Advertisment

ISKCON Ratha Yatra: ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ, ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କଲା ଇସ୍କନ

ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ ଫେଷ୍ଟିଭାଲ ଅଫ ବ୍ଲିସ ପାଳନ କରିଛି ଇସ୍କନ।

ଅଦ୍ୟତନ ହୋଇଛି
ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ

ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ

Advertisment

ଆମେରିକା ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ । ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କରିଛି ଇସ୍କନ । ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଟାଣିଛି ଇସ୍କନ । ଯାହା ଓଡ଼ିଆ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ଅଦିନ ରଥଯାତ୍ରା ନ କରିବାକୁ ଗଜପତି ମହାରାଜା କହିବା ପରେ ଏଥିରୁ ନିବୃତ୍ତ ରହିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା । ଏହାପରେ ଆମେରିକା ହ୍ୟୁଷ୍ଟନରେ ଶ୍ରୀଜିଉଙ୍କ ଅଦିନ ସ୍ନାନ ଓ ରଥଯାତ୍ରା ହେବନି ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା ।

Advertisment

ତେବେ ନିର୍ଦ୍ଧାରିତ ଦିନ ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ ଫେଷ୍ଟିଭାଲ ଅଫ ବ୍ଲିସ ପାଳନ କରିଛି ଇସ୍କନ। ଅଦିନରେ ନନ୍ଦିଘୋଷ ରଥ ଗଡ଼ିବା ଓ ଇସ୍କନର ଏଭଳି ମନୋଭାବକୁ ନେଇ ଉଠିଛି ପ୍ରଶ୍ନ । ତେବେ ଇସ୍କନ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଅନୁସାରେ ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜା । ଗତ ନଭେମ୍ବର ୩ରେ ସ୍ନାନ ଯାତ୍ର ଓ ୯ ତାରିଖରେ ହ୍ୟୁଷ୍ଟନ ସହରରେ ଇସ୍କନ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ସ୍ଥିର ହୋଇଥିଲା । ତେବେ ଗଜପତି ମହାରାଜାଙ୍କ କ୍ଷୋଭ ପରେ ସ୍ନାନ ଯାତ୍ରା ବାତିଲ ହୋଇଥିଲା । ପରେ ଅଦିନ ରଥଯାତ୍ରା ବି ବାତିଲ ହୋଇଛି ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା । କିନ୍ତୁ ନଭେମ୍ବର ୯ରେ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କରିଛି ଇସ୍କନ ।

Advertisment

ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରେସମିଟ୍ କରିଥିଲେ ଗଜପତି ମହାରାଜା । ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ହେଉଛି ବୋଲି କହିଥିଲେ । ମହାପ୍ରଭୁଙ୍କ ପରମ୍ପରାରେ ବ୍ୟତିକ୍ରମ ହେବା ଠିକ୍ ନୁହେଁ ବୋଲି ସେ କହିଥିଲେ । ପୂର୍ବରୁ ସେ ଏନେଇ ISKCONକୁ ଚିଠି ମଧ୍ୟ ଲେଖିଥିଲେ । ତାସତ୍ତ୍ୱେ ବି ଇସ୍କନ ଜିଦ୍‌ ଧରି ବସିଥିଲା । କିନ୍ତୁ ୩ ତାରିଖ ସ୍ନାନଯାତ୍ରାକୁ ବାତିଲ କରିଥିଲା ।

‘ମାର୍ଚ୍ଚରେ ISKCONର ଗଭର୍ଣ୍ଣିଂ କାଉନସିଲ ବୈଠକ ରହିଛି । ସେଠି ଯଦି ସେମାନେ ମାନିଯିବେ, ଭଲ କଥା । ଆମେ ଚାହୁଁଛୁ ଆଲୋଚନା ଦ୍ୱାରା ସମାଧାନ ହେଉ । ଯଦି ମାନିବେନି ଆମ ପାଖରେ ଆଇନର ରାସ୍ତା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ । ଏଥର ଆମେ ଛାଡ଼ିବାନି, ବହୁତ ହୋଇଗଲା’ ବୋଲି କହି ଚେତାବନୀ ଦେଇଥିଲେ ଗଜପତି । ୧୯୬୯ରୁ ଇସ୍କନ ଅଦିନରେ ରଥଯାତ୍ରା ଆୟୋଜନ କରିଆସୁଛି । ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଅଦିନ ରଥଯାତ୍ରା କରୁଥିଲା ଇସ୍କନ।

Advertisment

ଅନ୍ୟପଟେ ଅଦିନିଆ ରଥଯାତ୍ରାକୁ ନେଇ ହ୍ୟୁଷ୍ଟନ ସହରରୁ ବି ଶୁଭିଥିଲା ଇସ୍କନ ବିରୋଧୀ ସ୍ୱର । ହ୍ୟୁଷ୍ଟନରୁ ପ୍ରବାସୀ ଓଡ଼ିଆ ଓ ପ୍ରବାସୀ ଭାରତୀୟମାନେ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ନଖେଳିବାକୁ ସେମାନେ ତାଗିଦ୍ ବି କରିଥିଲେ । ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହେଉ କି ଗଜପତି ମହାରାଜାଙ୍କ ଚିଠି । ଏସବୁକୁ ବେଖାତିର କରି ଆସୁଥିଲା ଇସ୍କନ । ହେଲେ ଏବେ ଅଦିନିଆ ରଥଯାତ୍ର କରି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି ଇସ୍କନ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିର୍ଦ୍ଧାରିତ ପୂଣ୍ୟତିଥି ବ୍ୟତିରେକ ଅନ୍ୟ ସମୟରେ ଅନୁଷ୍ଠିତ ନହେଉ ବୋଲି ଗତ ୨୦୧୯ ସେପ୍ଟେମ୍ବରରେ ବାର୍ତ୍ତା ଦେଇଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହୋଇଥାଏ । ତେଣୁ ଏହି ଦିନ ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ଓ ଅନୁଷ୍ଠାନ ମାନେ ଏହି ପୂଣ୍ୟ ତିଥି ମାନଙ୍କରେ ହିଁ ରଥଯାତ୍ରା ପାଳନ କରିବା ପାଇଁ ବାର୍ତ୍ତାରେ କହିଥିଲେ ଗଜପତି ମହାରାଜା ।

ଶ୍ରୀମନ୍ଦିରର ମହାନ ପରମ୍ପରା ଓ ଶାସ୍ତ୍ରୀୟ ଘୋଷଣା ଉଲଂଘନ କରି ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରା ଅନୁଷ୍ଠିତ କରିବେ ନାହିଁ ବୋଲି ଗଜପତି ଦର୍ଶାଇଥିଲେ । ଗଜଗତି ମହାରାଜାଙ୍କ ଏହି ବାର୍ତ୍ତା ପରେ ଇସ୍କନ ଇଣ୍ଡିଆ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିରେ ଯେଉଁ ତିଥିରେ ରଥଯାତ୍ରା ପଡ଼ୁଛି ସେହି ତିଥି ବ୍ୟତିରେକ ଅନ୍ୟ ସମୟରେ ରଥଯାତ୍ରା ନକରିବାକୁ ସଂକଳ୍ପ କରାଯାଇଥିଲା । ତେବେ ୨୦୧୯ରେ ଇସ୍କନ ପକ୍ଷରୁ ହୋଇଥିବା ସଂକଳ୍ପକୁ ତାଙ୍କର ଆମେକାରେ ଥିବା ସଂସ୍ଥା ଏବେ ଖାତିର କରୁନଥିବା ଦେଖିବାକୁ ମିଳିଛି ।

Ratha Yatra ISKCON Cotroversy Over ISKCON Rath Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ