• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭାରତ-ଚୀନ ସଂପର୍କରେ ଆସିବ ସୁଧାର । ୨ ଦେଶ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିବା ପାଇଁ ସରକାର ବିଭିନ୍ନ ପଦେକ୍ଷପ ନେଉଛନ୍ତି । ଖୁବ ଶୀଘ୍ର ଭାରତ-ଚୀନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେ।ଇପାରେ । ଯାହାକି କିଛି ଦିନ ହେବ ବନ୍ଦ ରହିଛି । ଏହା ସହ ୨ଦେଶ ମଧ୍ୟରେ ପ୍ରବାହିତ ନଦୀର ତଥ୍ୟ ବି ଆଦାନ ପ୍ରଦାନ କରିବେ । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏନେଇ ସୂଚନା ଦିଆଯାଇଛି ।

ଶୁକ୍ରବାର କୈଳାଶ ମାନସରେ।ବର ଯାତ୍ରା ପାଇଁ ପ୍ରଥମ ୫୦ ତୀର୍ଥଯାତ୍ରୀଙ୍କୁ ପଠାଯାଇଛି । ବନ୍ଦ ରହିଥିବ। ଏହି ଯାତ୍ରା ୬ବର୍ଷ ପରେ ପୁଣି ଥରେ ଆରମ୍ଭ ହେ।ଇଛି । ବିଦେଶ ସଚିବ ବିକ୍ରମ ମିସ୍ରି ଓ ନୂଆ ଦିଲ୍ଲୀ ଗସ୍ତରେ ଆସିଥିବା ଚୀନର ଉପ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେ।ଇଥିଲା ।

ବୈଠକରେ ଉଭୟ ଦେଶ ଭିତରେ ସିଧାସଳଖ ବିମାନ ସେବା ପୁଣି ଥରେ ଆରମ୍ଭ କରିବା, ସୁବିଧାରେ ଉଭୟ ଦେଶର ଲେ।କଙ୍କୁ ଭିସା ମିଳିବା ଦିଗରେ ପଦକ୍ଷେପ ନେବା ଓ ୨ ଦେଶ ମଧ୍ୟରେ ପ୍ରବାହିତ ହେଉଥିବା ନଦୀର ତଥ୍ୟ ସେୟାର କରିବା ଉପରେ ବିଚାର କରାଯାଇଛି ।

ଜାନୁଆରୀରେ ବେଜିଂରେ ଉଭୟ ଦେଶ ମଧ୍ୟରେ ଆଲେ।ଚନା ହେ।ଇଥିଲା । ଏହାପରଠୁ ଉଭୟ ଦେଶର ଦ୍ବିପାକ୍ଷିକ ସଂପର୍କରେ କେତେ ସୁଧାର ଆସିଛି ତାର ବି ସମୀକ୍ଷା କରାଯାଇଥିଲା । ସଂପର୍କରେ ସୁଧାର ଆଣିବା ସହ ଏହାକୁ ସ୍ଥିର ରଖିବା ଦିଗରେ ବିଭିନ୍ନ ପ୍ରୟାସ ଜାରି ରଖିବାକୁ ଉଭୟ ଦେଶ ସହମତ ହେ।ଇଛନ୍ତି ।

କେନ୍ଦ୍ର ସରକାର ଚଳିତବର୍ଷ ଜୁନରୁ କୈଳାଶ ମାନସରେ।ବର ଯାତ୍ରା ପୁଣି ଥରେ ଆରମ୍ଭ କରିବାକୁ ଘେ।ଷଣା କରିଥିଲେ । ଏଥିପାଇଁ ୫ହଜାର ୫୦୦ରୁ ଅଧିକ ଆବେଦନ ହେ।ଇଥିଲା । ସେମାନଙ୍କ ମଧ୍ୟରୁ ୭୫୦ ଜଣଙ୍କୁ କୈଳାଶ ମାନସରେ।ବର ଯାତ୍ରା ପାଇଁ ଚୟନ କରାଯାଇଛି ।

ଲିପୁଲେଖ ମାର୍ଗ ଦେଇ ୫୦ ତୀର୍ଥଯାତ୍ର ଲେଖାଏଁ ୫ଟି ବ୍ୟାଚ ଓ ନାଥୁ ଲା ମାର୍ଗ ଦେଇ ୫୦ ଯାତ୍ରୀ ଲେଖାଏଁ ୧୦ଟି ବ୍ୟାଚ ଯାତ୍ରା କରିବେ । ପହଲଗାମ ଆତଙ୍କୀ ଆକ୍ରମଣର କିଛି ଦିନ ପରେ କୈଳାଶ ମାନସରେ।ବର ଯାତ୍ରାର ନେଇ ଘେ।ଷଣା କରାଯାଇଥିଲା । ୨ ଦେଶ ମଧ୍ୟରେ ସୀମା ଉତ୍ତେଜନା କାରଣରୁ ଏହି ଯାତ୍ରା ୬ବର୍ଷ ହେଲା ବନ୍ଦ ଥିଲା ।

ଏବେ ଭାରତ-ଚୀନ ସଂପର୍କକୁ ସାମାନ୍ୟ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଗତବର୍ଷ ନଭେମ୍ବରରେ ଉଭୟ ଦେଶର ସଂପର୍କରେ ସୁଧାର ଆଣିବା ପାଇଁ ଆଲେ।ଚନା ଆରମ୍ଭ ହେବା ପରଠୁ କୈଳାଶ ମାନସରେ।ବର ଯାତ୍ରା ଭାରତ କରୁଥିବା ବିଭିନ୍ନ ଦାବି ଭିତରେ ସବୁଠୁ ଉପରେ ଥିଲା ।

ଚୀନର ଏହି ସହଯେ।ଗକୁ ଭାରତ ପକ୍ଷରୁ ପ୍ରଶଂସା କରାଯାଇଛି । ଏହା ସହ ସଂପର୍କରେ ସୁଧାର ଆଣିବା ଦିଗରେ ଆଗାମୀ ପଦକ୍ଷେପ ଉପରେ ବି ଆଲେ।ଚନା କରାଯାଇଛି । ଯେଉଁଥିରେ ସିଧାସଳଖ ବିମାନ ଉଡାଣ ଓ ନଦୀର ତଥ୍ୟ ଆଦାନ ପ୍ରଦାନ କରିବା ସାମିଲ ଅଛି ।