Advertisment

Kerala Nurse Nimisha Priya: ୧୬ରେ କେରଳ ନର୍ସ ନିମିଷାଙ୍କୁ ଫାଶୀ, ବଞ୍ଚାଇ ପାରିବ କି ‘ବ୍ଲଡ ମନି’?

କେରଳ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନର ନାଗରିକ ତଲାଲ ଅବଦୋ ମେହଦୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜୁଲାଇ ୧୬ରେ ଫାଶୀ ପାଇବେ ନିମିଷା ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Nimisha

Nimisha

କେରଳ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନରେ ମୃତ୍ୟୁଦଣ୍ଡ । ୟେମେନର ଜଣେ ନାଗରିକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ୟେମେନ କୋର୍ଟ । ଜୁଲାଇ ୧୬ ତାରିଖରେ ତାଙ୍କୁ ଫାଶୀ ଦିଆଯିବ ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ । କେରଳ ନିବାସୀ ନିମିଷା ପ୍ରିୟା (୩୭)ଙ୍କୁ ୟେମେନ ନାଗରିକ ତଲାଲ ଅବଦୋ ମେହଦୀଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇଛି । 

Advertisment

ଅଧିକ ପଢନ୍ତୁ: ପଦରୁ ବହିଷ୍କାର ହେଲେ ମନ୍ତ୍ରୀ, କିଛି ଘଣ୍ଟା ପରେ ହାରିଲେ ଜୀବନ

ନିମିଷା ପ୍ରିୟାଙ୍କ ସମ୍ପୂର୍ଣ୍ଣ ଘଟଣାବଳୀ-

ଭାରତରେ ନର୍ସିଂ କୋର୍ସ ଶେଷ କରିବା ପରେ କେରଳର ନିମିଷା ପ୍ରିୟା ୨୦୦୮ରେ ୟେମେନ ଯାଇଥିଲେ । ସେଠାରେ ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟ କରିବା ପରେ ନିଜର ଏକ କ୍ଲିନିକ ଖୋଲିବା ପାଇଁ ଚାହିଁଥିଲେ । ହେଲେ ୟେମେନର ନିୟମ ଅନୁଯାୟୀ, କୌଣସି ବିଦେଶୀ ନାଗରିକ ୟେମେନରେ ବିଜନେସ କରିବା ପାଇଁ ହେଲେ ସେହି ଦେଶର ବାସିନ୍ଦାଙ୍କ ସହଭାଗୀତା ଜରୁରୀ । ତେଣୁ ନିମିଷା ୟେମେନ ନାଗରିକ ତଲାଲ ଅବଦୋ ମେହଦୀଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ସହାୟତାରେ ୨୦୧୪ରେ ୟେମେନରେ ଏକ କ୍ଲିନିକ ଖୋଲିଥିଲେ । କିନ୍ତୁ ତଲାଲ ତାଙ୍କୁ ହଇରାଣ କରୁଥିଲେ । ତଲାଲ ତାଙ୍କ ପାସପୋର୍ଟ ନେଇ ଯାଇଥିବା ବେଳେ ସେ ତାଙ୍କ ପାସପୋର୍ଟ ଫେରି ପାଇବା ପାଇଁ ବହୁ ନିବେଦନ କରିଥିଲେ ମଧ୍ୟ ତଲାଲ ତାଙ୍କୁ ପାସପୋର୍ଟ ଫେରାଇ ନଥିଲେ । ଏହା ପରେ ନିମିଷା ଥାନାର ଦ୍ୱାରସ୍ଥ ହୋଇଥିଲେ । ୨୦୧୬ରେ ଅବଦୋ ଗିରଫ ହୋଇଥିଲେ ହେଁ ପରେ ମୁକୁଳି ଯାଇଥିଲେ । ଜେଲରୁ ଫେରିବା ପରେ ସେ ପୁଣି ନିମିଷାଙ୍କୁ ଧମକାଇବା ଆରମ୍ଭ କରି ଦେଇଥିଲେ । 

ନିମିଷାଙ୍କ ପରିବାର ଲୋକଙ୍କ କହିବାନୁସାରେ, ନିମିଷା ପାସପୋର୍ଟ ଫେରି ପାଇବା ପାଇଁ ଅବଦୋଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ । ହେଲେ, ନିଶା ଇଞ୍ଜେକ୍ସନର ଓଭରଡୋଜ୍ କାରଣରୁ ଅବଦୋଙ୍କ ମୃତ୍ୟୁ ଘଟିଥିଲା । ପରେ ନିମିଷା ତାଙ୍କ ସହଯୋଗୀ ହନାନଙ୍କ ସହ ମିଶି ତଲାଲଙ୍କ ମୃତଦେହକୁ ପାଣିଟାଙ୍କିରେ ଫିଙ୍ଗି ଦେଇଥିଲେ । ଏହା ପରେ ନିମିଷା ୟେମେନ ଛାଡି ଭାରତ ପଠାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ ୟେମେନର ହୁତି ସେନା ତାଙ୍କୁ ଧରିଥିଲା । ୨୦୧୮ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା । ଏହା ପରେ ତାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ୨୦୨୩ରେ ୟେମେନର ସର୍ବୋଚ୍ଚ ନ୍ୟାୟିକ ପରିଷଦ କାଏମ ରଖିଥିଲେ ଏବଂ ପରେ ଏହାକୁ ରାଷ୍ଟ୍ରପତି ରଶାଦ ଅଲ ଆଲିମି ସ୍ୱୀକୃତି ଦେଇଥିଲେ । 

Advertisment

ଅଧିକ ପଢନ୍ତୁ: ଭୟଙ୍କର ରୂପ ନେଲା ଆନ୍ଦୋଳନ: ୧୧ ମୃତ,ପୂରା ସହର ଲକ୍‌ଡାଉନ

ନିମିଷାଙ୍କୁ ମୃତ୍ୟୁ ଦଣ୍ଡରୁ ରକ୍ଷା କରିବା ପାଇଁ କେବଳ ଏକମାତ୍ର ଉପାୟ ‘ବ୍ଲଡ ମନି’

ୟେମେନର ନିୟମ ଅନୁସାରେ, ଏହି କେସରେ ନିମିଷାଙ୍କୁ କେବଳ ‘ବ୍ଲଡ ମନି’ ଦ୍ୱାରା ହିଁ ରକ୍ଷା କରାଯାଇପାରିବ । ‘ବ୍ଲଡ ମନି’ ହେଉଛି ଏକ ଆର୍ଥିକ ସହାୟତା, ଯାହା ପୀଡିତଙ୍କ ପରିବାର ଦ୍ୱାରା ଦାବି କରାଯାଉଥିବା ଏକ କ୍ଷତିପୂରଣ ରାଶି । ନିମିଷାଙ୍କ କ୍ଷେତ୍ରରେ ତାଙ୍କ ମାଆ ଜଣେ ଘରୋଇ ସହାୟିକା । ସେ କୋଚିରେ ବିଭିନ୍ନ ଘରେ କାମ କରନ୍ତି । ହେଲେ ନିମିଷାଙ୍କୁ ବଞ୍ଚାଇବା ପାଇଁ ସେ ତାଙ୍କ ଘର ମଧ୍ୟ ବିକ୍ରି କରି ଦେଇଛନ୍ତି । 
ସେପ୍ଟେମ୍ବର ୨୦୨୪ରେ ଭାରତୀୟ ଦୂତାବାସ ଦ୍ୱାରା ନିଯୁକ୍ତ ଓକିଲ ଅବଦୁଲ୍ଲା ଅମୀର ଆଲୋଚନା ପାଇଁ ୨୦,୦୦୦ ଡଲାର ବା ୧୬.୬ ଲକ୍ଷ ଟଙ୍କା ଦାବି କରିବା ପରେ ‘ବ୍ଲଡ ମନି’ ସଂକ୍ରାନ୍ତରେ ଆଲୋଚନା ବନ୍ଦ ହୋଇ ଯାଇଥିଲା ।

ଏହା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ୧୯,୮୭୧ ହଜାର ଡଲାର ଦେଇଥିଲା । କିନ୍ତୁ ଅମୀର ଦୁଇଟି କିସ୍ତିରେ ୪୦,୦୦୦ ଡଲାର ଦେବା ପାଇଁ ଜିଦ୍ ଧରିଥିଲେ । ଏହା ପରେ ସେଭ୍ ନିମିଷା ପ୍ରିୟା ଇଣ୍ଟରନ୍ୟାସନାଲ ଆକ୍ସନ କାଉନସିଲ୍ ପକ୍ଷରୁ ତାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା । କିନ୍ତୁ ପରେ ସେହି ଟଙ୍କାକୁ କିପରି ବ୍ୟବହାର ହେଉଛି, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସେ ନେଇ ‘ବ୍ଲଡ ମନି’ ଦ୍ୱାରା ନିମିଷାଙ୍କୁ ଜେଲରୁ ମୁକୁଳାଇବା ଅସମ୍ଭବ ହୋଇ ପଡିଛି । ଏହି ‘ବ୍ଲଡ ମନି’ ଦ୍ୱାରା ଯଦି ତଲାଲଙ୍କ ପରିବାର ଲୋକେ ନିମିଷାଙ୍କ ଉପରୁ କେସ୍ ଉଠାଇ ନେଇ ଥାଆନ୍ତେ ତାହାଲେ, ତାଙ୍କୁ ବଞ୍ଚାଇ ଯାଇ ପାରିଥାଆନ୍ତା । 

ଗତ ଜାନୁଆରୀ ମାସରେ କେନ୍ଦ୍ର ସରକାର କହିଥିଲେ ଯେ, ଏହି ମାମଲା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ନିମିଷାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗରେ ଅଛୁ ।

ଅଧିକ ପଢନ୍ତୁ: ଆତଙ୍କବାଦ ମାନବତା ପାଇଁ ଏକ ବଡ ଚ୍ୟାଲେଞ୍ଜ; ପହଲଗାମ ଆତଙ୍କବାଦ ଆକ୍ରମଣକୁ ବ୍ରିକ୍ସ ସଦସ୍ୟ ରାଷ୍ଟଙ୍କ କଡା ନିନ୍ଦା

Yemen Indian Nurse
Advertisment
Advertisment