• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇସ୍ଲାମାବାଦ୍ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରାଯାଇଛି । ଏନେଇ ପାକିସ୍ତାନର ବିଭନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ହାଇକୋର୍ଟ ପରିସରରେ ଇମ୍ରାନ ଖାନ୍‌ଙ୍କ ଓକିଲ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଗିରଫ ପରେ ଇମ୍ରାନ କହିଛନ୍ତି, ଏହା ପାକିସ୍ତାନର ଗଣତନ୍ତ୍ର ପାଇଁ ଏକ କଳା ଦିବସ ।

 

ତୋଷଖାନା ଦୁର୍ନୀତି ମାମଲାରେ ପାକିସ୍ତାନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ(Imran Khan)ଙ୍କ ଉପରେ ଦୀର୍ଘ ଦିନ ହେବ ସଙ୍କଟ ଲାଗି ରହିଥିଲା । ଜେଲ ଯିବେ ନା ଛାଡ଼ ପାଇବେ ? ଏନେଇ ଅନିଶ୍ଚିତତା ଲାଗିଥିଲା । କିଛି ଦିନ ପୂର୍ବରୁ ଇମ୍ରାନ୍‌ ଖାନ୍‌ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ସମୟରେ ତାଙ୍କ କାରକେଡକୁ ଇସଲାମାବାଦ ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ଇମ୍ରାନ ଖାନ ଇସଲାମାବାଦ ଅଭିମୁଖେ ବାହାରିଗଲା ପରେ ପୋଲିସ ତାଙ୍କ ଲାହୋର ବାସଭବନ (Lahore Residence) ଭିତରକୁ କବାଟ ଭାଙ୍ଗି ପଶିଥିଲା । ବୁଲଡୋଜରରେ କବାଟ ଭଙ୍ଗା ଯାଇଥିଲା । ତେବେ ଏହି ସମୟରେ ପୋଲିସ ଏବଂ ପିଟିଆଇ କର୍ମୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ମଧ୍ୟ ହୋଇଥିଲା ।

ଇସଲାମାବାଦ ଯିବାବେଳେ ଇମ୍ରାନ ଖାନ ଏକ ଭିଡିଓ ମଧ୍ୟ ଜାରି କରିଥିଲେ । ଭିଡିଓରେ ଇମ୍ରାନ ଖାନ କହିଥିଲେ, ‘ମୁଁ ଇସଲାମାବାଦରେ ପହଞ୍ଚିବା ପରେ ସେ ମୋତେ ଗିରଫ କରିନେବେ । ମୋର ଗିରଫ 'ଲଣ୍ଡନ ଯୋଜନା'ର ଏକ ଅଂଶ । ନୱାଜ ସରିଫଙ୍କ ନିର୍ଦ୍ଦେଶରେ ମୋତେ ଗିରଫ କରାଯାଉଛି ବୋଲି ସେ କହିଥିଲେ ।’