Advertisment

G20 Summit 2024: ଜି-ଟ୍ବେଣ୍ଟି ସମ୍ମିଳନୀର ଦ୍ବିତୀୟ ଦିନ; ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଲେ PM Modi

ବ୍ରାଜିଲର ରିଓ ଡି ଜେନେରୋରେ ଜି-ଟ୍ବେଣ୍ଟି ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଛନ୍ତି ପିଏମ୍ ନରେନ୍ଦ୍ର ମୋଦି । ଏଥିସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଛନ୍ତି ମୋଦି ।

author-image
Sujit kumar Swain
ଅଦ୍ୟତନ ହୋଇଛି
G20 Summit 2024

G20 Summit 2024

ବ୍ରାଜିଲର ରିଓ ଡି ଜେନେରୋରେ ଜି-ଟ୍ବେଣ୍ଟି ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଛନ୍ତି ପିଏମ୍ ନରେନ୍ଦ୍ର ମୋଦି । ଏଥିସହ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି ମୋଦି । ଉଭୟ ନେତା ହାତ ମିଳାଇ କିଛି ସମୟ ଆଲୋଚନା ବି କରିଛନ୍ତି । 

Advertisment

ରାଷ୍ଟ୍ରପତି ବାଇଡେନଙ୍କ ସହ ସବୁବେଳେ ମିଶିବାକୁ ନେଇ ସେ ଉତ୍ସାହିତ ବୋଲି ମୋଦି କହିଛନ୍ତି । ଏଥିସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ୟୁକେ ପ୍ରଧାନମନ୍ତ୍ରୀ କୈର ଷ୍ଟେରମର, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନସ୍ ୱଙ୍ଗ, ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

ଅଧିକ ପଢନ୍ତୁ: ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ସାମିଲ୍ ହେଲେ ତୁଳସୀ; ମିଳିଲା ବଡ଼ ପଦବୀ

ଦୁଇ ଦିନିଆ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଭାଗ ନେବା ସହ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି। ବ୍ରାଜିଲ ଅଧ୍ୟକ୍ଷତାରେ ଚଳିତ ଥର ଜି-ଟ୍ବେଣ୍ଟି ସମ୍ମିଳନୀ ଆୟୋଜନ ହେଉଥିବା ବେଳେ ଭୋକ ଏବଂ ଗରିବୀ ବିରୋଧରେ ବୈଶ୍ବିକ ସଂଗଠନ ଗଠନ କରିବା ପଦକ୍ଷେପ ପ୍ରଶଂସାଯୋଗ୍ୟ ବୋଲି ମୋଦି କହିଛନ୍ତି।

Advertisment

ପ୍ରକାଶ ଥାଉ, ୧୯ତମ ଜି-20 ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲରେ ପହଞ୍ଚିଥିଲେ । ରିଓ ଡି ଜେନେରିଓ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ପରେ ବ୍ରାଜିଲ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗ୍ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗ ଦେଇଛନ୍ତି । ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ପାର୍ଶ୍ୱ କାର୍ଯ୍ୟକ୍ରମ ଭାବେ ସାକ୍ଷାତ ଓ ଆଲୋଚନା ମଧ୍ୟ କରିଛନ୍ତି ।

ଏହା ପରେ ମୋଦି ଗୁଆନା ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ଚଳିତଥର ୫ ଦିବସୀୟ ଗସ୍ତରେ ୩ ଦେଶରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ। ସେ ଶନିବାର ନାଇଜେରିଆରେ ପହଞ୍ଚିଥିବା ବେଳେ ଗତକାଲି ବ୍ରାଜିଲରେ ପହଞ୍ଚିଥିଲେ । ଗୁଆନା ଗସ୍ତ ସାରିବା ପରେ ସେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। 

ଅଧିକ ପଢନ୍ତୁ: ହ୍ୱାଇଟ୍ ହାଉସ୍‌ରେ ବାଇଡେନ୍‌ଙ୍କୁ ଭେଟିଲେ ଟ୍ରମ୍ପ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଲେ ଆଲୋଚନା

Narendra Modi PM Modi Joe Biden PM Narendra Modi G20 Summit
Advertisment
Advertisment