Advertisment

No AC Inside Flight: ୪୦ ଡିଗ୍ରୀ ତାପମାତ୍ରାରେ ବିମାନରେ ବିନା ଏସିରେ ୫ ଘଣ୍ଟା ରହିଲେ ଯାତ୍ରୀ, ଆଉ ତାପରେ...

ଦୁବାଇରୁ ରାଜସ୍ଥାନର ଜୟପୁର ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ IX196 ବୈଷୟିକ ତ୍ରୁଟି ଯୋଗୁଁ ୫ ଘଣ୍ଟା ବିଳମ୍ବରେ ଉଡାଣ ଭରିବା ଦ୍ୱାରା ଯାତ୍ରୀମାନଙ୍କୁ ବିନା ଏସି ଓ ପାଣିରେ ରହିବାକୁ ପଡିଥିଲା ବୋଲି ଯାତ୍ରୀମାନେ ଅଭିଯୋଗ ଆଣିଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
No AC Inside Air India Express Flight For 5 Hours

No AC Inside Air India Express Flight For 5 Hours

ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ନେଇ ଯାତ୍ରୀ ଅସନ୍ତୋଷ । ପ୍ରବଳ ଗରମ ସତ୍ତ୍ବେ ଯାତ୍ରୀମାନଙ୍କୁ ବିମାନ ଭିତରେ ବିନା ଏସିରେ ୫ ଘଣ୍ଟା ରହିବା ପରେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏକ ବିମାନ ଟେକ ଅଫ କରିବାକୁ ୫ ଘଣ୍ଟା ବିଳମ୍ବ ହେବା ପରେ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଏ ନେଇ ଯାତ୍ରୀମାନେ ସୋସିଆଲ ମିଡିଆରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁବାଇରୁ ରାଜସ୍ଥାନର ଜୟପୁର ଅଭିମୁଖେ ଆସୁଥିବା ବିମାନ IX196 ଉଡାଣ ଭରିବା ପୂର୍ବରୁ ବିମାନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ତେଣୁ ବିମାନକୁ ଟେକ ଅଫ କରିବାକୁ ୫ ଘଣ୍ଟା ବିଳମ୍ବ ହୋଇଥିଲା । 

Advertisment

ଅଧିକ ପଢ଼ନ୍ତୁ: AI ବିମାନ ଦୁର୍ଘଟଣା ପୂର୍ବରୁ ବିଚଳିତ ଥିଲେ ପାଇଲଟ୍, କ୍ରାସର ୫ ସେକେଣ୍ଡ ପୂର୍ବରୁ କହିଥିଲେ ୭ଟି ଶବ୍ଦ

ଯାତ୍ରୀମାନେ ସୋସିଆଲ ମିଡିଆରେ ବିମାନ ଭିତରର ଭିଡିଓ ସେୟାର କରି ଅଭିଯୋଗ ଆଣିଛନ୍ତି ଯେ, ବିମାନକୁ ସନ୍ଧ୍ୟା ୭ଟା ୨୫ରେ ଉଡାଣ ଭରିବାର ଥିଲା । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ବିମାନକୁ ରାତି ୧୨.୪୫ରେ ଉଡାଣ ଭରିଥିଲା । ବାହାରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ଥିବା ବେଳେ ସେମାନଙ୍କୁ ୫ ଘଣ୍ଟା ଅତ୍ୟନ୍ତ ଗରମରେ ବିମାନ ଭିତରେ ବିନା ଏସିରେ ରହିବାକୁ ପଡିଥିଲା । ଯେଉଁଥିପାଇଁ ଅତ୍ୟଧିକ ଗରମରୁ କିଛି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ଏପରିକି ସେମାନଙ୍କୁ ପିଇବା ପାଇଁ ପାଣି ମଧ୍ୟ ଦିଆ ଯାଇନଥିଲା । ଏପରି ସ୍ଥିତିରେ ଯାତ୍ରୀମାନେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଦାୟିତ୍ୱବାନ ହେବା ଉଚିତ୍ ବୋଲି ଦାବି କରିଛନ୍ତି । 

Advertisment

ତେବେ ଏହି ଭାଇରାଲ ଭିଡିଓରେ ସ୍ପଷ୍ଟୀକରଣ ରଖିଛନ୍ତି ଏୟାର ଇଣ୍ଡିଆ ଏକ୍ସପ୍ରେସର ଜଣେ ଅଧିକାରୀ । ‘‘ଏୟାର କଣ୍ଡିସନିଂ ସିଷ୍ଟମ ସ୍ୱାଭାବିକ ଭାବେ ଚାଲୁଥିଲା । ଯେତେବେଳେ ବିମାନ ତଳେ ଥିବା ସହ ତା’ର ଡୋର ଖୋଲା ଥାଏ, ସାଧାରଣତଃ ଥଣ୍ଡା ଲାଗିନଥାଏ, ବିଶେଷ କରି ଦୁବାଇ ଭଳି ପ୍ରବଳ ଗରମ ଅନୁଭୂତ ହେଉଥିବା ସ୍ଥାନରେ ଟେକ ଅଫ ନ ହେବା ପର୍ଯ୍ୟନ୍ତ ଥଣ୍ଡା ଅନୁଭବ ହୁଏ ନାହିଁ’’ ବୋଲି ଅଧିକାରୀ ଜଣକ କହିଛନ୍ତି ।

ଅଧିକ ପଢ଼ନ୍ତୁ: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର

Dubai Air India Express
Advertisment
Advertisment