Advertisment

Operation Rising Lion: ଇରାନ ଉପରେ ଘନ ଘନ ମିସାଇଲ ମାଡ଼ ଓ ଡ୍ରୋନ ଷ୍ଟ୍ରାଇକ୍, ଇସ୍ରାଏଲରେ ଜରୁରୀକାଳୀନ ସ୍ଥିତି

ଇରାନ ଉପରେ ଇସ୍ରାଏଲ କରୁଛି ମିସାଇଲ ମାଡ଼ ଓ ଡ୍ରୋନ ଷ୍ଟ୍ରାଇକ୍ । 'ଅପରେସନ ରାଇଜିଂ ଲାୟନ' ଲଞ୍ଚ କରିଛି ଇସ୍ରାଏଲ । ସେପଟେ ଇରାନ ପାଲଟା ଆକ୍ରମଣ କରିବା ଆଶଙ୍କା ରହିଛି । ତେଣୁ ଇସ୍ରାଏଲରେ ଜରୁରୀକାଳୀନ ସ୍ଥିତି ଘୋଷଣା ହେବା ସହ ବନ୍ଦ ରହିଛି ସ୍କୁଲ-କଲେଜ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Operation Rising Lion

Operation Rising Lion

ଇରାନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ । ପରମାଣୁ ଓ ମିଲିଟାରୀ ବେସ ଉପରେ ମିସାଇଲ ଏବଂ ଡ୍ରୋନ ଷ୍ଟ୍ରାଇକ୍ । ଇରାନ ବିରୋଧରେ 'ଅପରେସନ ରାଇଜିଂ ଲାୟନ' ଦ୍ବାରା ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଇସ୍ରାଏଲ ପିଏମ ବେଞ୍ଜାମିନ୍ ନେତାନ୍ୟାହୁ । ଇରାନର ନ୍ୟୁକ୍ଲିୟର ଗଚ୍ଛିତ ଥିବା ଅଞ୍ଚଳରେ ଘନଘନ ବୋମାମାଡ଼ ହୋଇଛି । ପାଲଟା ଆକ୍ରମଣ କଲେ ସ୍ଥିତି ଭୟାବହ ହେବ ବୋଲି ସେ ଇରାନକୁ ଚେତାଇ ଦେଇଛନ୍ତି । ପାଲଟା ଆକ୍ରମଣ ଆଶଙ୍କାରେ ଇସ୍ରାଏଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ସ୍କୁଲ କଲେଜ ବନ୍ଦ ସହ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଇରାନ, ଇରାକ୍ ଓ ଇସ୍ରାଏଲର ଏୟାରବେସ୍ ବନ୍ଦ ହୋଇଛି । ଫଳରେ ବିଶ୍ୱବ୍ୟାପୀ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଆକ୍ରମଣକୁ ଆମର ସମର୍ଥନ ନାହିଁ ବୋଲି କହିଛି ଆମେରିକା । ଅନ୍ୟପଟେ ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ । ସତର୍କ ରହିବା ସହିତ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । 

ଅଧିକ ପଢନ୍ତୁ : ୧୧୭ଟି ଡ୍ରୋନରେ ଧ୍ୱଂସ ଋଷିଆ

Missile Drone Strike
Advertisment
Related Articles
Advertisment