Advertisment

ଯୁଦ୍ଧ ଭିତରେ ଫସିଛନ୍ତି ଅଭିନେତ୍ରୀ ନୁସରତ୍ ଭରୁଚା, ସ୍ୱତନ୍ତ୍ର ବିମାନରେ ଫେରିବେ ଦିଲ୍ଲୀ !

ଇସ୍ରାଏଲରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ସମ୍ପର୍କ କରାଯାଇଥିବା ସୂଚନା ମିଳିଛି । ନୁସରତଙ୍କୁ ସୁରକ୍ଷିତ ଭାବେ ବିମାନବନ୍ଦରକୁ ଆଣିବା ଓ ସ୍ୱଦେଶ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଗତକାଲିଠୁ ସେ ଫେରି ଆସିବା ପାଇଁ ଚେଷ୍ଟା କରିଥିଲେ ବି କୌଣସି ବିମାନ ଆସୁନଥିବାରୁ ସେଠାରେ ଫସି ରହିଛନ୍ତି ନୁସରତା।

author-image
Santosh Kumar Sahoo
Nushrat Bharucha

Nushrat Bharucha

ଇସ୍ରାଏଲରେ ଫସିଛନ୍ତି ବଲିଉଡ୍ ଅଭିନେତ୍ରୀ ନୁସରତ୍ ଭରୁଚା । ଯୁଦ୍ଧପ୍ରବଣ ଇସ୍ରାଏଲ୍‌ର ଜେରୁଜେଲମରେ ଏବେ ନୁସରତ୍ ଫସି ଥିବା ସୂଚନା ମିଳିଛି । ଏକ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗ ଦେବାକୁ ଯାଇ ସେ ସେଠି ଫସି ରହିଛନ୍ତି । ନୁସରତଙ୍କ ସହ ପରିବାରଲୋକେ ଯୋଗାଯୋଗ କରିଛନ୍ତି। ଘମାଘୋଟ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ଯୋଗୁଁ ସେଠାରୁ ବାହାରିବା ସମ୍ଭବପର ହୋଇପାରିନି । ଇସ୍ରାଏଲରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ସମ୍ପର୍କ କରାଯାଇଥିବା ସୂଚନା ମିଳିଛି । ନୁସରତଙ୍କୁ ସୁରକ୍ଷିତ ଭାବେ ବିମାନବନ୍ଦରକୁ ଆଣିବା ଓ ସ୍ୱଦେଶ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଗତକାଲିଠୁ ସେ ଫେରି ଆସିବା ପାଇଁ ଚେଷ୍ଟା କରିଥିଲେ ବି କୌଣସି ବିମାନ ଆସୁନଥିବାରୁ ସେଠାରେ ଫସି ରହିଛନ୍ତି ନୁସରତା।

Advertisment

ସୂଚନା ଅନୁସାରେ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ। ଗୋଟିଏପଟେ ଆତଙ୍କବାଦୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଆକ୍ରମଣ ପ୍ରତି ଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Advertisment
India Israel Israel Palestine Peace
Advertisment
Advertisment