Advertisment

TRF: ପାକିସ୍ତାନକୁ ଶକ୍ତ ଚାପୁଡ଼ା, ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା

ଆମେରିକା ଏବେ ଟିଆରଏଫକୁ ବିଦେଶୀ ଆତଙ୍କୀ ସଂଗଠନ ଏବଂ ସ୍ପେସିଆଲି ଡେଜିନେଟେଡ୍ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା କରିଛି। ଏଥିସହ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି ୨୦୦୮ ମୁମ୍ବାଇ ଆଟାକ୍ ପରେ ଲସ୍କର ଦ୍ବାରା ହୋଇଥିବା ସବୁଠାରୁ ଘାତକ ହମଲା ଥିଲା ପହଲଗାମ୍ ଆଟାକ୍।

author-image
Manasranjan Mohanty
ଅଦ୍ୟତନ ହୋଇଛି
TRF

TRF

ପହଲଗାମ୍ ହମଲା ପଛରେ ଥିବା ଆତଙ୍କୀ ସଂଗଠନ ଟିଆରଏଫ୍ କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା। ଦ ରେଜିଷ୍ଟେନ୍ସ ଫୋର୍ସ ବା ଟିଆରଏଫକୁ ଆମେରିକା ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଛି। ଏକ ବୟାନରେ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି, ଜମ୍ମୁ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପାଇଁ ଟିଆରଏଫ୍ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଯାହା ସାରା ବିଶ୍ବରେ ଆଲୋଡନ ସୃଷ୍ଟି କରିଥିଲା ।

Advertisment

ଆମେରିକା ଏବେ ଟିଆରଏଫକୁ ବିଦେଶୀ ଆତଙ୍କୀ ସଂଗଠନ ଏବଂ ସ୍ପେସିଆଲି ଡେଜିନେଟେଡ୍ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା କରିଛି। ଏଥିସହ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି ୨୦୦୮ ମୁମ୍ବାଇ ଆଟାକ୍ ପରେ ଲସ୍କର ଦ୍ବାରା ହୋଇଥିବା ସବୁଠାରୁ ଘାତକ ହମଲା ଥିଲା ପହଲଗାମ୍ ଆଟାକ୍। ସାରା ବିଶ୍ବ ଏହି ଆକ୍ରମଣକୁ ନିନ୍ଦା କରିଥିଲା ।

ଆତଙ୍କବାଦ ବିରୋଧରେ ଲଢ଼େଇ ସ୍ବରୂପ ଟ୍ରଂପ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ କାଶ୍ମୀର ପହଲ ଗାମରେ ଘାତକ ଆତଙ୍କବାଦୀ ହମଲା ହୋଇଥିଲା। ଏଥିରେ ପର୍ଯ୍ୟଟକମାନଙ୍କୁ ବାଛିବାଛି ଗୁଳି କରି ମାରିଥିଲେ ଆତଙ୍କବାଦୀ।

Advertisment

ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଆମେରିକାର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଆତଙ୍କବାଦ ବିରୋଧରେ ଭାରତ ଓ ଆମେରିକା ଦୃଢ ଭାବେ ଛିଡ଼ା ହୋଇଥିବା ସେ ସୋସିଆଲ ମିଡିଆରେ ଲେଖିଛନ୍ତି ।

ଅଧିକ ପଢନ୍ତୁ: ସେଲିବ୍ରେସନ କରିଥିଲେ ଆତଙ୍କୀ

Donald Trump Pakistan Pahalgam Terrorist Attack
Advertisment
Related Articles
Advertisment