Advertisment

Israel-Iran Conflict: ଇସ୍ରାଏଲ୍-ଇରାନ୍ ଉତ୍ତେଜନା, ତୈଳ ବଜାରରେ ଲାଗିବ ନିଆଁ !

ଇରାନ୍‌ ଉପରେ ଘନଘନ ମିସାଇଲ ମାଡ କରୁଛି ଇସ୍ରାଏଲ । ଇରାନ୍‌ରେ ଥିବା ବିଭିନ୍ନ ଅଏଲ୍‌ ଡିପୋ ଓ ଗ୍ୟାସ୍‌ ପାଇପ୍‌ ଲାଇନ୍‌କୁ ଉଡାଇ ଦେଇଛି ଇସ୍ରାଏଲ । ବିଶେଷ କରି ଇରାନ୍‌ର ବିଭିନ୍ନ ଅଏଲ୍‌ ଡିପୋକୁ ଟାର୍ଗେଟ୍‌ କରି ମିସାଇଲ ମାଡ କରୁଛି ଇସ୍ରାଏଲ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ବଢ଼ିବ ପେଟ୍ରୋଲ-ଡିଜେଲ୍‌ ଦର !

ବଢ଼ିବ ପେଟ୍ରୋଲ-ଡିଜେଲ୍‌ ଦର !

ଇରାନର ବିଭିନ୍ନ ସହରରେ ଭୟଙ୍କର ହମଲା କରୁଛି ଇସ୍ରାଏଲ । ଏହି ଯୁଦ୍ଧର ପ୍ରଭାବ ଏବେ ଭାରତ ଉପରେ ପଡିବାକୁ ଯାଉଛି । ତୈଳ ବଜାରରେ ଲାଗିବାକୁ ଯାଉଛି ନିଆଁ । ବିଶେଷ କରି ତୈଳ ଓ ଜୀବାଶ୍ମ ଇନ୍ଧନ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ ଭାରତ ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି । ଇରାନ୍-ଇସ୍ରାଏଲ ଯୁଦ୍ଧ ଆଶଙ୍କା ମଧ୍ୟରେ ଏବେ ତୈଳ ଓ ଜୀବାଶ୍ମ ଇନ୍ଧନର ସବୁ ସାମଗ୍ରୀର ଦରଦାମ ବଢ଼ିପାରେ ବୋଲି କୁହାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: କାଶିମ ସୋଲେମାନିଙ୍କ ହତ୍ୟା ପରେ ତେହରାନର ବଡ ଟାର୍ଗେଟ ଡୋନାଲ୍ଡ ଟ୍ରମ୍ପ: ନେତାନ୍ୟାହୁଙ୍କ ବଡ ବୟାନ

ଇରାନ୍‌ ଉପରେ ଘନଘନ ମିସାଇଲ ମାଡ କରୁଛି ଇସ୍ରାଏଲ । ଇରାନ୍‌ରେ ଥିବା ବିଭିନ୍ନ ଅଏଲ୍‌ ଡିପୋ ଓ ଗ୍ୟାସ୍‌ ପାଇପ୍‌ ଲାଇନ୍‌କୁ ଉଡାଇ ଦେଇଛି ଇସ୍ରାଏଲ । ବିଶେଷ କରି ଇରାନ୍‌ର ବିଭିନ୍ନ ଅଏଲ୍‌ ଡିପୋକୁ ଟାର୍ଗେଟ୍‌ କରି ମିସାଇଲ ମାଡ କରୁଛି ଇସ୍ରାଏଲ । ଅଶୋଧିତ ତୈଳର ହବ୍‌ କୁହାଯାଉଥିବା ଇରାନ୍‌ ଉପରେ ଭାରତ ସମେତ ବିଶ୍ୱର ପ୍ରାୟ ବିଭିନ୍ନ ଦେଶ ନିର୍ଭର କରନ୍ତି । ତେଣୁ ଯୁଦ୍ଧ ଯୋଗୁ ସେଠାକର ଅଏଲ୍‌ ଡିପୋ ଛାରଖାର ହେବା ଫଳରେ ଅଶୋଧିତ ତୈଳ ମୂଲ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷଜ୍ଞଙ୍କ କହିବା ମୁତାବକ, ଯଦି ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଏ, ତେବେ ତେଲ ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୨୦ ଡଲାର୍‌ରେ ପହଞ୍ଚିପାରେ । ଇରାନରୁ ତୈଳ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇପାରେ । ଏହା ତୈଳ ଦରରେ ଦ୍ରୁତ ବୃଦ୍ଧି ଆଣିପାରେ। ଏହି ବୃଦ୍ଧି ଧୀରେ ଧୀରେ ନୁହେଁ, ବରଂ ହଠାତ୍ ହେବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

Advertisment

ସୂଚନା ଅନୁସାରେ, ତିନି ଦିନ ହେଲାଣି ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏପରି ସ୍ଥିତିରେ ଆବଶ୍ୟକ ସଂଯମତା ବଦଳରେ ଏହି ଦୁଇ ରାଷ୍ଟ୍ର ଅଧିକ ଉଗ୍ର ହୋଇପଡ଼ିଛନ୍ତି । କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରି ପରସ୍ପରର ସାମରିକ ପ୍ରତିଷ୍ଠାନ ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି । ଇରାନ୍‌ର ରାଜଧାନୀ ତେହରାନ୍ ସମେତ ପୋର୍ଟ ସିଟି ହାଫିଆରେ ବାଲିଷ୍ଟିକ ମିସାଇଲ ମାଡ଼ କରିଛି ଇସ୍ରାଇଲ ।

ତେହରାନରେ ୮୦ଟି ସ୍ଥାନକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଛି ଇସ୍ରାଏଲ । ଯାହା ଫଳରେ ଛାରଖାର ହୋଇଛି ଇରାନର ସାମରିକ ପ୍ରତିଷ୍ଠାନ ସହ ନ୍ୟୁକ୍ଲିଅର ପ୍ରୋଜେକ୍ଟ । ଏଥିସହ ତେହରାନ୍ ପୋଲିସ ଓ ଡିଫେନ୍ସ ମିଲିଟାରୀ ହେଡକ୍ବାର୍ଟର୍ସ ସମେତ ଇସଫହାନରେ ଥିବା ମିଲିଟାରୀ ସାମରିକ ପ୍ରତିଷ୍ଠାନକୁ ବି ଉଡ଼ାଇଛି ଇସ୍ରାଏଲ୍ । ଆକ୍ରମଣର ଇରାନ ସେନାର ଇଣ୍ଟେଲିଜେନ୍ସ ୱିଙ୍ଗ ମୁଖ୍ୟ ମହମ୍ମଦ କାଜେମୀଙ୍କୁ ନିହତ ହୋଇଥିବା ଇସ୍ରାଏଲ୍ ଦାବି କରିଛି । ସେହିପରି ଇସ୍ରାଏଲ ମିସାଇଲ୍ ମାଡ଼ରେ ଇରାନରେ ମସାଦ ଏୟାରପୋର୍ଟ ସମେତ ଅନ୍ୟାନ୍ୟ ବିମାନବନ୍ଦର ଛାରଖାର ହୋଇଛି ।

ଅଧିକ ପଢ଼ନ୍ତୁ: ବୋମା ଧମକ; ଲ୍ୟାଣ୍ଡିଂ ପାଇଁ ମିଳିଲାନି ଅନୁମତି, ମଝି ଆକାଶରୁ ଫେରିଗଲା ବିମାନ 

Crude Oil Israel
Advertisment
Related Articles
Advertisment