Advertisment

Visas For Chinese Tourists: ଭାରତକୁ ପୁଣି ବୁଲିବାକୁ ଆସିବେ ଚୀନ ପର୍ଯ୍ୟଟକ, ୨୪ ଜୁଲାଇରୁ କରିବେ ଭିସା ଆବେଦନ

ଭାରତ ସରକାର ଏହି ପଦକ୍ଷେପ ଏଭଳି ସମୟରେ ନେଇଛନ୍ତି ଯେତେବେଳେ ଉଭୟ ଦେଶ ସମ୍ପର୍କରେ ସୁଧାର ଆଣିବାକୁ ବାରମ୍ବାର ଆଲୋଚନା କରୁଛନ୍ତି । ୨୦୨୦ରେ କୋଭିଡ-୧୯ ମହାମାରୀ କାରଣରୁ ଭାରତ ସମସ୍ତ ପର୍ଯ୍ୟଟନ ଭିସା ଉପରେ ରୋକ ଲଗାଇଥିଲା ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Visas For Chinese Tourists

Visas For Chinese Tourists

ସୁଧୁରୁଛି ଭାରତ-ଚୀନ ସଂପର୍କ । ଉଭୟ ଦେଶ ତିକ୍ତ ସଂପର୍କକୁ ସୁଧାରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଭାରତ ସରକାର ଚୀନ ପର୍ଯ୍ୟଟକଙ୍କୁ ପୁଣି ଥରେ ଭିସା ଦେବେ । ଏଦିଗରେ ପ୍ରକ୍ରିୟା ଜାରି ରହିଛି । ରଏଟର୍ସର ଏକ ରିପୋର୍ଟ ଅନୁସାରେ ପାଞ୍ଚ ବର୍ଷ ପରେ ଚୀନ ପର୍ଯ୍ୟଟକମାନଙ୍କ ପାଇଁ ଟୁରିଷ୍ଟ ଭିସା ପୁଣି ଥରେ ଜାରି କରିବାକୁ ଯାଉଛି। ରିପୋର୍ଟ ଅନୁସାରେ ୨୪ ଜୁଲାଇରୁ ଚୀନ ପର୍ଯ୍ୟଟକଙ୍କ ପାଇଁ ଭିସା ଜାରି ହେବ ।

Advertisment

୨୪ ଜୁଲାଇ ୨୦୨୫ରୁ ଚୀନ ନାଗରିକମାନେ ଭାରତ ଆସିବା ପାଇଁ ଟୁରିଷ୍ଟ ଭିସା ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ପ୍ରଥମେ ଏକ ୱେବ ଲିଙ୍କରେ ଅନଲାଇନ ଭିସା ଆବେଦନ ଫର୍ମ ପୂରଣ କରିବାକୁ ହେବ ଏବଂ ତାହାର ପ୍ରିଣ୍ଟ ଆଉଟ ନେବାକୁ ହେବ ।

ଅଧିକ ପଢ଼ନ୍ତୁ: ଏ କି ପ୍ରକାର ଆତିଥ୍ୟ, ଭାରତୀୟଙ୍କୁ ପୋଷାକ ଖୋଲି ମାଡ଼ ମାରିଲେ ଅଜଣା ଗୋଷ୍ଠୀ

Advertisment

ତା’ପରେ ୱେବ ଲିଙ୍କରେ ଆପଏଣ୍ଟମେଣ୍ଟ ନେବାକୁ ହେବ। ସେମାନଙ୍କୁ ଭାରତୀୟ ଭିସା ଆବେଦନ କେନ୍ଦ୍ରରେ ଆବେଦନ ପତ୍ର ଜମା କରିବା ପାଇଁ ପାସପୋର୍ଟ, ଭିସା ଆବେଦନ ଫର୍ମ ଏବଂ ଅନ୍ୟାନ୍ୟ ସମ୍ପର୍କିତ ଡକ୍ୟୁମେଣ୍ଟ ସାଙ୍ଗରେ ନେଇଯିବାକୁ ହେବ।

ଭାରତ ସରକାର ଏହି ପଦକ୍ଷେପ ଏଭଳି ସମୟରେ ନେଇଛନ୍ତି ଯେତେବେଳେ ଉଭୟ ଦେଶ ସମ୍ପର୍କରେ ସୁଧାର ଆଣିବାକୁ ବାରମ୍ବାର ଆଲୋଚନା କରୁଛନ୍ତି । ୨୦୨୦ରେ କୋଭିଡ-୧୯ ମହାମାରୀ କାରଣରୁ ଭାରତ ସମସ୍ତ ପର୍ଯ୍ୟଟନ ଭିସା ଉପରେ ରୋକ ଲଗାଇଥିଲା । କିନ୍ତୁ ଏପ୍ରିଲ ୨୦୨୨ରେ IATA (ଇଣ୍ଟରନାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ) ଏକ ନୋଟିସ ଜାରି କରି କହିଥିଲା ଯେ ଚୀନା ନାଗରିକଙ୍କ ପର୍ଯ୍ୟଟନ ଭିସା ଏବେ ବୈଧ ରହିବ ନାହିଁ।

ଭାରତ ସେହି ସମୟରେ ଏଭଳି ପଦକ୍ଷେପ ନେଇଥିଲା, ଯେତେବେଳେ ଚୀନ ୨୨,୦୦୦ ଭାରତୀୟ ଛାତ୍ରଙ୍କୁ ଦେଶକୁ ଫେରିବା ପାଇଁ ଭିସା ଦେବାକୁ ମନା କରିଦେଇଥିଲା। ଭାରତ ତାପରେ ଚୀନ ପର୍ଯ୍ୟଟକମାନଙ୍କୁ ଭିସା ଦେବା ବନ୍ଦ କରିଦେଇଥିଲା।

କିନ୍ତୁ ଗତ କିଛି ମାସରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କରେ ଧୀରେ ଧୀରେ ଉନ୍ନତି ଦେଖାଯାଇଛି। ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ଉଭୟ ଦେଶର ସେନା ପଛକୁ ହଟିଛି। ଗତ ଚାରି ବର୍ଷ ଧରି ଉତ୍ତେଜନା ଲାଗି ରହିଥିଲା ଏବଂ ଯେକୌଣସି ସମୟରେ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଥିଲା।

ସୈନ୍ୟ ପ୍ରତ୍ୟାହାରକୁ ଉଭୟ ଦେଶ ମଧ୍ୟରେ ସଂପର୍କ ସୁଧାରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଏ । ଜାନୁଆରୀ ୨୦୨୫ରେ ଭାରତ ଓ ଚୀନ ମଧ୍ୟରେ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତି ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ଚୀନ ଗସ୍ତ ପରେ ଆସିଥିଲା । ଯେଉଁଠାରେ ଉଭୟ ପକ୍ଷ କୂଟନୈତିକ ସ୍ତରରେ ଅନେକ ସକାରାତ୍ମକ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ନିଷ୍ପତ୍ତି ହୋଇଥିଲା ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ କୈଳାସ ମାନସରୋବର ଯାତ୍ରାକୁ ମଧ୍ୟ ଚଳିତ ବର୍ଷଠାରୁ ପୁନଃ ଆରମ୍ଭ କରାଯିବ।

ଏହା ବ୍ୟତୀତ, ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ମଧ୍ୟ ଚୀନ ଗସ୍ତ କରିଥିଲେ, ଯେଉଁଠାରେ ସେ ସାଙ୍ଘାଇ କୋଅପରେସନ ଅର୍ଗାନାଇଜେସନ (SCO)ର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ: ଛୁଟି କାଟିବାକୁ ଯାଇ ଝିଅକୁ ହତ୍ୟା କଲା ବାପା, ରଚିଲା କିଡନାପ୍ ଡ୍ରାମା, ହ୍ରଦରୁ ମିଳିଲା ଝିଅର ମୃତଦେହ

India China Visa
Advertisment
Related Articles
Advertisment