Advertisment

Sheikh Hasina: ହସିନାଙ୍କ ଭିସା ବୃଦ୍ଧି ବାଂଲାଦେଶକୁ ଅଡ଼ୁଆ, ପକାଉଛି ଚାପ

ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି। ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ୍‌ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆୱାମୀ ଲିଗ୍ ସହ ଜଡ଼ିତ ନେତା ଓ ବ୍ୟବସାୟୀ। ଜୁଲାଇ ମାସରେ ବିକ୍ଷୋଭ ସମୟରେ ସେ ନିଖୋଜ କରିବା ଏବଂ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାସପୋର୍ଟ ରଦ୍ଦ ପରେ ଯଦି ଶେଖ୍ ହସିନା ଭାରତ ଛାଡ଼ି ବାଂଲାଦେଶ ଯିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଛି।

ଅଦ୍ୟତନ ହୋଇଛି
Bangladesh Government

ରକ୍ତଚାଉଳ ଚୋବାଉଛି ବାଂଲାଦେଶ ସରକାର

Advertisment

ଛାତ୍ରଙ୍କ ନେତୃତ୍ବରେ ଏକ ବିଶାଳ ଆନ୍ଦୋଳନ ଓ ପ୍ରତିବାଦ କରାଯାଇଥିଲା। କେବଳ ଆନ୍ଦୋଳନ ହୋଇଥିଲା ତାହା ନୁହେଁ ବରଂ ପୋଡ଼ାଜଳା ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆନ୍ଦୋଳନକାରୀମାନେ ଧସେଇ ପଶିଥିଲେ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖିବା ପରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭାରତ ଚାଲିଆସିଥିଲେ ଶେକ୍‌ ହସିନା। ଅବଶ୍ୟ ପରବର୍ତ୍ତୀ ସମୟରେ, ହସିନା ବ୍ରିଟେନ୍‌ ଓ ଋଷିଆ ଯିବା ନେଇ ଚର୍ଚ୍ଚା ହେଉଥିଲା ହେଲେ ଭିସା ନମିଳିବାରୁ ସେ ଭାରତରେ ହିଁ ରହିଲେ। କିନ୍ତୁ ଏହା ପରେ ବି ଗୋଟିଏ ପରେ ଗୋଟିଏ ମାମଲା ତାଙ୍କ ବିରୋଧରେ ରୁଜୁ ହେବାରେ ଲାଗିଛି। ସେବେଠାରୁ ଭାରତରେ ରହିଛନ୍ତି ହସିନା।

Advertisment

ହସିନାଙ୍କ ଭିସା ବୃଦ୍ଧି ବାଂଲାଦେଶକୁ ଅଡ଼ୁଆ

ବାଂଲାଦେଶରେ ଛାତ୍ରଙ୍କ ଦ୍ବାରା ହୋଇଥିବା ବିଶାଳ ପ୍ରତିବାଦ ପରେ ଶେଖ୍‌ ହସିନା ଅଗଷ୍ଟ ୨୦୨୩ରୁ ଭାରତରେ ରହୁଛନ୍ତି। ଫଳରେ ସେଠାରେ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିଥିଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ହସିନାଙ୍କ ପିଛା ଛାଡ଼ୁନାହିଁ। ବାଂଲାଦେଶ ସରକାର ତାଙ୍କୁ ଫେରାଇ ଆଣିବା ପାଇଁ ଭାରତକୁ ଅନୁରୋଧ କରିଛନ୍ତି କିନ୍ତୁ ତାଙ୍କ ଭିସାର ଅବଧି ବୃଦ୍ଧି ପ୍ରସଙ୍ଗକୁ ଆହୁରି ଜଟିଳ କରିଦେଇଛି। ଏହି ମାମଲା ଦୁଇ ଦେଶ ମଧ୍ୟରେ କୂଟନୈତିକ ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି କୂଟନୀତିଜ୍ଞ ମତ ଦେଇଛନ୍ତି। ଏହାର ଫଳାଫଳ ଆଗାମୀ ସମୟରେ ସ୍ପଷ୍ଟ ହୋଇପାରେ। ଭିସା ସମୟ ସୀମା ବୃଦ୍ଧି କରାଯିବା ଦ୍ବାରା ସେ ପୂର୍ବ ପରି ଭାରତରେ ରହିପାରିବେ। ବାଂଲାଦେଶ ସରକାର ଶେଖ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଥିଲା । ବାଂଲାଦେଶ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କୂଟନୈତିକ ପାସପୋର୍ଟକୁ ରଦ୍ଦ କରିଦେଇଥିଲେ। ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ ଭିସା ସମୟ ସୀମା ବୃଦ୍ଧି କରାଯାଇଛି । ଆୱାମୀ ଲିଗ୍ ନେତୃତ୍ବାଧୀନ ସରକାର ପତନ ପରେ ହସିନା ସରକାର ବିରୋଧୀ ଆନ୍ଦୋଳନ ମଧ୍ୟରେ ଭାରତ ପଳାଇ ଆସିଥିଲେ। ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥିବା ଆନ୍ଦୋଳନ ସମୟରେ ଗଣହତ୍ୟା ଓ ମାନବିକତା ବିରୋଧୀ ଅପରାଧ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଆଇନଗତ ତଦନ୍ତକୁ ଜୋରଦାର କରିଛି ଏବେ ବାଂଲାଦେଶର ଅନ୍ତରୀଣ ସରକାର।

ହସିନାଙ୍କୁ ଫେରାଇବନି ଭାରତ !

ଅଗଷ୍ଟରେ ହୋଇଥିବା ବିକ୍ଷୋଭ ପରେ ଶେଖ ହସିନା ଭାରତକୁ ପଳାଇ ଆସିଥିଲେ। ଡିସେମ୍ବର ୨୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶ ଭାରତକୁ ଅନୁରୋଧ କରିଥିଲା । ପ୍ରତ୍ୟର୍ପଣ ସମ୍ପର୍କରେ ଏକ ଚୁକ୍ତିନାମା ୨୦୧୩ରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ୨୦୧୬ରେ ସଂଶୋଧିତ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏହି ଅନୁରୋଧ କରାଯାଇଥିଲା। ଏହି ଚୁକ୍ତିନାମାରେ ଉଲ୍ଲେଖ ରହିଛି ଯେ, ଅଭିଯୁକ୍ତ କିମ୍ବା ପଳାତକ ଅଭିଯୁକ୍ତ ଏବଂ ବନ୍ଦୀଙ୍କୁ ପରସ୍ପରକୁ ‘ପ୍ରତ୍ୟର୍ପଣ ଅପରାଧ ମାମଲାରେ ହସ୍ତାନ୍ତର କରାଯିବ। ଏହି ଚୁକ୍ତିନାମା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛି ବାଂଲାଦେଶ ସରକାର।

Advertisment

ଅଧିକ ପଢ଼ନ୍ତୁ :ବାଂଲାଦେଶ ଇତିହାସ ପାଠ୍ୟକ୍ରମ ବଦଳିବ, ବଙ୍ଗବନ୍ଧୁଙ୍କ ନାମ ବାଦ୍ ପଡିବ

 ୧୫ ବର୍ଷ ଶାସନର ଅନ୍ତ

ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ୫ ଅଗଷ୍ଟରେ ଘଟିଥିବା ଘଟଣା ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା। ସଂରକ୍ଷଣ ବ୍ୟବସ୍ଥାକୁ କେନ୍ଦ୍ର କରି ବାଂଲାଦେଶରେ ବିଗତ ଏକମାସ ଧରି ଚାଲିଥିବା ବିକ୍ଷୋଭ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ। ଫଳରେ ଶେଖ୍‌‌ ହସିନାଙ୍କ ୧୫ବର୍ଷର ଶାସନର ଅନ୍ତ ଘଟିଥିଲା। ହିଂସାରେ ୯୭ ଜଣଙ୍କ ପ୍ରାଣହାନି ପରେ ଦେଶରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଥିଲା। କର୍ଫ୍ୟୁ ଲାଗୁ ସତ୍ତ୍ୱେ ଲକ୍ଷାଧିକ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡକୁ ଅଗ୍ରସର ହୋଇଥିଲେ। ଏହା ପଛରେ ସେନାର ଦୃଢ଼଼ ସମର୍ଥନ ମଧ୍ୟ ରହିଥିଲା। ଆସନ୍ନ ବିପଦ ଆଶଙ୍କା କରି ହସିନାଙ୍କୁ ପଦରୁ ଇସ୍ତଫା ଦେବା ସହ ତୁରନ୍ତ ଦେଶ ଛାଡି ପଳାଇବାକୁ ସେନା ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏଥିପାଇଁ ହସିନାଙ୍କୁ ମାତ୍ର ୪୫ମିନିଟ ସମୟ ଦିଆଯାଇଥିଲା। ଶେଖ୍‌‌ ହସିନା ନିଜ ଦେଶ ଛାଡି ଭାରତକୁ ଆସିଥିଲେ।

Advertisment

ଶେଖ୍‌ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା

ଦିନ ଯେତିକି ଯେତିକି ବଢ଼ୁଛି, ବିବାଦ ସେତିକି ସେତିକି ବଢ଼ୁଛି। ଅଗଷ୍ଟରୁ ଦେଶ ଛାଡ଼ି ପଳାଇ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବେ ଦେଶ ଫେରିବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି। କାରଣ ବାଂଲା କୋର୍ଟ ପୁଣି ଥରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି। ଏହା ପରେ ସେ ନିଜ ଦେଶକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି। ନିଜ ଦେଶକୁ ଶେଖ୍‌ ହସିନା ପ୍ରତ୍ୟାବର୍ତ୍ତନ କରିବେ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ କିମ୍ବା ତାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି। ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ୍‌ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆୱାମୀ ଲିଗ୍ ସହ ଜଡ଼ିତ ନେତା ଓ ବ୍ୟବସାୟୀ। ଜୁଲାଇ ମାସରେ ବିକ୍ଷୋଭ ସମୟରେ ସେ ନିଖୋଜ କରିବା ଏବଂ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାସପୋର୍ଟ ରଦ୍ଦ ପରେ ଯଦି ଶେଖ୍ ହସିନା ଭାରତ ଛାଡ଼ି ବାଂଲାଦେଶ ଯିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଛି। ତେବେ ବାଂଲାଦେଶ ସରକାର ହସିନାଙ୍କୁ ସ୍ୱଦେଶ ଫେରାଇ ନେବାକୁ ଜୋରଦାର କସରତ କରୁଛନ୍ତି। ଏଥିରେ ବାଂଲାଦେଶ ସଫଳ ହେବ କି ନାହିଁ, ତାହାର ଉତ୍ତର ସମୟ ହିଁ କହିବ।

ଅଧିକ ପଢ଼ନ୍ତୁ :ଭାରତ ପାଇଁ ସତର୍କବାଣୀ, ବାଂଲାଦେଶ ସେନାକୁ ଟ୍ରେନିଂ ଦେବ ପାକିସ୍ତାନ

ବି.ଦ୍ର. – ଏଥିରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ

ଇମେଲ୍ : serveforthenation@gmail.com

Bangladesh Sheikh Hasina Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ