/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749884768.jpg)
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଘନଘଟା । ମୁହାଁମୁହିଁ ଇରାନ୍-ଇସ୍ରାଏଲ । ଇସ୍ରାଏଲ ଲଗାତାର ଦ୍ବିତୀୟ ଦିନରେ ଇରାନ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଇରାନର କିଛି ନିର୍ଦ୍ଦିଷ୍ଟ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଗତକାଲି ବିଳମ୍ବିତ ରାତିରେ ବୋମା ବର୍ଷା କରିଛି ଇସ୍ରାଏଲ । ୨୦୦ରୁ ଅଧିକ ଫାଇଟର ଜେଟରୁ ଇରାନର ୧୦୦ଟି ଠିକଣା ଉପରେ ଆଟାକ୍ କରିଛି ଇସ୍ରାଏଲ। ଏହି ଆକ୍ରମଣରେ ଇରାନରେ ୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨୦ ଆହତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ପୁଣି ଭାରତ-ଚୀନ ମଧ୍ୟରେ ଉଡ଼ିବ ବିମାନ, ବୈଠକରେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ଏହାର ଜବାବରେ ଇରାନ୍ ମଧ୍ୟ ଆରମ୍ଭ କରିଛି ଆକ୍ରମଣ । ଇସ୍ରାଏଲରେ ବିଭିନ୍ନ ବେସାମରିକ ସ୍ଥଳକୁ ଟାର୍ଗେଟ୍ କରିଛି ଇରାନ୍। ଇସ୍ରାଏଲ ଉପରେ ଏକାଧିକ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଛି ଇରାନ୍ । ଇସ୍ରାଏଲ ଉପରେ ୧୫୦ରୁ ଊର୍ଦ୍ଧ୍ବ ବାଲିଷ୍ଟିକ୍ ମିଜାଇଲ୍ ମାଡ଼ କରିଛି ଇରାନ । ଏଥିରେ ବହୁ ସାଧାରଣ ଲୋକ ମୃତାହତ ହୋଇଥିବା କୁହାଯାଉଛି । ମିଜାଇଲ୍ ମାଡ଼ ଯୋଗୁଁ ତେଲ୍ ଆଭିଭରେ ମଧ୍ୟ ୩୪ ଜଣ ଆହତ ହୋଇଛନ୍ତି । ତେବେ ଇରାନ ବିରୋଧରେ ଇସ୍ରାଏଲ କରିଥିବା 'ଅପରେସନ ରାଇଜିଂ ଲାୟନ' ବିରୋଧରେ ଇରାନ ଆରମ୍ଭ କରିଛି ଅପରେସନ୍ 'ଟ୍ରୁ ପ୍ରୋମିଜ୍-୩'।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)