/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750769806.jpg)
Trump warns Israel not to attack Iran, says both sides broke truce
ଇସ୍ରାଏଲ୍ -ଇରାନ ଯୁଦ୍ଧ ବିରତି ଉଲ୍ଲଙ୍ଘନ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଖପ୍ପା। ଇରାନର ମିସାଇଲ୍ ମାଡ଼ ପରେ ଇସ୍ରାଏଲ୍ ଆଟାକକୁ ନେଇ କ୍ଷୁବ୍ଧ। ଦୀର୍ଘ ସମୟ ଧରି ଇସ୍ରାଏଲର ଯୁଦ୍ଧ ରଣନୀତିକୁ ନାପସନ୍ଦ କରିଛନ୍ତି ଟ୍ରମ୍ପ । ଇସ୍ରାଏଲକୁ ଆମର ସମର୍ଥନ ନାହିଁ ବୋଲି ସେ କହିଛନ୍ତି। ଇରାନ ଯୁଦ୍ଧ ବିରତି ଉଲ୍ଲଙ୍ଘନ କଲା, ଇସ୍ରାଏଲ୍ ମଧ୍ୟ ଉଲ୍ଲଙ୍ଘନ କଲା। ଦୁଇ ଦେଶ ଲମ୍ବା ଯୁଦ୍ଧର ପରିଣାମ କ’ଣ ଜାଣି ନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି।
୧୨ ଦିନର ଘମାଘୋଟ ଯୁଦ୍ଧ ପରେ ଯୁଦ୍ଧବିରତି ନେଇ ରାଜି ହୋଇଥିଲେ ଇରାନ୍ ଓ ଇସ୍ରାଏଲ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଦୁଇ ଦେଶ ସହମତ ହୋଇଥିବା କହିଥିଲେ। ଏହାପରେ ଇରାନ ଓ ଇସ୍ରାଏଲ୍ ଅସ୍ତ୍ରବିରତି ନେଇ ସ୍ପଷ୍ଟ କରିଥିଲେ। ତେବେ ପୁଣି ଯୁଦ୍ଧ ବିରତି ଉଲଘଂନ କରିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଟ୍ରମ୍ପ । ମଧ୍ୟପ୍ରାଚ୍ୟରେ ଶାନ୍ତି ବଜାୟ ରଖିବା ସହ ସମ୍ଭାବ୍ୟ ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କାକୁ ଏଡାଇବାକୁ ଇସ୍ରାଏଲ୍-ଇରାନ୍ ଯୁଦ୍ଧ ବିରତି ପାଇଁ ସହମତି ହୋଇଥିବା କୁହାଯାଉଥିଲା।
ଏପଟେ ଆମେରିକାକୁ ନାଲିଆଖି ଦେଖାଇ ଆକ୍ରମଣ କରିବାକୁ ପଛାଇଲା ନାହିଁ ଇରାନ୍ । ଆମେରିକାକୁ ଦେଇଛି କଡ଼ା ଜବାବ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଡକ୍ଟର ଇରାଜ ଏଲାହି । ସେ କହିଛନ୍ତି, କତାର ଓ ଇରାକରେ ଥିବା ଆମେରିକାର ମିଲିଟାରୀ ବେସ୍ ଉପରେ ତେହରାନର ଆକ୍ରମଣ ଅପ୍ରତ୍ୟାଶିତ ଥିଲା । ପୁଣି ଥରେ ଯେ ଆକ୍ରମଣ ହେବନି, ତାହା କହି ହେବନି । ପୁଣି ଇରାନ୍ ଆକ୍ରମଣ କରିପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି ଏଲାହି । ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଏଣ୍ଟ୍ରି ମାରିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା । ସେଥିପାଇଁ ଇରାନ୍ ପ୍ରସ୍ତୁତ ଥିଲା । ତାହା ହିଁ ହେଲା ।
କୌଣସି ଦେଶ ଆମେରିକାର ମିଲିଟାରୀ ବେସକୁ ଆଗରୁ ଟାର୍ଗେଟ୍ କରିନଥିଲେ । ଇରାନ୍ ଆକ୍ରମଣ କଲା । ଏହାକୁ ଆପଣ ପ୍ରତୀକାତ୍ମକ ପ୍ରତିକ୍ରିୟା ବୋଲି କହିପାରନ୍ତି । ଆମେରିକା ଯଦି ପୁଣି ଏପରି ଭୁଲ୍ କରେ, ଇରାନ୍ ଛାଡିବ ନାହିଁ ବୋଲି କହିଛନ୍ତି ଏଲାହି । ଜାତୀୟ ଗଣମାଧ୍ୟମକୁ ସେ ଏହା କହିଛନ୍ତି ।
ମିଳିଥିବା ସୂଚନା ମୁତାବକ, ପ୍ରାୟ ୬ଟି ମିଜାଇଲ ମାଡ କରିଥିଲା ଇରାନ । ଏହି ଅପରେସନର ନାମ ‘ବସର ଅଲ୍-ଫତେହ’ ଦେଇଥିଲା ଇରାନ । ଅଲ୍ ଉଦିଦ୍ ହେଉଛି ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସବୁଠାରୁ ବଡ ବାୟୁସେନା ଘାଟି । ଏଠାରେ ପ୍ରାୟ ୧୦ ହଜାର ଆମେରିକୀୟ ସୈନିକ ଥିବା ବେଳେ ବ୍ରିଟେନ ସୈନ୍ୟମାନେ ମଧ୍ୟ ପାଳି କରି ଆସନ୍ତି । ଏଠାରେ ଆମେରିକାର ଯୁଦ୍ଧ ଓ ପରିବହନ ବିମାନ ସମେତ ବହୁ ସାମରିକ ଉପକରଣ ଓ ଯୁଦ୍ଧାସ୍ତ୍ର ମହଜୁଦ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)