• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଉ ଉଡ଼ିବନି ଏୟାର ଇଣ୍ଡିଆର AI-171। ଅହମ୍ମଦାବାଦ୍ ବିମାନ ଦୁର୍ଘଟଣା ପରେ AIR INDIA  ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି। AI-171 ନମ୍ବରରେ ଉଡ଼ିବନି ବିମାନ ଅହମ୍ମଦାବାଦ-ଲଣ୍ଡନ AIR INDIA ବିମାନ। AI-171 ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଣିକି ଆଉ ଏହି ନମ୍ବରରେ ଫ୍ଲାଇଟ୍ ଉଡ଼ିବନି। ଲଣ୍ଡନ କିମ୍ବା ଦେଶର କୌଣସି ଅଞ୍ଚଳକୁ ଏହି ନମ୍ବରରେ ଏୟାର ଇଣ୍ଡିଆ ବିମାନ ଚଲାଇବନି। AI-171 ବଦଳରେ AI 159 ନମ୍ବରରେ ଲଣ୍ଡନକୁ ଉଡ଼ିବ ଫ୍ଲାଇଟ୍। ଜୁନ ୧୭ରୁ ଅହମ୍ମଦାବାଦ ଓ ଲଣ୍ଡନର ଗାଟୱିକ ମଧ୍ୟରେ AI 159 ନମ୍ବରରେ ଉଡାଣ ଭରିବ । ଶୁକ୍ରବାର ଠାରୁ ବୁକିଂ ସିଷ୍ଟମରେ ଏହି ପରିବର୍ତ୍ତନ କରୁିଛି ଏୟାରଲାଇନ୍ସ । 

ଅଧିକ ପଢ଼ନ୍ତୁ: ୧୨ ଜୁନ୍ ପୂର୍ବରୁ ଦୁଇ ଥର ଟିକେଟ କାଟିଥିଲେ ବିଜୟ ରୂପାନୀ, କିନ୍ତୁ...

ଫ୍ଲାଇଟ ନମ୍ବର 171 ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୨୦୨୦ରେ କୋଝିକୋଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଉଡାଣ ବନ୍ଦ କରିଦେଇଥିଲା ଏୟାର ଇଣ୍ଡିଆ । 

ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକକୁ ଯାତ୍ରା କରିବାକୁ ଥିବା ବିମାନ ବୋଇଂ ୭୮୭-୮ଡ୍ରିମଲାଇନର AI-171 ବିମାନ ଉଡାଣ ଭରିବାର ୫ ମିନିଟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାକୁ ନେଇ ସ୍ତବ୍ଧ ହୋଇଯାଇଛନ୍ତି ସାରା ବିଶ୍ବବାସୀ। ନିମିଷକେ ଚାଲି ଯାଇଥିଲା ୨୪୧ ଜଣଙ୍କ ଜୀବନ । ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲା ଗୋଟିଏ ଜୀବନ । ଯେଉଁ ମେଡିକାଲ ହଷ୍ଟେଲ ଉପରେ ବିମାନ ଖସି ପଡିଥିଲା, ସେଥିରେ ଥିବା ଅନେକ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସ୍ଥାନରୁ ମୋଟ ୨୭୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । 

ଅଧିକ ପଢ଼ନ୍ତୁ: ଆକାଶରେ ବିପଦ, ଏୟାର ଇଣ୍ଡିଆ ଦେଖିଛି ସର୍ବାଧିକ ବିମାନ ଦୁର୍ଘଟଣା