/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750049658.jpg)
Lufthansa Flight Returns To Frankfurt Mid-Air
ବିମାନକୁ ବୋମା ଧମକ ପରେ ଜର୍ମାନୀରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ ୟୁ-ଟର୍ଣ୍ଣ ମାରିଛି । ବିମାନକୁ ବୋମା ଧମକ ମିଳିବା ପରେ ଭାରତୀୟ ବାୟୁସେନାରେ ପ୍ରବେଶ କରି ପାରିନାହିଁ ଜର୍ମାନୀ ଫ୍ଲାଇଟ । ମଝି ଆକାଶରୁ ଫେରି ଯାଇଛି ଲୁଫଥାନସା ଫ୍ଲାଇଟ । ବିମାନ LH752 ଫ୍ରାଙ୍କଫର୍ଟରୁ ଉଡାଣ ଭରିଥିଲା ଏବଂ ସୋମବାର ଭୋର ସମୟରେ ହ୍ରାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥାନ୍ତା । ହେଲେ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିବା ପୂର୍ବରୁ ବୋମା ଧମକ ମିଳିବାରୁ ମଝି ଆକାଶରୁ ପୁଣି ଜର୍ମାନୀକୁ ୟୁ-ଟର୍ଣ୍ଣ ମାରିଥିଲା । ଏ ନେଇ ହାଇଦ୍ରାବାଦ ବିମାନବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଆଉ ଉଡିବନି AI-171, ଏଣିକି ଲଣ୍ଡନକୁ ଯିବ ଏହି ଫ୍ଲାଇଟ
ଅଧିକାରୀ ଜଣକ କହିଛନ୍ତି ଯେ, ଭାରତୀୟ ବାୟୁ ସୀମା ବାହାରେ ଥିବା ବେଳେ ବିମାନକୁ ବୋମା ଧମକ ମିଳିଥିଲା । ଯାହାଫଳରେ ଫ୍ଲାଇଟକୁ ଜର୍ମାନୀକୁ ପୁନଃ ଫେରି ଯିବାକୁ ପଡିଛି ।
ଏହା ପୂର୍ବରୁ ଲୁଫଥାନସା ବିମାନ ଅଧିକାରୀ କହିଥିଲେ ଯେ, ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ବିମାନକୁ ଜର୍ମାନୀର ସବୁଠୁ ବ୍ୟସ୍ତବହୁଳ ଫ୍ରାଙ୍କଫର୍ଟ ବିମାବନ୍ଦରକୁ ୟୁ-ଟର୍ଣ୍ଣ କରିବାକୁ ପଡିଛି ।
ସୂଚନା ଯୋଗ୍ୟ, LH752 ବିମାନ ଫ୍ରାଙ୍କଫର୍ଟରୁ ରବିବାର ୟୁରୋପ ସମୟ ଅପରାହ୍ନ ୨ଟା ୧୪ ଏବଂ ଭାରତୀୟ ସମୟ ସନ୍ଧ୍ୟା ୫ଟା ୪୪ ସମୟରେ ଟେକ ଅଫ କରିଥିଲା ଏବଂ ସୋମବାର ଭୋର ସମୟରେ ହ୍ରାଇଦ୍ରାବାଦରେ ଅବତରଣ କରିବାର ଥିଲା । କିନ୍ତୁ ଉଡାଣ ଭରିବାର କିଛି ସମୟ ପରେ ବିମାନକୁ ଫେରିଯିବାକୁ ପଡିଛି ।