• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ନୂଆ ମାଲିକଙ୍କ ହାତରେ ଏବେ ନୀଳପକ୍ଷୀ । ଏଲନ ମସ୍କ ଟ୍ୱିଟରକୁ କିଣି ନେବା ପରେ ଏଥିରେ ଅନେକ ପରିବର୍ତ୍ତନ ଆଣି ସାରିଲେଣି । ଆହୁରି ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଯାହା କର୍ମଚାରୀ ତଥା ୟୁଜର୍ସଙ୍କ ଚିନ୍ତା ବଢାଇ ଦେଇଛି । ତେବେ ଏହାରି ଭିତରେ ଏକ ନୂଆ ଘୋଷଣା କରିଛନ୍ତି ମସ୍କ । ଟ୍ୱିଟର ବ୍ଲୁରେ ବ୍ଲୁ-ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଦେବାକୁ ପଡ଼ିବ ଅଧିକ ଅର୍ଥ । ଯାହା ଦେଖାଯାଉଛି, ଖୁବ୍‌ ବେଶୀ ଅର୍ଥ ବିନିମୟରେ ଏଲନ ମସ୍କ ଟୁଇଟରକୁ କିଣିଛନ୍ତି । ଯେମିତି ଏହି ଅର୍ଥର ସବୁ ମୂଲ୍ୟ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଖରୁ ଆଦାୟ କରିବାକୁ ସେ ଅଣ୍ଟା ଭିଡିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଏଲନ ଏବେ କୌଣସି ଟ୍ୱିଟର ବ୍ଲୁ ୟୁଜର୍ସଙ୍କୁ ବ୍ଲୁ ଟିକ ଦେବା ପାଇଁ ମୋଟା ଅଙ୍କର ଅର୍ଥ ଅସୁଲ କରିବେ। 

ଅଧିକ ପଢ଼ନ୍ତୁ: ଟ୍ୱିଟରରୁ ୭୫% କର୍ମଚାରୀଙ୍କୁ ଛଟେଇ ପାଇଁ ଏଲନ ମସ୍କଙ୍କ ଯୋଜନା ! CEO ମଧ୍ୟ ବିଦା ହୋଇପାରନ୍ତି

ଆମେରିକାର ଏକ ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଟୁଇଟର ବ୍ଲୁରେ ବ୍ଲୁ ଟିକ୍‌ ସବ୍‌ସ୍କ୍ରିପସନ ଦେବା ପାଇଁ ମାସିକ ୧୯.୯୯ ଡଲାର ଦେବାକୁ ପଡ଼ିବ ବୋଲି ଏଲନ ମସ୍କ ଘୋଷଣା କରିଛନ୍ତି । ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୬୪୦ ଟଙ୍କା । ପୂର୍ବରୁ ଟ୍ୱିଟର ବ୍ଲୁରେ ବ୍ଲୁ ଟିକ୍‌ ପାଇଁ ୪.୯୯ ଡଲାର ଥିବାବେଳେ ଏବେ ଏହାକୁ ୪ ଗୁଣରୁ ଅଧିକ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି ମସ୍କ ।

କେବଳ ସେତିକି ନୁହେଁ ଭେରିଫାଏଡ ୟୂଜର୍ସଙ୍କୁ ସବ୍‌ସ୍କ୍ରିପ୍‌ସନ ପାଇଁ ୯୦ ଦିନ ସମୟ ମିଳିଛି । ଯଦି ଏହି ସମୟ ଭିତରେ ଆବଶ୍ୟକ ମୂଲ୍ୟ ଦେଇ ସବ୍‌ସ୍କ୍ରାଇବ ନ କରନ୍ତି ତେବେ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟିଯିବ । ପରିବର୍ତ୍ତିତ ନିୟମ ଅନୁଯାୟୀ, ୟୁଜର୍ସଙ୍କୁ ଗ୍ରେସ ପିରିୟଡ ଆଉ ମିଳିବ ନାହିଁ । ବ୍ଲୁ ଟିକ୍‌ ପାଇବା ପାଇଁ ତୁରନ୍ତ ଅର୍ଥରାଶି ଜମା କରିବାକୁ ପଡ଼ିବ । ତେବେ ଭେରିଫିକେଶନ ନିୟମରେ ପରିବର୍ତ୍ତନ କରାଯିବ କି ନାହିଁ, ଏହାକୁ ଆହୁରି କଡାକଡି କରାଯିବ କି ନାହିଁ ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହଁ ।

ଏହି ପ୍ରୋଜେକ୍ଟରେ କାମ କରୁଥିବା କର୍ମଚାରୀଙ୍କ କହିବା ଅନୁଯାୟୀ, ନଭେମ୍ବର ୭ ତାରିଖ ସୁଦ୍ଧା ନୂଆ ଫିଚର ଲ୍ଞ୍ଚ କରିବା ଲାଗି ଡେଡ ଲାଇନ ଦିଆଯାଇଛି । ଇତି ମଧ୍ୟରେ ଏଲନ ମସ୍କ ରବିବାର ଏକ ଟୁଇଟ କରିଛନ୍ତି । ସୋସିଆଲ ମିଡିଆ ଟୁଇଟରକୁ ନେବାର ଦିନକ ପରେ ଏହି ଟୁଇଟ କରି ସେ କହିଛନ୍ତି, ଟୁଇଟର ତା’ର ଭେରିଫିକେଶନ ପ୍ରୋସେସ ରିଭାଇଜ କରିବ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଏଲନ ମସ୍କ କ’ଣ କରିବେ ଏହା ପୂର୍ବରୁ ସ୍ଥିର କରି ସାରିଛନ୍ତି ।