• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍‌ ର ଲୋଗୋ ବଦଳିଛି(Twitter Logo Changed) । ନୀଳ ପକ୍ଷୀ ବଦଳରେ ଡଗି ହେଲା ନୂଆ ଲୋଗୋ । ଏନେଇ ଟ୍ୱିଟର ସିଇଓ ଏଲନ୍ ମସ୍କ ଘୋଷଣା କରିଛନ୍ତି । ଟ୍ୱିଟରର ନୂଆ ଲୋଗୋ ବର୍ତ୍ତମାନ ୱେବ୍ ବ୍ରାଉଜରରେ ଦେଖିବାକୁ ମିଳିଛି । ଖୁବଶୀଘ୍ର ମୋବାଇଲ ଭର୍ସନରେ ଏହା ଦେଖିବାକୁ ମିଳିପାରେ । କ୍ରିପ୍ଟୋ କରେନ୍ସି ଡଜ୍ କଏନକୁ ଲୋକପ୍ରିୟ କରିବା ପାଇଁ ଏଲନ ମସ୍କ(Elon Musk) ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ତେବେ ଟ୍ୱିଟରରେ ହୋଇଥିବା ଏହି ବିରାଟ ପରିବର୍ତ୍ତନ ପରେ ୟୁଜର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅଧିକ ପଢ଼ନ୍ତୁ: କର୍ମଚାରୀଙ୍କ ପାଇଁ ଅଫିସ୍‌ ରୁମ୍‌କୁ ବେଡ୍‌ରୁମ୍‌ ଭଳି ସଜାଇଲେ ଏଲନ୍‌.. ଜାଣନ୍ତୁ କାରଣ..

ମଙ୍ଗଳବାର ରାତି ପ୍ରାୟ ୧୨.୨୦ ସମୟରେ ଏଲନ୍ ମସ୍କ ଏକ ଫଟୋ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ଗୋଟିଏ କୁକୁର କାରର ଡ୍ରାଇଭିଂ ସିଟରେ ବସିଛି ଏବଂ ସେ ଟ୍ରାଫିକ ପୋଲିସକୁ ନିଜର ଲାଇସେନ୍ସ ଦେଖାଉଛି । ଲାଇସେନ୍ସରେ ଏକ ନୀଳ ପକ୍ଷୀର ଫଟୋ (ପୁରୁଣା ଟ୍ୱିଟର ଲୋଗୋ) ରହିଛି, ଆଉ ଡଗି ଟ୍ରାଫିକ ପୋଲିସକୁ କହୁଛି, ଏହା ପୁରୁଣା ଫଟୋ । ତେଣୁ ଲାଇସେନ୍ସକୁ ରେନ୍ୟୁ କରିଦିଅନ୍ତୁ । ମସ୍କଙ୍କ ଏହି ଟ୍ୱିଟ୍‌ ପରେ ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଏଲନ୍ ମସ୍କ ଟ୍ୱିଟରର ଲୋଗୋ ପରିବର୍ତ୍ତନ କରିଥିବା ସ୍ପଷ୍ଟ ହୋଇଥିଲା ।

twitter logo changed(twitter)

ସେପଟେ ଟ୍ୱିରର ନୂଆ ଲୋଗୋ ହେବା ପରଠାରୁ ତାଙ୍କ କ୍ରିପ୍ଟୋ କରେନ୍ସିର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଗତ କିଛି ଦିନ ଧରି ଏଲନ ମସ୍କ ଡଜ କଏନକୁ ବିଭିନ୍ନ ଫୋରମରେ ଦେଖାଇ ଆସୁଛନ୍ତି । ଗତ ଫେବୃୟାରୀରେ ଏଲନ ମସ୍କ ନିଜର ପୋଷା କୁକରର ଫଟୋ ଟ୍ବିଟ୍ କରିଥିଲେ । ଏହା ଡଜ୍ କଏନର ମାସ୍କଟ୍ ଶିବା ଇନୁ ଭଳି ଦେଖାଯାଉଥିଲା। ...

ସୂଚନାଯୋଗ୍ୟ ଏଲନ୍ ମସ୍କ ପୂର୍ବରୁ ଲୋଗୋ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତ ବର୍ଷ ଫେବୃଆରୀରେ ଏକ ଫଟୋ ଟ୍ୱିଟ୍ କରିଥିଲେ । କ୍ୟାପସନରେ ମସ୍କ ଲେଖିଥିଲେ, ଟ୍ୱିଟରର ନୂଆ ସିଇଓ ଚମତ୍କାର । ଫଟୋରେ ଏକ କୁକୁର ଟ୍ୱିଟରର ସିଇଓଙ୍କ ଚେୟାରରେ ବସିଥିବା ଦେଖିବାକୁ ମିଳିଥିଲା ।

twitter logo changed(twitter logo changed)

ଆଉ ସାମ୍ନାରେ ଟେବୁଲ ଉପରେ ଏକ କାଗଜ ରଖାଯାଇଥିଲା, ଯେଉଁଥିରେ କୁକୁରର ନାମ ଫ୍ଲୋକି ଲେଖାଯାଇଥିଲା । ଆଉ ନିମ୍ନରେ ତା’ ପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ବୋଲି ଲେଖାଯାଇଥିଲା । ସେହି କାଗଜରେ ଟ୍ୱିଟରର ଲୋଗୋ ତଥା ପୂର୍ବତନ ଲୋଗୋ ନୀଳ ପକ୍ଷୀ ହିଁ ଥିଲା । ତେବେ ସେତେବେଳେ କେହି ଚିନ୍ତା ବି କରିନଥିଲେ ଯେ ମସ୍କ ଟ୍ୱିଟରର ପୁରୁଣା ଲୋଗୋ ବଦଳାଇବାକୁ ଯାଉଛନ୍ତି ।