Advertisment

Boycott of Turkey and Azerbaijan: ତୁର୍କୀ ପରେ ଆଜରବୈଜାନ, ଭିସା କ୍ୟାନସଲ କରୁଛନ୍ତି ଭାରତୀୟ ପର୍ଯ୍ୟଟକ

ଭିସା ପ୍ରସେସିଙ୍ଗ ପ୍ଲାଟଫର୍ମ ଆଟଲିସ ପକ୍ଷରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ପ୍ରକାଶିତ ତଥ୍ୟ ଅନୁସାରେ ଆଜରବୈଜାନକୁ ଯିବା ପାଇଁ ହେଉଥିବା ଭିସା ଆପ୍ଲିକେସନ ଇତି ମଧ୍ୟରେ ପ୍ରାୟ ୪୨ ପ୍ରତିଶତ ହ୍ରାସ ପାଇଛି। ସମାନ ଭାବେ ତୁର୍କୀ ପୂର୍ବରୁ ଏହି ଅବସ୍ଥା ଭୋଗୁଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
turkey

turkey

ପାକିସ୍ତାନ ସହିତ ଯୁଦ୍ଧ ପରସ୍ଥିତିରେ ଭାରତ ବିପକ୍ଷରେ ଛିଡା ହୋଇଥିବା ଦୁଇ ରାଷ୍ଟ୍ର ତୁର୍କୀ ଆଜରବୈଜାନକୁ ଏହାର ପରିଣାମ ଭୋଗିବାକୁ ପଡିଛି। ଉଭୟ ରାଷ୍ଟ୍ରକୁ ଯିବା ପାଇଁ ଭାରତୀୟ ମାନେ ଅରାଜି ହେଉଥିବା ଦେଖିବାକୁ ମିଳିଛି। ଭିସା ପ୍ରସେସିଙ୍ଗ ପ୍ଲାଟଫର୍ମ ଆଟଲିସ ପକ୍ଷରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ପ୍ରକାଶିତ ତଥ୍ୟ ଅନୁସାରେ ଆଜରବୈଜାନକୁ ଯିବା ପାଇଁ ହେଉଥିବା ଭିସା ଆପ୍ଲିକେସନ ଇତି ମଧ୍ୟରେ ପ୍ରାୟ ୪୨ ପ୍ରତିଶତ ହ୍ରାସ ପାଇଛି। ସମାନ ଭାବେ ତୁର୍କୀ ପୂର୍ବରୁ ଏହି ଅବସ୍ଥା ଭୋଗୁଛି।

Advertisment

ଉଲ୍ଲେଖଯୋଗ୍ୟ ଯେ, ପହଲଗାମ ନରସଂହାର ବିପକ୍ଷରେ ଭାରତ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା। ଏହି ସମୟରେ ଦୁଇ ଇସଲାମିକ ରାଷ୍ଟ୍ର ଖୋଲାଖୋଲି ପାକିସ୍ତାନକୁ ସମର୍ଥନ କରିଥିଲେ। ବିଗତ ୩୬ ଘଣ୍ଟା ମଧ୍ୟରେ ଆସିଥିବା ରିପୋର୍ଟ ଅନୁଯାୟୀ ପ୍ରାୟ ୬୦ ପ୍ରତିଶତ ଲୋକ ନିଜର ଭିସା ଆପ୍ଲିକେସନକୁ ଅଧାରୁ ବନ୍ଦ କରି ଦେଇଛନ୍ତି। ଦିଲ୍ଲୀ ଓ ମୁମ୍ବାଇ ପରି ମେଟ୍ରୋ ପଲିଟାନ ସହରରୁ ତୁର୍କୀ ପାଇଁ ଥିବା ୫୩ ପ୍ରତିଶତ ଭିସା ଆପ୍ଲିକେସନ ଋଦ୍ଦ କରାଯାଇଥିବା ବେଳେ ଇନ୍ଦୋର ଓ ଜୟପୁର ଭଳି ସହରର ୨୦ ପ୍ରତିଶତ ଆପ୍ଲିକେସନ ଋଦ୍ଦ ହୋଇଛି।

ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ! ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ବି ଛାଡ଼ିଲେନି...

Advertisment

ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଭୟ ରାଷ୍ଟ୍ର ପାଇଁ ଭିସା ଆବେଦନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ୬୪ ପ୍ରତିଶତର ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଉଭୟ ରାଷ୍ଟ୍ରକୁ ବୟକଟ କରାଯିବା ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ୨୦୨୪ରେ ମାଳଦ୍ବୀପ ବିରୋଧରେ ସମାନ ଧରଣର ଟ୍ରେଣ୍ଡ ଚାଲୁ ହୋଇଥିଲା। ଜାନୁଆରୀ 2024 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ। ସେତେବେଳେ କିଛି ମାଳଦ୍ୱୀପ ମନ୍ତ୍ରୀ ଭାରତ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଏହା ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ବୃଦ୍ଧି ପାଇଲା। ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପକୁ ବର୍ଜନ କରିଥିଲେ। ଏହାର ସିଧାସଳଖ ପ୍ରଭାବ ମାଳଦ୍ୱୀପର ଅର୍ଥନୀତି ଉପରେ ପଡ଼ିଥିଲା। କାରଣ ଏହାର GDPର 28 ପ୍ରତିଶତ ପର୍ଯ୍ୟଟନରୁ ଆସିଥାଏ। ୨୦୨୧ ମସିହାରେ ପ୍ରାୟ ୨.୯୧ ଲକ୍ଷ ଏବଂ ୨୦୨୨ ମସିହାରେ ୨.୪୧ ଲକ୍ଷ ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ଗସ୍ତ କରିଥିଲେ। କିନ୍ତୁ ବୟକଟ ପରେ ଏହି ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଲା ଏବଂ ମାଳଦ୍ୱୀପ ବିପୁଳ କ୍ଷତି ସହିଲା।

୨୦୨୫ ମସିହାରେ, ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା, ଯାହା ଭାରତର ଲୋକମାନଙ୍କୁ କ୍ରୋଧିତ କରିଥିଲା। ତୁର୍କୀ ଗଣମାଧ୍ୟମ ମଧ୍ୟ ଭାରତ ବିରୋଧୀ ଭାବନା ପ୍ରଦର୍ଶନ କରିଥିଲା। ଯାହା ଯୋଗୁଁ ଭାରତୀୟ ଜନସାଧାରଣ ଏବଂ ଯାତ୍ରା କମ୍ପାନୀମାନଙ୍କ ମଧ୍ୟରେ କ୍ରୋଧ ବୃଦ୍ଧି ପାଇଲା। ପରିଣାମ ସୱରୂପ ଭାରତର ଅନେକ ଟ୍ରାଭେଲ ଏଜେନ୍ସି ତୁର୍କୀ ପାଇଁ ଟୁର୍‌ ପ୍ୟାକେଜଗୁଡ଼ିକୁ ବନ୍ଦ କରିବା ଆରମ୍ଭ କଲେ। ଅନେକ ଲୋକ ତୁର୍କୀୟେ ଯିବାର ଯୋଜନା ବାତିଲ କରିଛନ୍ତି। ଭାରତୀୟ ପର୍ଯ୍ୟଟକଙ୍କଠାରୁ ତୁର୍କୀକୁ ବହୁତ ଲାଭ ମିଳୁଥିଲା। ୨୦୨୫ ମସିହାରେ, ତୁର୍କୀ ସରକାର ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ୩୦୦ ନିୟୁତ ଡଲାର (ପ୍ରାୟ ୨୫୦୦ କୋଟି ଟଙ୍କା) ରୋଜଗାର କରିବାର ଆଶା ରଖିଥିଲେ। 

ଅଧିକ ପଢନ୍ତୁ : ବାଂଲାଦେଶରେ ରାଜନୈତିକ ଅସ୍ଥିରତା, ଇସ୍ତଫା ଦେଇ ପାରନ୍ତି ମହମ୍ମଦ ୟୁନୁସ

India Turkey Boycott Azerbaijan
Advertisment
Advertisment