Advertisment

Viral Video of Macron's Wife Slapping Him: ଦେଶର ପ୍ରଥମ ନାଗରିକଙ୍କୁ ସ୍ତ୍ରୀ ମାରିଲେ ଚାପୁଡା, ଦେଖନ୍ତୁ ଭାଇରାଲ ଭିଡିଓ

ବ୍ରିଗେଟଙ୍କ ମୁହଁ ଭିଡିଓରେ ଦିଶୁ ନ ଥିଲା। ତେବେ ବିମାନରୁ ଓହ୍ଲାଇବା ପରେ ମାକ୍ରନ ଓ ବ୍ରିଗେଟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ସ୍ପଷ୍ଟ ହୋଇଥିଲା। ଉଭୟ ସିଡିରେ ଅଲଗା ଅଲଗା ଓହ୍ଲାଇଥିଲେ। ଏପରିକି ଫଟୋ ଉଠାଇବା ପୂର୍ବରୁ ମାକ୍ରନ ତାଙ୍କ ହାତ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବ୍ରିଗେଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଅଦ୍ୟତନ ହୋଇଛି
macron

macron

Advertisment

ଦେଶର ପ୍ରଥମ ନାଗରିକ ବା ରାଷ୍ଟ୍ରପତିଙ୍କୁ ଶକ୍ତିଶାଳୀ ବ୍ୟକ୍ତିତ୍ବ ଭାବେ ବିବେଚନା କରାଯାଇଥାଏ। ‍ବିଶ୍ବର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ତାଙ୍କ ସ୍ତ୍ରୀ ଚାପୁଡା ମାରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଏତନାମରେ ବିମାନରୁ ଓହ୍ଲାଇବା ସମୟର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Advertisment

ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାର ଉଦ୍ଦେଶ୍ୟ ରଖି ମାକ୍ରନ ବର୍ତ୍ତମାନ ଦକ୍ଷିଣ ଏସିଆ ଗସ୍ତରେ ରହିଛନ୍ତି। କୂଟନୈତିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ ଏହି ମିଶନ କିନ୍ତୁ ବର୍ତ୍ତମାନ ବ୍ୟାକଫାୟାର କରିଯାଇଛି। ଭିଏତନାମର ହାନୋଇରେ ବିମାନ ଅବତରଣ କରିବା ପରେ ଯେତେବେଳେ ଗେଟ ଖୋଲାଯାଇଥିଲା ଏଭଳି ଘଟଣା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା; ଖୋଲିଲା ପାକିସ୍ତାନର ଅସଲ ମୁଖା

Advertisment

କୂଟନୈତିକ ସଫଳତାର ଉଦ୍ଦେଶ୍ୟ ରଖି ଦକ୍ଷିଣ ଏସୀୟ ରାଷ୍ଟ୍ର ଭ୍ରମଣରେ ଆସିଥିବା ବେଳେ ଭିଏତନାମରେ ଚାପୁଡାକୁ ନେଇ ଚର୍ଚ୍ଚାରେ ଅଛନ୍ତି ମାକ୍ରନ। ବିମାନର ଦ୍ବାର ଖୋଲିବା ସମୟରେ ମାକ୍ରନଙ୍କ ପତ୍ନୀ ବ୍ରିଗେଟ ମାକ୍ରନଙ୍କ ହାତ ତାଙ୍କ ମୁହଁରେ ବାଜୁଥିବାର ଦେଖିବାକୁ ମିଳିଥିଲା। ବିମାନର ଦ୍ବାର ଖୋଲୁଥିବା କାରଣରୁ ମାକ୍ରନ ହଠାତ ହଡବଡେଇ ଯାଇଥିଲେ। ତେବେ ତତକ୍ଷଣାତ ସେ ନିଜକୁ ଆଡଜଷ୍ଟ କରି ନେଇଥିଲେ।

ବ୍ରିଗେଟଙ୍କ ମୁହଁ ଭିଡିଓରେ ଦିଶୁ ନ ଥିଲା। ତେବେ ବିମାନରୁ ଓହ୍ଲାଇବା ପରେ ମାକ୍ରନ ଓ ବ୍ରିଗେଟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ସ୍ପଷ୍ଟ ହୋଇଥିଲା। ଉଭୟ ସିଡିରେ ଅଲଗା ଅଲଗା ଓହ୍ଲାଇଥିଲେ। ଏପରିକି ଫଟୋ ଉଠାଇବା ପୂର୍ବରୁ ମାକ୍ରନ ତାଙ୍କ ହାତ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବ୍ରିଗେଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

Advertisment

ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମେ ଏହି ଘଟଣାକୁ ଅସ୍ବୀକାର କରାଯାଇଥିଲେ ମଧ୍ୟ ପରେ ସ୍ବୀକାର କରାଯାଇଥିଲା । ସେହିପରି ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସବୁ କିଛି ଠିକ ଚାଲି ନ ଥିବା ନେଇ ଜଣେ ଘନିଷ୍ଠ ବନ୍ଧୁ ସ୍ବୀକାର କରିଛନ୍ତି। ଏହା ମଧ୍ୟରେ ଭିଏତନାମ ଓ ସିଙ୍ଗାପୁରରେ ସପ୍ତାହବ୍ୟାପୀ ଗସ୍ତ ଆରମ୍ଭ କରିଛନ୍ତି ମାକ୍ରନ।

ଅଧିକ ପଢ଼ନ୍ତୁ: ୟୁକ୍ରେନ ଉପରେ ଋଷିଆର ବଡ ଏୟାରଷ୍ଟ୍ରାଇକ: ୧୩ ମୃତ, ଟ୍ରମ୍ପ ଦେଲେ ଚେତାବନୀ

France Viral Video Emmanuel Macron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ