• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଟ୍ବିଟର ବ୍ୟବହାରୀଙ୍କ ଲାଗି ବଡ଼ ଖବର

  • ଏଣିକି ଆର୍ଟିକିଲ୍‌ ପଢିଲେ ଦେବାକୁ ପଡ଼ିବ ଟଙ୍କା

  • ଚିନ୍ତାରେ ଟ୍ୱିଟର ୟୁଜର୍ସ

ଟ୍ୱିଟରରେ ଏଣିକି ଆଉ ଫ୍ରୀରେ ପଢିପାରିବେ ନାହିଁ ଆର୍ଟିକଲ୍ । ପଢିବାକୁ ହେଲେ ଦେବାକୁ ପଡିବ ଫି’ । ଏହି କଥା ଶୁଣିବା ପରେ ଏବେ ଚିନ୍ତାରେ ୟୁଜର୍ସ । କାରଣ ପୂର୍ବରୁ ବ୍ୟବହାରକାରୀମାନେ ନିଜ ମନପସନ୍ଦର ଆର୍ଟିକିଲ ଟ୍ୱିଟରରେ ପଢୁଥିଲେ । ହେଲେ ଏବେ ଆଉ ସେ ସୁବିଧା ମିଳିବ ନାହିଁ । ନୂଆ ନିୟମ ଅନୁସାରେ, ଫିଚର ଅପଡେଟ୍‌ ହେବା ପରେ ଯେଉଁମାନଙ୍କ ପାଖରେ ସବସ୍କ୍ରିପସନ୍‌ ନାହିଁ ସେମାନେ ଆଉ ଆର୍ଟିକିଲ ପଢିପାରିବେ ନାହିଁ । ଏଣିକି ପ୍ରତି ଆର୍ଟିକଲ୍ ଅନୁସାରେ ଟଙ୍କା ଦେବେ ୟୁଜର୍ସ ।

ଅଧିକ ପଢ଼ନ୍ତୁ: ଆପଣଙ୍କର ଟ୍ୱିଟର ଆକାଉଣ୍ଟ ଅଛି କି ? କେମିତି ପାଇବେ ବ୍ଳୁ-ଟିକ୍‌...ଜାଣନ୍ତୁ

ପୁଣି ନୂଆ ନିୟମ ଆଣିଲେ ଏଲନ୍‌ ମସ୍କ । ଫିଚର ଅପଡେଟ୍‌ ହେବା ନେଇ ଦେଲେ ସଙ୍କେତ । ନୂଆ ଫିଚରକୁ ନେଇ ମସ୍କ କହିଛନ୍ତି, ମିଡିଆ ଅର୍ଗାନାଇଜେସନ୍‌ ଓ ପବ୍ଲିକ୍‌ ଉଭୟଙ୍କ ଲାଗି ଏହା ବଡ଼ ବିଜୟ ହେବାକୁ ଯାଉଛି । ଟ୍ୱିଟରର ଅଫିସିଆଲ ଆକାଉଣ୍ଟରୁ ଟ୍ୱିଟ୍‌ କରି ଜଣାଇଛନ୍ତି କି, ସାରା ବିଶ୍ୱର କ୍ରିଏଟର୍ସ ଏବେ ସାଇନ୍‌ ଅପ୍‌ କରି ପାରିବେ ଏବଂ ଟ୍ବିଟରରେ ଆୟ କରିପାରିବେ । ତେବେ ସମସ୍ତେ ଟ୍ୱିଟରରୁ ଟଙ୍କା କମାଇପାରିବେ ନାହିଁ । ବରଂ ଯେଉଁମାନଙ୍କର ୫୦୦ ରୁ ଅଧିକ ଫଲୋଅର୍ସ ଅଛନ୍ତି କେବଳ ସେହିମାନେ ହିଁ ଟଙ୍କା କମାଇପାରିବେ । ଖାଲି ଏତିକି ନୁହେଁ ବରଂ ଆକାଉଣ୍ଟ ଭେରିଫାଏଡ୍ ହୋଇଥିବା ସହିତ ଲଗାତାର ୩୦ ଦିନ ଟ୍ୱିଟରରେ ଆକ୍ଟିଭ୍‌ ଥିବାର ବି ଆବଶ୍ୟକତା ରହିଛି ।

ତେବେ ଏପ୍ରିଲ୍‌ ୧୪ରେ ଟ୍ୱିଟ୍‌ କରି ଏଲନ କହିଥିଲେ, ନିଜ ଫଲୋଅର୍ସଙ୍କୁ ଟେକ୍ସଠୁ ଆରମ୍ଭ କରି ଲମ୍ବା ଭିଡିଓ କିମ୍ବା କୌଣସି ମେଟେରିଆଲ୍‌ ସବସ୍କ୍ରିପସନ୍‌ ଅଫର୍‌ କରିବା ଲାଗି ଆବେଦନ କରନ୍ତୁ । ସେଟିଙ୍ଗରେ କେବଳ ମନିଟାଇଜେସନ୍‌ ଉପରେ ଟ୍ୟାପ୍‌ କରନ୍ତୁ । ମନିଟାଇଜେସନରୁ କରାଯାଉଥିବା ଆୟର କୌଣସି ଭାଗ ଆଗାମୀ ୧୨ ମାସ ପର୍ଯ୍ୟନ୍ତ ଟ୍ୱିଟର ନେବନି । ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭାରତରେ ଆଣ୍ଟ୍ରଏଡ୍‌ ଏବଂ ଆଇଓଏସ୍‌ ମୋବାଇଲ ୟୁଜର୍ସଙ୍କ ଲାଗି ବ୍ଲୁ ସବସ୍କ୍ରିପ୍ସନ୍‌ ସର୍ଭିସର୍‌ ଦାମ ୯୦୦ ଟଙ୍କା ପ୍ରତି ମାସ ରହିବ ବୋଲି ଜଣାଯାଇଛି ।