ ପରିବେଶବିତ୍ ଥାନ୍ ଥମରୋଙ୍ଗନାୱାସାୱତ୍ ଏନେଇ ଚେତାବନୀ ଜାରି କରିଛନ୍ତି ।
Also Read
ପୋର୍ଟବ୍ଲେୟାର ଠାରୁ ମାତ୍ର ୧୩୮ କିଲୋମିଟର ଦୂରରେ ଥିବା ଏହି ଆଗ୍ନେୟଗିରି ଆଣ୍ଡାମାନ ସାଗରର ବାରେନ ଦ୍ୱୀପରେ ରହିଛି । ଯଦି ଏହା ଫାଟିଯାଏ, ତେବେ ଭାରତର ନିକୋବର ଦ୍ୱୀପ ଧ୍ୱଂସ ହେବାର ଆଶଙ୍କା କରୁଛନ୍ତି ଥାନ୍ । ଏହାଛଡ଼ା ଏହି ଆଗ୍ନେୟଗିରି ଫାଟିଲେ ଏକ ଭୀଷଣ ଭୂମିକମ୍ପ ଅନୁଭୂତ ହେବ । ଯାହା ସମୁଦ୍ର ମଧ୍ୟରେ ସୁନାମୀକୁ ସୃଷ୍ଟି କରିବ । ଏହା ୩ଟି ଦେଶର ସ୍ଥଳଭାଗ ଆଡ଼କୁ ମାଡ଼ିଆସି ତାଣ୍ଡବ ରଚିପାରେ ।
ଅଧିକ ପଢନ୍ତୁ: ପ୍ରକୃତିର ତାଣ୍ଡବ ଲୀଳା; ୭୨ ଜଣଙ୍କ ମୃତ୍ୟୁ, ଖାଦ୍ୟପାନୀୟ, ବିଜୁଳି ବିନା ଛଟପଟ ଜନଜୀବନ
ଏନେଇ ଥାନ୍ ଗୁରୁବାର ଏକ ଫେସବୁକ୍ ପୋଷ୍ଟ ଲେଖିଛନ୍ତି, ଯେ ଆଣ୍ଡାମାନ ସାଗରରେ ଘଟୁଥିବା ଭୂକମ୍ପୀୟ କାର୍ଯ୍ୟକଳାପ ଜ୍ୱାଳାମୁଖୀ ଉଦ୍ଗିରଣ ସୃଷ୍ଟି କରିପାରେ । ଯାହା ଭୂମିକମ୍ପ ଏବଂ ସମୁଦ୍ରରେ ସୁନାମିର କାରଣ ହୋଇପାରେ । ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସୁନାମି ଦ୍ୱାରା ନଷ୍ଟ ହୋଇପାରେ । ତେବେ କେବେ ବିସ୍ଫୋରଣ ହେବ ତାହା କହିହେବ ନାହିଁ, କିନ୍ତୁ ଥାନ୍ ତିନି ଦେଶର ବୈଜ୍ଞାନିକମାନଙ୍କୁ ପୂର୍ବ ଚେତାବନୀ ଦେଇ ସତର୍କ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ,ଆଣ୍ଡାମାନ ସାଗରର ଏକମାତ୍ର ସକ୍ରିୟ ଜ୍ୱାଳାମୁଖୀ ବାରୋନ ଦ୍ୱୀପରେ ଅଛି । ଶେଷ ଥର ପାଇଁ ଏହା ୨୦୨୨ ମସିହାରେ ବିସ୍ଫୋରଣ ହୋଇଥିଲା, କିନ୍ତୁ ଏହାର ପ୍ରଭାବ ଖୁବ କମ୍ ଥିଲା । କିନ୍ତୁ ଥାଇଲ୍ୟାଣ୍ଡର ଭୂମିକମ୍ପ ବିଭାଗର ତଥ୍ୟ ଅନୁଯାୟୀ, ଥାଇଲ୍ୟାଣ୍ଡର ଫାଙ୍ଗ ନଗା ବେଳାଭୂମିରୁ ୪୭୦-୪୮୦ କିଲୋମିଟର ଦୂରରେ ଭୂକମ୍ପୀୟ କାର୍ଯ୍ୟକଳାପ ଘଟୁଛି । ଯାହାଫଳରେ ଯଦି ଜ୍ୱାଳାମୁଖୀ ବିସ୍ଫୋରଣ ହୁଏ ତେବେ ଏକ ବିରାଟ ସୁନାମି ଆସିପାରେ ।