• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆମେରିକାର ନ୍ୟୁୟର୍କ ସହରରେ ରଥଯାତ୍ରାର ଧାରା ଆରମ୍ଭ ପଛରେ ଅଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭଗବାନ୍‌ଙ୍କ ମହାପ୍ରସାଦ ଚମତ୍କାର କରି ଦେଖାଇଲା କହିଲେ ଚଳେ । ପ୍ରାୟ ୪୬ ବର୍ଷ ପୂର୍ବେ International Society for Krishna Consciousness (ISKCON) ପକ୍ଷରୁ ନ୍ୟୁୟର୍କ ସହରରେ ପ୍ରଥମ ରଥଯାତ୍ରା ଆୟୋଜନ କରିବାକୁ ଯେତେବେଳେ ଯୋଜନା ହୋଇଥିଲା, ଭକ୍ତଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଫିପ୍‌ଥ ଏଭେନ୍ୟୁରେ ରଥ ନିର୍ମାଣ ପାଇଁ ଏକ ବିଶାଳ ଖାଲି ସ୍ଥାନ ଯୋଗାଡ଼ କରିବା ଏକ ପ୍ରକାର ଅସମ୍ଭବ ଥିଲା ।

ଅସୀମ ଭକ୍ତି ସହକାରେ ଜଗନ୍ନାଥଙ୍କ ଭକ୍ତମାନେ ପାରୁ ପର୍ଯ୍ୟନ୍ତ ନିଜ ସାଧ୍ୟ ମତେ ଚେଷ୍ଟା କରିଥିଲେ । ବଡ଼ ବଡ଼ ଫାର୍ମର ମାଲିକଙ୍କ ସାମ୍ନାରେ ଗୋଡ଼ ଭାଙ୍ଗି ଛିଡ଼ା ହେବା ପରେ ବି କେହି ସାହାଯ୍ୟ କରୁନଥିଲେ । ଗୋଟିଏ ସ୍ଥାନରେ ଏକ ବଡ଼ ସ୍ଥାନ ମିଳି ପାରୁନଥିଲା । ଆଉ ସେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୃଷ୍ଣ ଭକ୍ତଙ୍କ ପାଇଁ ଆଶାର ଆଲୋକ ହୋଇ ଉଭା ହୋଇଥିଲେ ।

ରବିବାର ଦିନ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ରିଷ୍ଟୋର୍‌ ହେବା ପରେ ଇସ୍କନ କୋଲକାତାର ଉପ-ସଭାପତି ତଥା ମୁଖପାତ୍ର ରାଧାରମଣ ଦାସ ପୁରୁଣା ସ୍ମୃତି ବଖାଣିଛନ୍ତି । ସେ ସମୟରେ ଡୋନାଲ୍ଡ ଟ୍ରମ୍ପ ଜଣେ ୩୦ ବର୍ଷିୟ ଯୁବକ । ଆଉ ତାଙ୍କୁ ସେତେବେଳେ ରିୟଲ୍‌ ଇଷ୍ଟେସ୍‌ର ବାଦଶାଦା କୁହାଯାଉଥିଲା ।

୧୯୭୬ରେ ଇସ୍କନ ପକ୍ଷରୁ ୧୦ ବାର୍ଷିକି ପାଳନ କରାଯାଇଥିଲା, ଆଉ ସେଠାରେ କୃଷ୍ଣ ଭକ୍ତମାନେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରିବାକୁ ଯୋଜନା କରିଥିଲେ । ଫିପ୍‌ଥ ଏଭେନ୍ୟୁରେ ରଥଯାତ୍ରା ପାଇଁ ଅନୁମତି ମିଳିଥିଲେ ସୁଦ୍ଧା ରଥ ନିର୍ମାଣ ପାଇଁ ଏକ ବିଶାଳ ପଡ଼ିଆର ଆବଶ୍ୟକ ପଡ଼ୁଥିଲା । ହେଲେ ଏଥିପାଇଁ କେହି ବି ଜାଗା ଦେବା ପାଇଁ ରାଜି ହେଉନଥିଲେ ।

ଶେଷରେ ସମସ୍ତେ ହତାଶ ହୋଇ ରଥଯାତ୍ରା ଆଶା ଛାଡ଼ି ଦେଇଥିଲେ । ପାଖାପାଖି ସମସ୍ତ ଫାର୍ମର ମାଲିକ ଏଥିପାଇଁ ମନା କରିଦେଇଥିଲେ । ହେଲେ ଜାଗା ଖୋଜୁ ଖୋଜୁ ଜଣେ ଫାର୍ମ ମାଲିକ କହିଥିଲେ, ମୁଁ ମୋ ରେଲୱେ ୟାର୍ଡକୁ ଡୋନାଲ୍ଡ ଟ୍ରମ୍ପ ନାମକ ବ୍ୟକ୍ତିଙ୍କୁ ବିକ୍ରି କରୁଛି । ଆଉ ସେତେବେଳେ ସମସ୍ତଙ୍କ ଠାରୁ ନାଁ ଶୁଣିବା ପରେ ଭକ୍ତଙ୍କ ମନରେ କୌଣସି ଆଶା ନଥିଲା ଯେ, ଟ୍ରମ୍ପ ଏଥିପାଇଁ ହିଁ କରିବେ ।

ତଥାପି ମନରେ ଆଶା ନେଇ ତଥା ଭଗବାନଙ୍କ ନାଁ ନେଇ ହାତରେ ମହାପ୍ରସାଦ ଧରି ଟ୍ରମ୍ପଙ୍କ ଅଫିସରେ ପହଞ୍ଚିଥିଲେ ଶ୍ରଦ୍ଧାଳୁ । ହେଲେ ସେଠାରେ ପହଞ୍ଚିବା ପରେ ତାଙ୍କର ପିଏଙ୍କ କଥା ଶୁଣି ପୁଣି ହତାଶ ହୋଇପଡ଼ିଥିଲେ କୃଷ୍ଣ ଭକ୍ତ । ତଥାପି ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଛାଡ଼ି ଆସିଥିଲେ ।

ହେଲେ ତିନି ଦିନ ପରେ ଚମତ୍କାର ହୋଇଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ପିଏ ନିଜ ଆଡ଼ୁ ଫୋନ୍‌ କରି ଶୁଭ ଖବର ଶୁଣାଇଥିଲେ । ଡୋନାଲ୍ଡ ଟ୍ରମ୍ପ କିଣିଥିବା ରେଲୱେ ୟାର୍ଡରେ ହିଁ ରଥ ତିଆରି ହୋଇ ରଥଯାତ୍ରା ହୋଇଥିଲା ।