/odishatv-khabar/media/post_attachments/uploadimage/library/16_9/16_9_0/Trump_1680630799.jpg)
Trump
ଗିରଫ ହେଲେ ଟ୍ରମ୍ପ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ମ୍ୟାନହଟନ କୋର୍ଟରେ ହାଜର ହେବାକୁ ଯିବା ବେଳେ ହେପାଜତକୁ ନେଲା ନ୍ୟୁୟର୍କ ପୋଲିସ୍ । ଏକ ଅପରାଧିକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଖୁବ୍ଶୀଘ୍ର ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ପୂର୍ବରୁ କୁହାଯାଉଥିଲା ।
Advertisment
ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ଡୋନାଲ୍ଡ ଟ୍ରମ୍ପ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଟ୍ରମ୍ପଙ୍କୁ ଗିରଫ କରାଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଭାବେ ପ୍ରଥମଥର ଲାଗି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କାରଣ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)