/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747217424.jpg)
Global Times
ଭାରତରେ ବ୍ୟାନ ହେଲା ଚାଇନାର ମୁଖପତ୍ର‘ଗ୍ଲୋବାଲ ଟାଇମ୍ସ’ର ଏକ୍ସ ଆକାଉଂଟ । ଅପରେସନ ସିନ୍ଦୂର ବିଷୟରେ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଥିବାରୁ ‘ଗ୍ଲୋବାଲ ଟାଇମ୍ସ’ର ଏକ୍ସ ଆକାଉଂଟକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମେ ଖବରକୁ ସଠିକ କି ନାହିଁ ଜାଣିବା ପରେ ହିଁ ଖବରକୁ ଯାଂଚ କରି ପ୍ରକାଶ କରିବା ପାଇଁ ମେ ୭ରେ ‘ଗ୍ଲୋବାଲ ଟାଇମ୍ସ’କୁ କୁହାଯାଇଥିଲା । ଅନ୍ୟପଟେ ଚୀନର ଆଉ ଏକ ମୁଖପାତ୍ର 'Xinhua' ମଧ୍ୟ ଭାରତରେ ବ୍ୟାନ କରାଯାଇଛି ।
ସେହିପରି ତୁର୍କୀର ସରକାରୀ ସୋସିଆଲ ମିଡିଆ 'TRT World' କୁ ମଧ୍ୟ ଭାରତ ସରକାର ବ୍ୟାନ କରିଛନ୍ତି । ପାକିସ୍ତାନକୁ ସହଯୋଗ କରୁଥିବା ଖବର ମିଳିବା ପରେ ହିଁ ଭାରତ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି । ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସହଯୋଗ କରିଥିଲା ତୁର୍କୀ ।
ଅଧିକ ପଢନ୍ତୁ:ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା
ବୁଧବାର ଦିନ ଅରୁଣାଚଳ ପ୍ରଦେଶର କିଛି ଅଂଚଳର ନାମ ପରିବର୍ତନ କରିବାକୁ ଚାହୁଁଥିଲା ଚାଇନା । ଯାହାର ଖବର ପାଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସ୍ୱାଲ ଦୃଢ ଜବାବ ଦେଇଥିଲେ, ଏବଂ କହିଥିଲେ ଯେ, ''ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଆଗକୁ ମଧ୍ୟ ରହିବ ।''
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)