Advertisment

BIGGEST CLASH: ରଜନୀକାନ୍ତ-ହ୍ରିତିକ୍ ମୁହାଁମୁହିଁ

ଚିନ୍ତାରେ ପଡ଼ିଲେ ହଲ୍ ମାଲିକ, କାହାକୁ ଦେବେ କେତେ ସ୍କ୍ରିନ୍ ?

author-image
Prasanjit Ray
ଅଦ୍ୟତନ ହୋଇଛି
ରଜନୀକାନ୍ତ-ହ୍ରିତିକ୍ ମୁହାଁମୁହିଁ

ରଜନୀକାନ୍ତ-ହ୍ରିତିକ୍ ମୁହାଁମୁହିଁ

() ସିନେମା ଜଗତରେ ଚହଲ ପଡ଼ିଛି। ଦୁଇଟି ବଡ଼ ସିନେମା ରିଲିଜ୍ ହେବ। ଆଉ ତାକୁ ନେଇ ଏବେ ଦିଲ୍ଳୀରୁ ଚେନ୍ନାଇ ଯାଏଁ ଚର୍ଚ୍ଚା। ଜଣଙ୍କ ଗୋଟିଏ ଝଲକ ପାଇଁ ବର୍ଷ ବର୍ଷ ଅପେକ୍ଷା କରନ୍ତି ଫ୍ୟାନ୍। ଅନ୍ୟ ଜଣଙ୍କ ଷ୍ଟାଇଲରେ ଦିୱାନା ଦର୍ଶକ। ଏହି ଦୁଇଟି ସିନେମା ଗୋଟିଏ ଦିନରେ ରିଲିଜ୍ ହେଉଥିବାରୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ସବୁଠୁ ବଡ଼ ଚିନ୍ତା ଏବେ ହଲ୍ ମାଲିକଙ୍କ। କାହାକୁ କେତୋଟି ସ୍କ୍ରିନ୍ ଦେବେ ତାକୁ ନେଇ ଅକଳରେ ପଡ଼ିଛନ୍ତି। ଆସନ୍ତୁ ଜାଣିବା କେଉଁ ଦୁଇଟି ସିନେମା କଥା ଆମେ କଥା ହେଉଛୁ...ପ୍ରଥମଟି ହେଉଛି ରଜନୀକାନ୍ତଙ୍କ ‘କୁଲି’ ଓ ଅନ୍ୟଟି ହ୍ରିତିକ୍ ରୋସନଙ୍କ WAR-2

Advertisment

(୧) ରିଲିଜ୍ ଡେଟ୍
ଏବେ ଖାଲି ଏହି ଦୁଇ ଫିଲ୍ମ ରିଲିଜ୍ କୁ ନେଇ ଚର୍ଚ୍ଚା ନୁହେଁ। ଏହାର ରିଲିଜ୍ ଡେଟ୍ କୁ ନେଇ ଅଧିକ ଆଲୋଚନା ହେଉଛି। କାରଣ ଅଗଷ୍ଟ ୧୪ରେ କୁଲି ଏବଂ ୱାର୍-ଟୁ ରିଲିଜ୍ ହେବ। ଦୁଇଟି ଫିଲ୍ମର ଅଲଗା ଅଲଗା ସିଲେକଟିଭ୍ ଅଡିଏନସ ରହିଛନ୍ତି। ଯେମିତି ହିନ୍ଦୀ ଭାଷାଭାଷି ଅଞ୍ଚଳରେ ହ୍ରିତିକ୍ ଓ ରଜନୀଙ୍କ ପାଇଁ ଦିୱାନା ପୁରା ଦକ୍ଷିଣ ଭାରତ। ଆଉ ହିନ୍ଦୀରେ ରିଲିଜ୍ ହେଉଥିବାରୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଦେଉଛି। ସାଧାରଣ ଉତ୍ତର ପ୍ରଦେଶ ଓ ଆଖପାଖ ରାଜ୍ୟରେ ପାନ୍ ଇଣ୍ଡିଆ ସିନେମାକୁ ପସନ୍ଦ କରୁଥିବା ଦର୍ଶକ ବି କିଛିଟା ଭିନ୍ନ।

/>
(୨) ଷ୍ଟାର୍ କାଷ୍ଟ
ଉଭୟ ସିନେମାରେ ଅଭିନେତା ଓ ଅଭିନେତ୍ରୀ ଏହାର ୟୁଏସପି। ପାନ୍ ଇଣ୍ଡିଆରେ ସିନେମା ରିଲିଜ୍ ହେଉଥିବାରୁ ଏହାର ଷ୍ଟାର୍ କାଷ୍ଟ ବି ସେମିତି କିଛିା ରଜନୀକାନ୍ତଙ୍କ ଗୋଟିଏ ଝଲକ, ପୋଷ୍ଟରରେ ଗୋଟିଏ ସିନ୍ ହିଁ ଯଥେଷ୍ଟା ତାଛଡ଼ା ଏଥିରେ କିଛି ସପ୍ରାଇଜ୍ ବି ରହିଛିା ରଜନୀକାନ୍ତଙ୍କ ବ୍ୟତିତ୍ ଏକ ବଡ଼ କାନଭାସରେ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବେ ଦର୍ଶକା ବହୁ ପ୍ରସିଦ୍ଧ ‘ମଞ୍ଜୁମଲ୍ ବୟସ୍’ ର ସେଣ୍ଟର୍ ଅଫ୍ ଆଣ୍ଟେନସନ୍ ସୋଭିନ୍ ସାହିର୍ କୁଲିରେ ନଜର ଆସିବୋ ଅର୍ଥାତ କେରଳରେ ବି ସିନେମାକୁ ବଡ଼ ଫୁଟେଜ୍ ମିଳିବା ତାଛଡ଼ା କୁହାଯାଉଛି କି ନାର୍ଗାଜୁନ, ଉପେନ୍ଦ୍ର, ଶିବ କାର୍ତ୍ତିକେୟନ୍ ବି ସିନେମାରେ କାମିଓ କରୁଥିବା ନଜରକୁ ଆସିବୋ ତେଣୁ ‘କୁଲି’ ସିନେମାକୁ ନେଇ ସସପେନ୍ସ ବଢ଼ିଛିା ସେହିପରି WAR-2ରେ ବଡ଼ ଏଣ୍ଟ୍ରି କରିଛନ୍ତି ଜୁନିୟର୍ ଏନଟିଆର୍ ା RRR ପରେ ହିନ୍ଦୀ ଭାଷାଭାଷି ଅଞ୍ଚଳରେ ସେ ବହୁ ଚର୍ଚ୍ଚିତା ସେମିତିରେ ବି ଯୁବ ପୀଢ଼ୀ ହ୍ରିତିକଙ୍କ ପାଇଁ ଦିୱାନାା ତେଣୁ ଉଭୟ ଫିଲ୍ମର ଷ୍ଟାର୍ କାଷ୍ଟ ଏହାର ମୁଖ୍ୟ ବିନ୍ଦୁା

Advertisment

(୩) ଲୋକଙ୍କ ଉତ୍ସୁକତା
ଦୁଇଟି ସିନେମାକୁ ବହୁ ବର୍ଷ ଧରି ଦର୍ଶକ ଅପେକ୍ଷା କରିଥିଲୋ ରଜନୀଙ୍କ ‘ଜେଲର’ ବଡ଼ ହିଟ୍ ହେବା ପରେ ଏଇ ସିନେମା ନେଇ କ୍ରେଜ୍ ବି ଦୁଇଗୁଣା ହେଇଛିା ତାସହ କୁହାଯାଉଛି, ଲୋକେଶ୍ କନଗରାଜ୍ ଙ୍କ ଥ୍ରିଲର୍ ସିରିଜ୍-LCUର ଏହା ବି ଏକ ପାର୍ଟା ଅର୍ଥାତ ଏହାର ଲିଙ୍କ୍ ଲୋକେଶଙ୍କ ପୂର୍ବ ସିନେମା ବିକ୍ରମ, କେଥି, ଲିଓ ସହ ବଡ଼ ଲିଙ୍କ୍ ଅଛି ବୋଲି ଅନୁମାନ କରାଯାଉଛିା ସେହିପରି ହ୍ରିତିକ ଓ ଟାଇଗର୍ ସ୍ରଫଙ୍କ WARର ପାର୍ଟ ଟୁ ହେଉଛି WAR-2 ା ଏଥିରେ ବି ଭାରତ ପାକିସ୍ତାନ ସ୍ପାଏ ୱାର୍ଲଡକୁ ଦର୍ଶାଯାଇଛିା ତେଣୁ ଯେଉଁଠୁ ସିନେମା ସରିଥିଲା ସେଠୁ ପୁଣି ଆରମ୍ଭ ହେଉଥିବା ଅନୁମାନ କରାଯାଉଛିା

/>
(୪) ପାନ୍ ଇଣ୍ଡିଆ ରିଲିଜ୍

ପାନ୍ ଇଣ୍ଡିଆରେ ଅର୍ଥାତ ମୂଳ ଭାଷା ଛଡ଼ା ଅନ୍ୟାନ୍ୟ ଭାଷାରେ ବି ଏହା ହେବ ରିଲିଜ୍ା ୱାର ଟୁ ହିନ୍ଦୀ, ତେଲୁଗୁ, ତାମିଲରେ ସାରା ଦେଶରେ ରିଲିଜ୍ ହେବା କୁଲି ବି ହିନ୍ଦୀ, କନ୍ନଡ଼, ତେଲୁଗୁରେ ରିଲିଜ୍ ହେଉଥିବାରୁ ସବୁ ରାଜ୍ୟର ଦର୍ଶକଙ୍କ ପାଖରେ ପହଞ୍ଚିବା ତେଣୁ ଯେତେ ସମୟ ବଢ଼ୁଛି ସେତେ ଲୋକଙ୍କ ମଧ୍ୟରେ ଉତ୍କଠା ବଢ଼ିବାରେ ଲାଗିଛି।

Rajnikanth Bollywood Vikram Hrithik Roshan Hindi Film Industry Tollywood
Advertisment
Advertisment