Advertisment

President Arrested: ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗିରଫ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୋକ ୟେଓଲଙ୍କୁ ବୁଧବାର ପୋଲିସ ଗିରଫ କରିଛି। ସେନାବାହିନୀ ପାଇଁ ନୂତନ ଆଇନ ପ୍ରଣୟନ କରିବାର ଏକ ମାସ ମଧ୍ୟରେ ୟୁନଙ୍କୁ ପୋଲିସ ଗିରଫ କରିଛି।

ଅଦ୍ୟତନ ହୋଇଛି
yoon suk

yoon suk

Advertisment

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୋକ ୟେଓଲଙ୍କୁ ବୁଧବାର ପୋଲିସ ଗିରଫ କରିଛି। ସେନାବାହିନୀ ପାଇଁ ନୂତନ ଆଇନ ପ୍ରଣୟନ କରିବାର ଏକ ମାସ ମଧ୍ୟରେ ୟୁନଙ୍କୁ ପୋଲିସ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ସହିତ ୟୁନ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ତାଙ୍କ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ରକ୍ତପାତକୁ ଏଡାଇବା ପାଇଁ ସେ ତଦନ୍ତରେ ସହଯୋଗ କରିଥିବା କହିଛନ୍ତି ୟୁନ।

Advertisment

ଡିସେମ୍ବର ୩ ତାରିଖରେ ୟୁନ ସେନାବାହିନୀ ପାଇଁ ନୂତନ ନିୟମ ଲାଗୁ କରିଥିଲେ। ଏହି ନିୟମକୁ ଦେଶବ୍ୟାପୀ ବିରୋଧ କରାଯାଇଥିବା ବେଳେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପ୍ରୟାସ କରାଯାଇଥିଲା। ୭ ତାରିଖରେ ୟୁନ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଥିଲା। ଡିସେମ୍ବର ୧୪ ତାରିଖରେ ୟୁନ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ ସଂସଦ ଦ୍ବାରା ବାସନ୍ଦ କରାଯାଇଥିଲା। ଡିସେମ୍ବର ୩୦ ତାରିଖରେ ୟୁନଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଥିଲା।ଜାନୁୟାରୀ ୩ରେ ଗିରଫର ପ୍ରଥମ ପ୍ରୟାସ କରାଯାଇଥିବା ବେଳେ ୧୫ ତାରିଖରେ ସେ ଗିରଫ ହୋଇଥିଲେ।

ଅଧିକ ପଢ଼ନ୍ତୁ :ହସିନାଙ୍କ ଭିସା ବୃଦ୍ଧି ବାଂଲାଦେଶକୁ ଅଡ଼ୁଆ, ପକାଉଛି ଚାପ

ୟୁନ ପୋଲିସ ଦ୍ବାରା ଗିରଫ ହେବା ପୂର୍ବରୁ ଏକ ପ୍ରି ରେକର୍ଡେଡ ଭିଡିଓ ଜରିଆରେ ନିଜ ବୟାନ ରଖିଥିଲେ। ରକ୍ତପାତରୁ ଦୂରେଇ ରହିବା ଲାଗି ସେ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ୟୁନ। ଦେଶରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇ ସାରିଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଥିଲେ। ୟୁନଙ୍କ ଓକିଲ ଦେଇଥିବା ସୂଚନା ଅନୁସାରେ ତାଙ୍କୁ ବର୍ତ୍ତମାନର ୱାରେଣ୍ଟରେ ୪୮ ଘଣ୍ଟା ଅଟକ ରଖାଯାଇ ପାରିବ।

Advertisment

ଡିସେମ୍ବର ୧୪ ତାରିଖରେ ସଂସଦ ଦ୍ବାରା ତାଙ୍କୁ ସସପେଣ୍ଡ କରାଯାଇଥିବାରୁ ସେ ରାଷ୍ଟ୍ରପତି କ୍ଷମତାର ମଧ୍ୟ ଉପଯୋଗ କରି ପାରିବେ ନାହିଁ। ଗୁରୁବାର ଦିନ ତାଙ୍କୁ କୋର୍ଟରେ ହାଜର କରାଯିବାକୁ ଥିବା ବେଳେ କୋର୍ଟ ହିଁ ତାଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ୟୁନଙ୍କୁ ଗିରଫ କରିବା ପାଇଁ ଏହା ଦ୍ବିତୀୟ ପ୍ରୟାସ ଥିଲା। ପୂର୍ବରୁ ଜାନୁୟାରୀ ୩ରେ ଗିରଫ କରାଯିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳ ହୋଇନଥିଲା। ବୁଧବାର ୧୦୦୦ରୁ ଅଧ‍କ ପୋଲିସ ଓ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ଗିରଫ କରିବା ମିଶନରେ ସାମିଲ ଥିଲେ। ୧୯୬୦ରେ ସିଓଲରେ ଜନ୍ମିତ ୟୁନ୧୯୯୪ରେ ଜଣେ ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୨୧ରେ କଞ୍ଜରେଭଟିଭ ଦଳ ପକ୍ଷରୁ ନିର୍ବାଚନ ଲଢିବା ସହ ବିଜୟୀ ହୋଇଥିଲେ।

ଅଧିକ ପଢ଼ନ୍ତୁ :ବାଂଲାଦେଶ ଇତିହାସ ପାଠ୍ୟକ୍ରମ ବଦଳିବ, ବଙ୍ଗବନ୍ଧୁଙ୍କ ନାମ ବାଦ୍ ପଡିବ

Advertisment
South Korea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ