/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748839907.jpg)
Princess Leonor and Footballer Gavi Spark Romance Rumors in Spain
ଜଣେ ରାଜକୁମାରୀ, ଆଉ ଜଣେ ହୃଦୟର ରାଜା । ଜଣେ ପ୍ରେମ ପାଇଁ ରାଜଗାଦି ଛାଡ଼ିଛନ୍ତି । ଆଉ ଜଣେ ତାଙ୍କ ପ୍ରେମ ପାଖେ ହାରିଛନ୍ତି । ସଫଳ ହୋଇପାରିନି ବାଟିବାଟି ସମ୍ପତ୍ତିର ଲୋଭ । କି ବିଫଳ ହୋଇନପାରିନି ଜଣେ ସଚ୍ଚା ପ୍ରେମିକର ଭଲ ପାଇବା । ତେଣୁ ସଚ୍ଚେଟ ପ୍ରେମିକ ପାଖରେ ହାରିଯାଇଛନ୍ତି ସୁନ୍ଦରୀ ରାଜକୁମାରୀ । ପିଲାବେଳେ ଅନେକ ରାଜା-ରାଣୀ ଗପ ଶୁଣିଥିବେ । ଅନେକ ପ୍ରେମ କାହାଣୀ ବି ଶୁଣିଥିବେ । ହେଲେ ଏ କାହାଣୀ ସେ କାହାଣୀ ନୁହେଁ । ଏଠି ସତ ସତିକା ରାଜକୁମାରୀ ଆଉ ସତ ଏଠି ହୃଦୟର ରାଜା ।
ଆମେ କହୁଛୁ ସ୍ପେନ୍ର ପ୍ରିନସେସ୍ ଲିୟୋନାର ଏବଂ ସ୍ପେନ୍ର ଷ୍ଟାର ଫୁଟବଲ ପ୍ଲେୟାର ପ୍ଲାବୋ ଗାଭିଙ୍କ କଥା । ଯେଉଁମାନଙ୍କ ପ୍ରେମକୁ ନେଇ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା । ସ୍ପେନ୍ ରାଜସିଂହାସନର ଉତ୍ତରାଧିକାରୀ ହେଉଛନ୍ତି ପ୍ରିନସେସ୍ ଲିୟୋନାର । ରାଜକୀୟ ଚାଲିଚଳନ ଏବଂ ଅଚଳାଚଳ ଧନ ସମ୍ପତ୍ତିକୁ ନେଇ ଏହି ପରିବାର ଯେତିକି ଚର୍ଚ୍ଚାରେ ତା’ଠୁ ଅଧିକ ଚର୍ଚ୍ଚାରେ ରାଜକୁମାରୀ ଲିୟୋନାରଙ୍କ ସୁନ୍ଦରତା । କାରଣ ବଲିଉଡ୍ କି ହଲିଉଡ୍ର କେଉଁ ହିରୋଇନ୍ ଠାରୁ କମ୍ ନୁହଁନ୍ତି ସେ । ବିଶେଷକରି ରାଜପରିବାରର କୌଣସି ଭିତିରି କଥା ବହାରକୁ ଆସିନଥାଏ । ହେଲେ ପ୍ରିନସେସ୍ ଲିୟୋନାରଙ୍କ ପ୍ରେମ କାହାଣୀ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ।
ଅଧିକ ପଢନ୍ତୁ: ଆଲଜେରିଆରେ ପାକିସ୍ତାନର ମୁଖା ଖୋଲିଲା ସର୍ବଦଳୀୟ ଟିମ୍
ସ୍ପେନ୍ର ନ୍ୟାସନାଲ ଟିମ୍ ପାଇଁ ସେଣ୍ଟ୍ରାଲ ମିଡଫିଲ୍ଡର ଭାବରେ ଖେଳନ୍ତି ଷ୍ଟାର ଫୁଟବଲର ପ୍ଲାବୋ ମାର୍ଟିନ ପେଜ୍ ଗାଭିରା । ପ୍ରିନସେସ୍ ଲିୟୋନୋରଙ୍କ ଠାରୁ ଗୋଟିଏ ବର୍ଷ ବଡ଼ ଗାଭି । ଫିପା ଓ୍ବାଲ୍ଡକପ୍ ୨୦୨୨ବେଳେ ପ୍ରିନସେସ୍ ଲିୟୋନୋର ଗାଭିଙ୍କ ଖେଳ ଶୈଳୀକୁ ଦେଖି ତାଙ୍କ ଉପରେ ଫିଦା ହୋଇଯାଇଥିବା କୁହାଯାଏ । ପରେ ଲିୟୋନୋର ଓ ଗାଭିଙ୍କ ଭିତରେ ସମ୍ପର୍କକୁ ନେଇ ଗୁଜବ ଆରମ୍ଭ ହୁଏ । ସେହି ଗୁଜବ ୨୦୨୪ରେ ଆହୁରି ବେଶି ହୁଏ । କାରଣ ରାଜମହଲରେ ରୟାଲ ଫ୍ୟାମିଲି ଜାତୀୟ ଫୁଟବଲ୍ ଟିମ୍କୁ ଗାଭିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ସେହି ସମୟରେ ପ୍ରିନସେସ୍ ଲିୟୋନୋର ଓ ଗାଭି କିଛି ସମୟ ପର୍ଯ୍ୟନ୍ତ ପରସ୍ପର ସହ ହାତ ମିଳାଇ ଫଟୋ ଉଠାଇଥିଲେ । ଆଉ ସେହି ଫଟୋକୁ ନେଇ ଆରମ୍ଭ ହୋଇଥିଲା ଅନେକ କଳ୍ପନାଜଳ୍ପନା ଆଉ ଚର୍ଚ୍ଚା । ଦୁହିଁଙ୍କ ଭିତରେ କିଛି ଥିବା ମଧ୍ୟ କୁହାଯାଉଥିଲା । ଆଉ ଏହା ବି ମଧ୍ୟ କୁହାଯାଉଥିଲା କି, ଗାଭି ପ୍ରିନସେସ୍ ଲିୟୋନୋରଙ୍କ ପ୍ରେମକୁ ପ୍ରତ୍ୟାଖାନ କରିଛନ୍ତି । କାରଣ ପେଲାୟା ନାମକ ଜଣେ ଯୁବତୀଙ୍କୁ ଗାଭି ଭଲପାଆନ୍ତି । ପେଲାୟା ଏବେ ପାଠ ପଢ଼ୁଥିବାବେଳେ ତାଙ୍କୁ ୨୨ ବର୍ଷ । ହେଲେ ସୋସିଆଲ ମିଡିଆରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ୁନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)