/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747276199.jpg)
operation sindoor
ଅପରେସନ୍ ସିନ୍ଦୂରକୁ ନେଇ ବଡ଼ ଅପଡେଟ୍। ଭାରତୀୟ ନୌସେନା ଟାର୍ଗେଟରେ ଥିଲା କରାଚୀ। ଆରବ ସାଗରରେ କରାଚୀ ନିକଟରେ ତୟାର୍ ଥିଲେ INS ବିକ୍ରାନ୍ତ ସମେତ ୩୬ଟି ଯୁଦ୍ଧପୋତ। ୧୯୭୧ ତୁଳନାରେ ହୋଇଥିଲା ୬ ଗୁଣ ଅଧିକ ତୟାରୀ। ପାକିସ୍ତାନ ନୌସେନା ସାମାନ୍ୟ ହରକତକୁ ଆସିଥିଲେ, ଏଥର ବି କରାଚୀ ଉପରେ ହୋଇଥାନ୍ତା ଜୋରଦାରା ହମଲା।
ଅଧିକ ପଢନ୍ତୁ: ଚୀନ୍ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ପ୍ରହାର
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ପାକିସ୍ତାନର ବିଭିନ୍ନ ସାମରିକ ଘାଟିକୁ ଭାରତୀୟ ସେନା ଧ୍ୱଂସ କରିଥିବା ବେଳେ, ଏପଟେ ଆରବ ସାଗରରେ ବି କରାଚୀକୁ ଘେରାବନ୍ଦୀ କରି ରଖିଥିଲା INS ବିକ୍ରାନ୍ତ କ୍ୟାରିୟର୍ ବ୍ୟାଟଲ୍ ଗ୍ରୁପ୍। ଏହି ଫ୍ଲିଟର ମଝିରେ ଥିଲା ବିଶାଳ ଏୟାରକ୍ରାଫ୍ଟ କ୍ୟାରିୟର INS ବିକ୍ରାନ୍ତ। ଆଗରେ ଥିଲେ ୮ ରୁ ୧୦ଟି ଲଢ଼ୁଆ ଜାହାଜ।
୭ଟି ଡେଷ୍ଟ୍ରୟରରେ ଖଞ୍ଜାଥିଲା ବ୍ରହ୍ମୋସ୍ ମିଜାଇଲ୍, ମିଡିୟମ୍ ରେଞ୍ଜ୍ ସର୍ଫେସଟୁ ଏୟାର୍ ମିଜାଇଲା- MRସାମ୍ ଏବଂ ହେଭିୱେଟ୍ ଟର୍ପିଡୋ ବରୁଣାସ୍ତ୍ର। ନୌସେନାରେ ନୂଆ ସାମିଲ ହୋଇଥିବା INS ତୁଶିଲ୍ ସମେତ ୭ଟି ଷ୍ଟେଲ୍ଥ ଗାଇଡେଡ୍ ମିଜାଇଲ୍ ଫ୍ରିଗେଟ୍, ପ୍ରାୟ ୬ଟି ବୁଡ଼ା ଜାହାଜ ଏବଂ ଫାଷ୍ଟ୍ ଆଟାକ୍ କ୍ରାଫ୍ଟ୍ ଓ ମିଜାଇଲ୍ ବୋଟ୍ ବି ଏଥିରେ ସାମିଲ ଥିଲେ। ମୋଟ ପ୍ରାୟ ୩୬ଟି ଯୁଦ୍ଧପୋତକୁ ଧରି ନୌସେନା ଭାରତର ପଶ୍ଚିମ ତଟରେ ଅଭେଦ୍ୟ ପ୍ରାଚୀର ତିଆରି କରିବା ସହ, ପାକିସ୍ତାନର କରାଚୀକୁ ବି ଜୋରଦାର ଘେରାବନ୍ଦୀ କରିଥିଲା।
ପାକିସ୍ତାନ ପାଖରେ ମାତ୍ର ୩୦ଟି ଯୁଦ୍ଧ ଜାହାଜ ଥିବା ବେଳେ, ଗୋଟିଏ ବି ଏୟାରକ୍ରାଫ୍ଟ କ୍ୟାରିୟର ନାହିଁ । ତେଣୁ ଇଣ୍ଡିଆନ୍ ନେଭିକୁ ହାଇ ଆଲର୍ଟରେ ରହିବା ଦେଖି, ଭୟଭୀତ ପାକିସ୍ତାନ ନୌସେନା କେବଳ କରାଚୀ ଭିତରେ ସୀମିତ ରହିଥିଲା ଏବଂ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ନାଭେରିଆ ୱାର୍ଣ୍ଣିଂ ଜାରି କରିଥିଲା ବୋଲି କୁହାଯାଉଛି । ଆରବ ସାଗରରେ ଏଭଳି ଉତ୍ତେଜନା ସ୍ଥିତି ଯୋଗୁଁ, କରାଚୀ ନିକଟ ଜଳପଥକୁ ଏଡ଼ାଇ ଅନ୍ୟ ରୁଟ୍ ବାଛିଥିଲେ ଅନ୍ତର୍ଜାତୀୟ ପଣ୍ୟବାହୀ ଜାହାଜ।
ସୂଚନାଯୋଗ୍ୟ ଯେ, ୧୯୭୧ କରାଚୀ ଅପରେସନରେ ଭାରତୀୟ ନୌସେନାର ୬ଟି ଯୁଦ୍ଧପୋତ ସାମିଲ ହୋଇଥିବା ବେଳେ, ଏଥର ଥିଲା ୩୬ଟି, ଅର୍ଥାତ୍ ୬ ଗୁଣ ଅଧିକ। ସମରାଭ୍ୟାସକୁ ବାଦ୍ ଦେଲେ, ଏହାକୁ ଭାରତୀୟ ନୌସେନା ଇତିହାସର ସବୁଠୁ ବଡ଼ ରିଅଲ୍ ଟାଇମ୍ ଅପରେସନାଲ୍ ମୁଭମେଣ୍ଟ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)