Advertisment

ସପ୍ତାହେ ପାଇଁ ଯାଇଥିଲେ; ମହାକାଶରେ ୮ମାସ କିପରି ବଞ୍ଚିବେ ସୁନୀତା ?

ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା ନାସା।

author-image
Sonali Ojha
Sunita Williams

Sunita Williams

ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଓ ଅନ୍ୟଜଣେ ସାଥୀ ବୁଚ୍ ବ୍ଲିମୋର । ତେବେ ସେଠାରୁ ଫେରିବା କିମ୍ବା ତାଙ୍କୁ ଉଦ୍ଧାର କରିବା ସମ୍ଭବ ହେଉନି। ଏହାରି ଭିତରେ ନାସା ପକ୍ଷରୁ ଏକ ଅପ୍‌ଡେଟ୍ ପ୍ରଦାନ କରାଯାଇଛି। ଉଭୟ ଆସନ୍ତା ବର୍ଷ ଫେବୃଆରୀ ମାସରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି। ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ମାତ୍ର ଅନ୍ତରୀକ୍ଷରେ ଆଉ ୯୬ଘଣ୍ଟାର ଅମ୍ଳଜାନ ଥିବା ବେଳେ ସେମାନେ କିପରି ସେଠାରେ ଜୀବିତ ରହିବେ ସେ ନେଇ ଚିନ୍ତା ବଢିଛି।

Advertisment

ତେବେ ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟ ପୃଥିବୀ ପୃଷ୍ଠକୁ ଫେରିବେ। ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦଜନକ ବୋଲି କହିଛି ନାସା। ସପ୍ତାହେ ପାଇଁ ମହାକାଶକୁ ଯାଇଥିବା ଉଭୟ ମହାକାଶଚାରୀ ଏବେ ଅନ୍ତରୀକ୍ଷରେ ଦୀର୍ଘ ୮ ମାସ ଧରି ରହିବେ। ବିନା କ୍ରୁରେ ଅନ୍ତରୀକ୍ଷ ବିମାନ ‘ଷ୍ଟାରଲାଇନର’ ମହାକାଶରୁ ଫେରିବ ।


ସୁନୀତା ୱିଲିୟମ୍ସ ଓ ବୁଚ୍ ବ୍ଲିମୋର ୨୦୨୫ ପର୍ଯ୍ୟନ୍ତ ମହାକାଶରେ ବଞ୍ଚିବେ କିପରି?

ତେବେ ସବୁଠାରୁ ଚିନ୍ତାର କାରଣ ହେଉଛି ମହାକାଶରେ ଅମ୍ଳଯାନ ଯୋଗାଣ। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ମହାକାଶରେ ଆଉ ୯୬ଘଣ୍ଟାର ଅମ୍ଳଯାନ ରହିଛି। ମହାକାଶ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ଥିବା କୁହାଯାଉଥିବା ବେଳେ ମହାକାଶଚାରୀମାନେ ଏତେଦିନ କେମିତି ବଞ୍ଚିବେ ସେ ନେଇ ପ୍ରଶ୍ନ ଉଠିଛି। । ସୁନୀତା ଓ ତାଙ୍କ ସାଥୀ ଆଗକୁ କ’ଣ ସ୍ବାସ୍ଥ୍ୟଗତ ଓ ବୈଷୟିକ ସମସ୍ୟାର ସାମ୍ନା କରିବାକୁ ପଡିବ, ସେନେଇ ବିଶ୍ବବ୍ୟାପୀ ଆଲୋଚନା ଆରମ୍ଭ ହୋଇଛି । ତେବେ ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଷ୍ଟାରଲାଇନର ସ୍ପେଶକ୍ରାଫ୍ଟ ସୁରକ୍ଷିତ ରହିଛି ଏବଂ ଉଭୟ ସୁସ୍ଥ ଅଛନ୍ତି । ନାସା ପକ୍ଷରୁ ପୁଣି ଦାବି କରାଯାଇଛି ଯେ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ୱିଲମୋର ସ୍ପେଶ ଷ୍ଟେସନରୁ ଫେବୃଆରୀ ମାସରେ ଫେରିବେ।

Advertisment

କାହିଁକି ମହାକାଶ ଯାଇଛନ୍ତି ସୁନୀତା ?

‘ନାସା’ ଏବଂ ‘ବୋଇଂ’ ମିଳିତ କ୍ର୍ୟୁ ଫ୍ଲାଇଟ୍ ଟେଷ୍ଟ ମିଶନର ଏକ ଅଂଶ ହେଉଛନ୍ତି ସୁନୀତା ୱିଲିୟମ୍ସ । ବୋଇଂ ଷ୍ଟାରଲାଇନର କ୍ୟାପସୁଲ ମଣିଷକୁ ନେଇ ମହାକାଶ ଯାତ୍ରା କରିଥିବା ପ୍ରଥମ ‘ସ୍ପେଶ କ୍ୟାପସୁଲ’ । ‘ନାସା’ ୨୦୨୨ ମସିହା ଜୁଲାଇରେ ଏହି ମିଶନ ଆରମ୍ଭ କରିଥିବା ବେଳେ କୋରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହି ମିଶନ ସମୟରେ ଦୁଇ ମହାକାଶଚାରୀ ନୂତନ ଭାବରେ ବିକଶିତ ହୋଇଥିବା ‘ଷ୍ଟାରଲାଇନର୍’ ମହାକାଶଯାନକୁ, ମହାକାଶକୁ ପଠାଇବା ଏବଂ ଫେରିବା ପାଇଁ ମଧ୍ୟ ଉତ୍ତରଦାୟୀ ରହିବେ । ମଣିଷକୁ ନେଇ ମହାକାଶକୁ ଯିବା ଓ ଫେରାଇ ଆଣିବା ନେଇ ଦ୍ବିତୀୟ ମହାକାଶଯାନକୁ ସଫଳ କରିବାକୁ ଚାହୁଁଛି ଆମେରିକା । ଏହି ଉଦ୍ଦେଶ୍ୟରେ ସୁନୀତା ମିଶନ ପାଇଲଟ ରୂପରେ ଏହି ମିଶନରେ ସାମିଲ ହୋଇଛନ୍ତି ।

କେତେଥର ମହାକାଶ ଯାତ୍ରା କରିଛନ୍ତି ସୁନୀତା ୱିଲିୟମ୍ସ?

୫୯ ବର୍ଷୀୟ ୱିଲିୟମ୍ସ ପୂର୍ବରୁ ଦୁଇ ଥର ମହାକାଶ ଯାତ୍ରା କରିଥିବା ବେଳେ ଏହା ତାଙ୍କର ତୃତୀୟ ଯାତ୍ରା। ପ୍ରକାଶ ଥାଉକି, ୨୦୦୬ ଡିସେମ୍ବର ୯ରେ 'ଡିସକଭରୀ' ମହାକାଶ ଯାନ ଯୋଗେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ ସୁନୀତା ୱିଲିୟମ୍ସ।ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରେ ଅନେକ ଦିନ ଧରି ରହିଥିଲେ। ଏହି ସମୟରେ ସେ ଚାରିଥର ସ୍ପେଶ୍ ସେଣ୍ଟରରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ।ପୁଣି ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ। ବର୍ତ୍ତମାନ ସେ ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଛନ୍ତି।

ଡକ୍ଟର ଦୀପକ ପାଣ୍ଡ୍ୟା ଏବଂ ବୋନି ପାଣ୍ଡ୍ୟାଙ୍କଠାରୁ ଜନ୍ମ ନେଇଛନ୍ତି ସୁନୀତା ୱିଲିୟମ୍ସ । ଏହି ଯାତ୍ରା ସହ ସେ ଇତିହାସ ମଧ୍ୟ ସୃଷ୍ଟି କରିଛନ୍ତି । ୫୯ ବର୍ଷିୟା ସୁନୀତା ନ୍ୟୁ ହ୍ୟୁମାନ୍ ରେଟେଡ୍ ମହାକାଶଯାନରେ ପ୍ରଥମ ମହିଳା ଭାବେ ଉଡ଼ି ଇସିହାସ ସୃଷ୍ଟି କରିଛନ୍ତି । ୱିଲିୟମ୍ସଙ୍କ ପିତା ଗୁଜୁରାଟର ମେହସାନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ସେ ଆମେରିକା ଯାଇ ବୋନିଙ୍କୁ ବିବାହ କରିଥିଲେ ।

NASA
Advertisment
Advertisment