• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ଏମିତି କୌଣସି ଗୋଟିଏ ବି ଦିନ ଯାଉନି, ଯେଉଁ ଦିନ ଏଲନ୍‌ ମସ୍କ ଏବଂ ଟ୍ୱିଟରକୁ ନେଇ ଖବର ପ୍ରକାଶ ପାଉନି । ପ୍ରତ୍ୟେକ ଦିନ ଟ୍ୱିଟର କୁ ନେଇ ହେଉ କିମ୍ବା ଏହାର ନୂଆ ମାଲିକ ଏଲନ୍ ମସ୍କଙ୍କୁ ନେଇ ହେଉ, ନିଶ୍ଚିତ କିଛି ନା କିଛି ଅଦ୍ଭୁତ ଖବର ପ୍ରକାଶ ପାଉଛି । ତେବେ ଏହାରି ଭିତରେ ଏବେ ସବୁଠୁ ବଡ଼ କଥା ହେଲା ଟ୍ୱିଟରରେ ଟ୍ରେଣ୍ଡ କରୁଛି #RIPTwitter । ଖାଲି ଟ୍ରେଣ୍ଡ କରୁଛି ନୁହେଁ, ଟ୍ରେଣ୍ଡିଂ ଲିଷ୍ଟର ଟପ୍‌ରେ ରହିଛି #RIPTwitter ।

ଅଧିକ ପଢ଼ନ୍ତୁ: ଟ୍ୱିଟର୍‌ କର୍ମଚାରୀଙ୍କୁ ଚେତାବନୀ ! ଅଫିସ୍‌ ଆସ, ନହେଲେ ଆମେ ବୁଝିବୁ, ଏହା ତୁମର ଇସ୍ତଫା ପତ୍ର

ତେବେ ଏହା ପଛରେ ସବୁଠୁ ବଡ଼ କାରଣ ହେଲା ଏକକାଳିନ ଶତାଧିକ କର୍ମଚାରୀ ଟ୍ୱିଟରରୁ ଇସ୍ତଫା ଦେବା । ଯାହାଫଳରେ #RIPTwitter ଟ୍ରେଣ୍ଡ କରୁଛି । ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ତ ଜଣା ନାହିଁ କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଟ୍ୱିଟରର କିଛି ବଡ଼ ବଡ଼ କର୍ମଚାରୀଙ୍କୁ ନେଇ ଏଲନ୍‌ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ସେଥିରେ କୁହାଯାଇଥିଲା ଯେ, ଟ୍ୱିଟର ଏବେ ଡାଉନ୍‌ ଅଛି । ଏମିତିକି ଏହି ବାହାନା ଦେଖାଇ ପୂର୍ବରୁ ଅନେକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିସାରିଛନ୍ତି ଏଲନ୍‌ । ଟ୍ୱିଟରକୁ ନିଜ ଅଧିନକୁ ନେବା ପରେ ପ୍ରଥମେ ସେ ଏହାର ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କରିଥିଲେ । ତେବେ ଏଭଳି ସ୍ଥିତିରେ କୁହାଗଲା ଟ୍ୱିଟରର ସମୟ ସରି ସରି ଯାଉଛି । ତେଣୁ ଯେଉଁ କର୍ମଚାରୀମାନେ ଟ୍ୱିଟର ଛାଡ଼ିଲେ ସେମାନେ ଏହାକୁ ସତ ପ୍ରମାଣିତ କରିବା ପାଇଁ ଲେଖିଲେ #RIPTwitter । ଯାହାକି ଏବେ ଟ୍ରେଣ୍ଡ କରୁଛି ।

ତେବେ ଯେଉଁମାନେ ଏଲନ୍‌ଙ୍କ କଥାରେ ସହମତି ପ୍ରକାଶ କରୁଛନ୍ତି ଏବଂ କଠିନରୁ କଠିନ ପରିଶ୍ରମ କରିବାକୁ ରାଜି ହେଉଛନ୍ତି, ସେମାନେ ଚାକିରିରେ ରହୁଛନ୍ତି । ଆଉ ସେହିମାନେ ଦୀର୍ଘ ସମୟ ଧରି କାମ କରୁଛନ୍ତି, ଏଲନ୍‌ଙ୍କ ନୂଆ ନିୟମ ଅନୁସାରେ ୧୨ ଘଣ୍ଟା କାମ କରିବା ସହ ଛୁଟି ବି ନେଉ ନାହାନ୍ତି । ନଚେତ୍‌ ଏଲନ୍‌ଙ୍କ କଥାରୁ ଯିଏ ଟିକେ ବି ଏପଟ ସେପଟ ହେଉଛି, ତାକୁ ତୁରନ୍ତ ବିଦା କରାଯାଉଛି ।

ଗୋଟିଏ ପଟେ ଟ୍ୱିଟର ପକ୍ଷରୁ ଛଟେଇ ଜାରି ରହିଥିବା ବେଳେ ସଂସ୍ଥା ପକ୍ଷରୁ ଆଗାମୀ 2022 FIFA ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋର୍‌ରେ ଚାଲିଛି ।