Advertisment

ସମର୍ଥକଙ୍କୁ ଅଇଁଠା ପିଜା ଯାଚିଲେ ଡୋନାଲ୍ଡ ଟ୍ରମ୍ପ୍‌

ଜଣେ ରିପୋର୍ଟର ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍‌ କରିଛନ୍ତି। ଯେଉଁଥିରେ ଟ୍ରମ୍ପ ପିଜାକୁ ଖାଇବା ପରେ ମୋର ଅବଶିଷ୍ଟ ପିଜାକୁ କିଏ ଖାଇବ ବୋଲି ପଚାରୁଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Donald Trump Offers Half Eaten Pizza To Fans

Trump offers half-eaten pizza to fans

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ମତକୁ ନେଇ ସବୁବେଳେ ବିବାଦରେ ରହିଆସିଛନ୍ତି। ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ନେଣଦେଣ ଅଭିଯୋଗରେ ସେ ଗିରଫ ହୋଇଥିଲେ। ସବୁ ସମୟରେ ଟ୍ରମ୍ପ୍‌ ତାଙ୍କ ସମର୍ଥକଙ୍କ ସାଥ୍‌ ଦେଇଆସିଛନ୍ତି। କିନ୍ତୁ ଏବେ ସମର୍ଥକଙ୍କୁ ଅଇଁଠା ଯାଚିବା ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଟ୍ରମ୍ପ।

Advertisment

ଫ୍ଲୋରିଡ଼ା ସ୍ଥିତ ଫୋର୍ଟ ମିଅରର ଡାଉନ୍‌ଟାଉନ୍‌ ହାଉସ୍‌ରେ ପିଜା ଖାଉଥିଲେ ଟ୍ରମ୍ପ। ସାଥୀରେ ତାଙ୍କ ସମର୍ଥକ ବି ଥିଲେ। ଏହି ସମୟରେ ଚକିତ କରିବା ପରି ଘଟଣା ଦେଖିବାକୁ ମିଳଥିଲା। ଟ୍ରମ୍ପ ପିଜାରୁ ଅଧା ଖାଇବା ପରେ ଅଇଁଠା ଖାଦ୍ୟକୁ ସମର୍ଥକଙ୍କୁ ଯାଚୁଥିବାର ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ କରିବାକୁ ସାହାଯ୍ୟ କରିଥିଲେ ଟ୍ରମ୍ପ ! ଜାଣନ୍ତୁ ପୂରା କାହାଣୀ

Advertisment

ଜଣେ ରିପୋର୍ଟର ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍‌ କରିଛନ୍ତି। ଯେଉଁଥିରେ ଟ୍ରମ୍ପ ପିଜାକୁ ଖାଇବା ପରେ ମୋ ଅବଶିଷ୍ଟ ପିଜାକୁ କିଏ ଖାଇବ ବୋଲି ପଚାରୁଛନ୍ତି। ସମର୍ଥକମାନେ ଟ୍ରମ୍ପ.. ଟ୍ରମ୍ପ କହି ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଛି। FOX News ଅନୁସାରେ Lee County Republican Partyର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ପରେ ଟ୍ରମ୍ପ ଏକ ପିଜା ପାର୍ଲରକୁ ଯାଇଥିଲେ। 

ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ ଘଣ୍ଟାଏ ମଧ୍ୟରେ ଜାମିନ ମିଳିଥିଲା। 

ଟ୍ରମ୍ପ ନ୍ୟୁୟର୍କର ମ୍ୟାନହାଟ୍ଟନ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିବା ବେଳେ ସେଠାରେ ନ୍ୟୁୟର୍କ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଆମେରିକା ରାଜନୈତିକ ଇତିହାସରେ ଏହା ପ୍ରଥମ ଘଟଣା। ଆପରାଧିକ ମାମଲାରେ ଗିରଫ ହେବାରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି।  

Donald Trump Pizza
Advertisment
Advertisment