Advertisment

Moments After Attack: ସାମନାକୁ ଆସିଲା ଆମେରିକା ବାୟୁସେନା ଘାଟି ଉପରେ ଆକ୍ରମଣ କରିବା ବେଳର ସେହି ଛାତିଥରା ଦୃଶ୍ୟ

କତାରର ରାଜଧାନୀ ଦୋହାରେ ଥିବା ଆମେରିକାର ଅଲ ଉଦେଦ ବାୟୁସେନା ଘାଟି ଉପରେ ଇରାନ ଆକ୍ରମଣ କରିବା ବେଳେ ସହରର ଏକ ମଲରେ ବିସ୍ଫୋରଣର ଶବ୍ଦ ଶୁଭାଯିବା ପରେ ଲୋକମାନେ ଧାଁ ଧଉଡ କରୁଥିବା ଦେଖାଦେଇଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Moments After Attack

Moments After Attack

ଇସ୍ରାଏଲ ଓ ଇରାନ ମଧ୍ୟରେ ଘନଘନ ମିଜାଇଲ ମାଡ ପରେ ଆମେରିକାର ଏଣ୍ଟ୍ରି ଯୁଦ୍ଧକୁ ଆହୁରି ଘନେଇଥିଲା । ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଆମେରିକାର ଏଣ୍ଟ୍ରି ପରେ ଆମେରିକା ମଧ୍ୟ ଏହି ଯୁଦ୍ଧର ଏକ ଅଂଶ ହୋଇଥିଲା । ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ ଆମେରିକା ଉପରେ ପ୍ରତିଶୋଧ ନେଇଥିଲା ଇରାନ । ଆମେରିକାର ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା ଇରାନ । କତାରର ରାଜଧାନୀ ଦୋହାରେ ଥିବା ଅଲ ଉଦେଦ ବାୟୁସେନା ଘାଟି ଉପରେ ଆକ୍ରମଣ ପରେ ଦୋହାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । 

Advertisment

ଅଧିକ ପଢନ୍ତୁ: ଆମେରିକାର ଏୟାରବେସ୍ ଉପରେ ଭୟଙ୍କର ମିଜାଇଲ ମାଡ କଲା ଏହି ଦେଶ

ମଧ୍ୟପ୍ରାଚ୍ୟରେ ସବୁଠୁ ବିକଶିତ ସହର ମଧ୍ୟରୁ ଗୋଟିଏ ଦୋହାର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ହୋଇଥିଲା । ସହରରେ ସାଇରନ ବାଜିଥିଲା, ଏୟାର ଡିଫେନ୍ସ ସିଷ୍ଟମ କାର୍ଯ୍ୟକାରୀ ହୋଇଥିଲା । ଏପରିକି ଦୋହାର ଏକ ମଲରେ ବିସ୍ଫୋରଣର ଶବ୍ଦ ହେବା ପରେ ଲୋକମାନେ ଭୟଭୀତ ହୋଇ ଚିତ୍କାର କରି ଲୋକମାନେ ମଲ୍ ବାହାରକୁ ଦୌଡୁଥିବାର ଭିଡିଓରେ ଦେଖାଦେଇଛି । ମହିଳା ଓ ଶିଶୁଙ୍କ ସମେତ ସମସ୍ତେ ମଲର ପ୍ରସ୍ଥାନ ଦ୍ୱାର ଦେଇ ବାହାରକୁ ଯାଉଥିବାର ଦେଖାଦେଇଛି । 

Advertisment

ଇରାନର ଏହି ଆକ୍ରମଣ ପରେ କତାର ସମେତ କୁଏତ, ବାହାରିନ ଓ ୟୁଏଇ ଭଳି ଦେଶ ନିଜ ବାୟୁସୀମା ବନ୍ଦ କରି ଦେଇଥିଲେ । ‘‘ଇରାନ ଏହି ଆକ୍ରମଣରେ ଏତେ ମିଜାଇଲ ବ୍ୟବହାର କରିଥିଲା ଯେ, ଆମେରିକା ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ମାରିଥିବା ବୋମା ସଂଖ୍ୟା ସହ ସମାନ ହେବ । କତାରର ସହରାଞ୍ଚଳ ଓ ଆବାସିକ ଅଞ୍ଚଳଠାରୁ ଦୂରରେ ଏହି ଟାର୍ଗେଟ କରାଯାଇଥିଲା । ଯେପରି ସାଧାରଣ ନାଗରିକଙ୍କ କ୍ଷତି ନହୁଏ, ସେଥିପ୍ରତି ଧ୍ୟାନ ଦିଆ ଯାଇଥିଲା’’ ବୋଲି ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଥିଲା । 

ଇରାନର ସଶସ୍ତ୍ରବାହିନୀର ଜଣେ ଅଧିକାରୀ କହିଛନ୍ତି, ‘‘ରିଭ୍ୟୋଲୁସନାରୀ ଗାର୍ଡ୍ସ କର୍ପସ ଦ୍ୱାରା ଆମେରିକାର ବିମାନ ଘାଟି ଉପରକୁ ଆକ୍ରମଣ ହୋଇଥିଲା । ଆମେ ଆମର ଶତ୍ରୁଙ୍କୁ ଚେତାଇ ଦେଉଛୁ ଯେ, ହିଟ ଆଣ୍ଡ ରନ ଯୁଗ ଶେଷ ହୋଇଯାଇଛି ।’’

ଅଲ୍ ଉଦେଦ ହେଉଛି ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସବୁଠାରୁ ବଡ ବାୟୁସେନା ଘାଟି । ଏଠାରେ ପ୍ରାୟ ୧୦ ହଜାର ଆମେରିକୀୟ ସୈନିକ ଥିବା ବେଳେ ବ୍ରିଟେନ ସୈନ୍ୟମାନେ ମଧ୍ୟ ପାଳି କରି ଆସନ୍ତି । ଏଠାରେ ଆମେରିକାର ଯୁଦ୍ଧ ଓ ପରିବହନ ବିମାନ ସମେତ ବହୁ ସାମରିକ ଉପକରଣ ଓ ଯୁଦ୍ଧାସ୍ତ୍ର ମହଜୁଦ ରହିଛି । ଏହା ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ର ହେଡକ୍ୱାର୍ଟର ଭାବେ କାର୍ଯ୍ୟ କରେ । 

ଅଧିକ ପଢନ୍ତୁ: ଇସ୍ରାଏଲ-ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ; ବଡ ଘୋଷଣା କଲେ ଟ୍ରମ୍ପ, ପ୍ରତିକ୍ରିୟା ରଖିଲା ଇରାନ

Qatar
Advertisment
Advertisment