Advertisment

Battery Vehicle Dispute: ବଚସା ନେଲା ଉଗ୍ର ରୂପ; ବ୍ୟାଟେରି ଗାଡ଼ି ପାଇଁ ହାଣିଦେଲେ

କେତେକ ଯୁବକ ଚରମ୍ପା ହାଇସ୍କୁଲ ରୋଡ ମଣ୍ଡପ ନିକଟରେ ଥିବାବେଳେ ଜନୈକ ଯୁବକ ବ୍ୟାଟେରୀ ଗାଡ଼ି ଷ୍ଟାର୍ଟ କରିଥିଲେ । ଗାଡିଟି ଷ୍ଟାର୍ଟ ବେଳେ ଭାଇବ୍ରେସନ ହୋଇଥିଲା। ଏହି ସମୟରେ କେତେକ ଯୁବକ ଗାଡ଼ି ଷ୍ଟାର୍ଟ କରୁଥିବା ଯୁବକଙ୍କ ସହ ଯୁକ୍ତିତର୍କ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ବ୍ୟାଟେରି  ଗାଡ଼ି ପାଇଁ ଝଗଡ଼ା ହେଲା। ସାଙ୍ଗକୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଆହତ ହେଲା ସାଙ୍ଗ। ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ସ୍କୁଲ ରୋଡରେ। ଆହତ ଯୁବକ କାର୍ତ୍ତିକ ଚନ୍ଦ୍ର ପାଢ଼ୀଙ୍କୁ  ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ, କାର୍ତ୍ତିକଙ୍କ ସାଙ୍ଗ ଚରମ୍ପା ହାଇସ୍କୁଲ ରୋଡ ମଣ୍ଡପ ନିକଟରେ ବ୍ୟାଟେରୀ ଗାଡ଼ି ଷ୍ଟାର୍ଟ କରୁଥିଲେ। ଗାଡିଟି ଷ୍ଟାର୍ଟ ବେଳେ ଭାଇବ୍ରେସନ ହୋଇଥିଲା। ଏହି ସମୟରେ ସେଠାରେ ଥିବା କିଛି ଯୁବକ ପ୍ରତିବାଦ କରିଥିଲେ।  ଯାହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।  ଏହି ବଚସା ଉଗ୍ର ରୂପ ନେଇଥିଲା। କାର୍ତ୍ତିକ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ।

ଏହି ସମୟରେ ଛୁରାମାଡ଼ ହୋଇଥିଲା। କାର୍ତ୍ତିକଙ୍କ ହାତରେ ଛୁରୀ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସଂପୃକ୍ତ ଯୁବକଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

Advertisment

ଅଧିକ ପଢନ୍ତୁ: ଜଗା ଦର୍ଶନ କରି ଶ୍ରୀମନ୍ଦିରରୁ ଫେରୁଥିଲେ ୩ ଭଉଣୀ, ରାସ୍ତାରେ ଟଣାଓଟଣା କଲେ ଦୁର୍ବୃତ୍ତ

Odisha Police Bhadrak
Advertisment
Advertisment