Advertisment

ସ୍ମୃତିରେ ୨୦୨୨ : ଯୁଦ୍ଧରୁ ବରଫ ଝଡ଼ ପର୍ଯ୍ୟନ୍ତ, ବିଶ୍ୱକୁ ବ୍ୟତିବ୍ୟସ୍ତ କରିପକାଇଥିବା କିଛି ପ୍ରମୁଖ ଘଟଣାବଳୀ

ନୂଆବର୍ଷ ଆସିବା ପରେ ପୁରୁଣା ବର୍ଷକୁ ସମସ୍ତେ ଭୁଲିଯିବେ । କିନ୍ତୁ ୨୦୨୨ରେ ହୋଇଥିବା କିଛି ଘଟଣା ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ।

author-image
Prangyan Parimita
ଅଦ୍ୟତନ ହୋଇଛି
Important News and Event Of 2022

2022

ଆଉ ମାତ୍ର ଦୁଇ ଦିନ ପରେ ବିଦାୟ ନେବ ୨୦୨୨। ନୂଆ ଉନ୍ମାଦନା ଓ ଆଶା ନେଇ ଆସିବ ନବବର୍ଷ। ତେବେ ନୂଆବର୍ଷକୁ ସ୍ୱାଗତ କରିବା ପୂର୍ବରୁ ବିଗତ ବର୍ଷ ତଥା ୨୦୨୨ରେ କିଛି ଏପରି ଘଟଣା ଘଟିଛି, ଯାହା ସବୁଦିନ ପାଇଁ ସ୍ମୃତିର ପରଦାରେ ରହିବ। ବର୍ଷର ଆରମ୍ଭରୁ ଋଷ୍‌ ୟୁକ୍ରେନ୍‌ ଯୁଦ୍ଧ ଲାଗିଥିବା ବେଳେ ଶେଷାର୍ଦ୍ଧରେ ଆମେରିକାରେ ବରଫ ଝଡ଼ ବଡ଼ଦିନ ସେଲିବ୍ରେସନକୁ ଫିକା ପକେଇ ଦେଇଥିଲା।

Advertisment

ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ 

୨୦୨୨ ବର୍ଷ ତମାମ୍ ଦୁଇ ଦେଶ ରୁଷିଆ-ୟୁକ୍ରେନ୍ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ । ଏଥିରେ ଉଭୟ ଦେଶର ହଜାର ହଜାର ସୈନ୍ୟ ଓ ସାଧାରଣ ଲୋକ ନିହତ ହୋଇଥିଲେ । ଯୁଦ୍ଧରେ ଏପର୍ଯ୍ୟ ୬୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଶହ ଶହ ଛୋଟ ପିଲା ଅଛନ୍ତି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ରାଜ୍ୟକୁ କବଜା କରିବା ପାଇଁ ରୁଷିଆ ମିସାଇଲ୍ ମାଡ଼ କରିଥିଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସବୁ ପ୍ରକାର ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

Russia-Ukraine war(Russia-Ukraine war)

ଚୀନ ତାଇଓ୍ୱାନ ବିବାଦ

ଚୀନ ଓ ତାଇଓ୍ୱାନ ମଧ୍ୟରେ ଚଳିତ ବର୍ଷ ଲାଗି ରହିଥିଲା ବିବାଦ। ତାଇଓ୍ୱାନ୍ ଚାରିପାଖେ ଚୀନର ବିଶାଳ ସମରାଭ୍ୟାସ ଚାଲିଥିବାବେଳେ ଏହା ଉପରେ ସତର୍କ ଦୃଷ୍ଟି ରଖିଥିଲା ଆମେରିକା । ତାଇଓ୍ୱାନ ସ୍ଥିତିକୁ ନେଇ ତାଇଓ୍ୱାନର ସାର୍ବଭୌମତ୍ୱ ରଖିବାକୁ ଆବଶ୍ୟକସ୍ଥଳେ ଆମେରିକା ସାମରିକ ଶକ୍ତିର ବ୍ୟବହାର କରିବାକୁ ପଛେଇବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Advertisment
 China-Taiwan dispute(China-Taiwan dispute)

ଇଣ୍ଡୋନେସିଆରେ ବଡ଼ଧରଣର ଅଘଟଣ

ଇଣ୍ଡୋନେସିଆରେ ଏକ ଫୁଟବଲ୍ ମ୍ୟାଚ୍ ବେଳେ ଘଟିଥିଲା ବଡ଼ଧରଣର ଦୁର୍ଘଟଣା । ମ୍ୟାଚକୁ ନେଇ ଦୁଇ ଦଳର ପ୍ରଶଂସକଙ୍କ ମଧ୍ୟରେ ମୁହାଁମୁହିଁରୁ ୧୭୪ ଜଣଙ୍କ ମୃତ୍ୟୁ ଘଟିଥିଲା, ୧୮୦ରୁ ଅଧିକ ଆହତ ହୋଇଥିଲେ । ପରାଜିତ ଟିମର ପ୍ରଶଂସକ ପଡିଆକୁ ଚାଲି ଆସିବାରୁ ପୋଲିସର କାର୍ଯ୍ୟାନୁଷ୍ଠାନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ଅଧିକ ପଢ଼ନ୍ତୁ: ରାଜ୍ୟ ରାଜନୀତିର ୨୨ ଦୃଶ୍ୟପଟ୍ଟ, କାହାର ଥିଲା ପୁଷମାସ ତ କାହା ପାଇଁ ସର୍ବନାଶ

ପାକିସ୍ତାନର ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ

ପାକିସ୍ତାନର ପେଶାୱରରେ ଥିବା ଏକ ମସଜିଦରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଏଥିରେ ୬୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯୬ ଜଣ ଗୁରୁତର ଆହତ ହୋଇଥିଲେ । ଶୁକ୍ରବାରରେ ନମାଜ ପାଠ ବେଳେ ଆତଙ୍କବାଦୀ ବିସ୍ଫୋରଣ ଘଟିଥିଲା । ଶୁକ୍ରବାର ଥିବାରୁ ମସଜିଦରେ ନମାଜ ପାଠ ବେଳେ ପ୍ରବଳ ଭିଡ଼ ହୋଇଥିଲା । ଏହି ଭିଡ଼ ଭିତରେ ଜଣେ ବ୍ୟକ୍ତି ପଶି ଅନ୍ଧାଧୁନ୍ ଗୁଳି ଚଳାଇଥିଲା ଗୁଳି କରିବା ପରେ ବିସ୍ଫୋରଣ କରିଥିଲା ।ଯେଉଁଥିରେ ଜଣଙ୍କ ପରେ ଜଣେ ନମାଜଧାରୀ ଟଳି ପଡିଥିଲେ । ମସଜିଦକୁ ପଶିବା ପୂର୍ବରୁ ବାହାରେ ଥିବା ପୋଲିସକୁ ମଧ୍ୟ ଫାୟାରିଂ କରି ଉଡାଇ ଦେଇଥିଲା ଆତତାୟୀ . ।

ଚୀନରେ ବଡ଼ ବିମାନ ଦୁର୍ଘଟଣା

ଚୀନରେ ଗତ ମାର୍ଚ୍ଚ ମାସରେ ହୋଇଥିଲା ବଡ଼ ଧରଣର ବିମାନ ଦୁର୍ଘଟଣା । ଏଥିରେ ୧୩୨ ଜଣ ପ୍ରାଣ ହରାଇଥିଲେ । ବିମାନରେ ମୋଟ ୧୨୩ ଜଣ ଯାତ୍ରୀ ଓ ୯ ଜଣ କ୍ରିଉ ମେମ୍ବର ଥିଲେ, ସମସ୍ତଙ୍କର ମୃତୁ୍ୟ ହୋଇଥିଲା । ଚାଇନିଜ୍ ଇଷ୍ଟର୍ଣ୍ଣ ଏୟାର ଲାଇନ୍ସରେ ଏକ ବୋଇଂ ବିମାନ ଦକ୍ଷିଣ ପଶ୍ଚିମ ଚୀନର ଗୁଆଙ୍ଗସି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ପାହାଡ଼ରେ ପିଟି ହୋଇ କ୍ରାସ ହେବା ପରେ ଜଙ୍ଗଲ ଭିତରେ ଜଳି ଯାଇଥିଲା । ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ନେପାଳରେ ନିଖୋଜ ହୋଇଥିଲା ଯାତ୍ରୀବାହୀ ବିମାନ

ନେପାଳରେ ନିଖୋଜ ହୋଇଥିଲା ଯାତ୍ରୀବାହୀ ଘରୋଇ ବିମାନ । ଏଥିରେ ବିମାନରେ ଥିବା ସମସ୍ତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୨ ଜଣଙ୍କ ମଧ୍ୟରେ ଥିଲେ ୪ ଜଣ ଓଡ଼ିଆ । ସେମାନେ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀ । ସମସ୍ତେ ଗୋଟିଏ ପରିବାରର ଏବଂ ଭୁବନେଶ୍ୱର ଜୟଦେବ ବିହାର ବାସିନ୍ଦା । ମୋଟ ୨୨ ଜଣ ଯାତ୍ରୀ ଓ କ୍ରିଉ ସଦସ୍ୟଙ୍କୁ ନେଇ ଯାଇଥିବା ତାରା ଏୟାରର ଏକ ଛୋଟ ବିମାନ ମୁସ୍ତାଙ୍ଗ ଠାରେ ନିଖୋଜ ହୋଇଯାଇଥିଲା ।

ପାକିସ୍ତାନ ବନ୍ୟା

ବନ୍ୟାରେ ଭାସିଥିଲା ପାକିସ୍ତାନ । ପାଣିରେ ବୁଡ଼ିଥିଲା ଦେଶର ଏକ ତୃତୀୟାଂଶ ଅଞ୍ଚଳ। ପାକିସ୍ତାନରେ ହୋଇଥିବା ଭୟଙ୍କର ବନ୍ୟାରେ ୧୭ ଶହ ୩୯ ଜଣ ଲୋକଙ୍କର ଜୀବନ ଯାଇଥିଲା । ସାଢ଼େ ୩ କୋଟି ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ । ଖାଦ୍ୟ ଓ ପିଇବା ପାଣି ପାଇଁ ହାହାକାର ଖେଳି ଯାଇଥିବା ବେଳେ ଖୋଲା ରାଜପଥ ପାଲଟିଥିଲା ଆଶ୍ରୟସ୍ଥଳ । ପାକିସ୍ତାନର ଆର୍ଥିକ ସଂକଟ ଉତ୍କଟ ସ୍ଥିତିରେ ଥିବା ବେଳେ ବନ୍ୟାର ତାଣ୍ଡବ ପାକିସ୍ତାନବାସୀଙ୍କୁ ଅକଥନୀୟ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିଲା ।

pakistan flood(pakistan flood)

UAEର ଜଳପ୍ରଳୟ

ମରୁଭୂମିରେ ଜଳପ୍ରଳୟ । ଆରବରେ ଅଚାନକ ବର୍ଷା ଓ ବନ୍ୟା ବିତ୍ପାତ । ୨ ଦିନର ଲଗାଣ ବର୍ଷା ପରେ ଜଳମଗ୍ନ ହୋଇଥିଲା ସଂଯୁକ୍ତ ଆରବ୍ ଏମିରେଟ୍ସ ବା UAEର ଦୁଇଟି ସହର । ଘରଦ୍ୱାର, ଦୋକାନ ବଜାର, ରାସ୍ତାଘାଟ ପାଣିରେ ବୁଡ଼ିରହିଥିବା ବେଳେ, ମାଳ ମାଳ ଗାଡ଼ି ଭାସିଥିବା ଦେଖିବାକୁ ମିଳିଥିଲା । ବହୁଲୋକ ଜଳବନ୍ଦୀ ହୋଇଥିଲେ ସାଧାରଣତଃ ଖୁବ୍ କମ୍ ବର୍ଷା ହେଉଥିବା ମଧ୍ୟପ୍ରାଚ୍ୟରେ ହୋଇଥିଲା ଅକସ୍ମାତ ଜଳ ପ୍ରଳୟ ।

ତାଇଓ୍ୱାନ ଭୂକମ୍ପ

ଘନ ଘନ ଭୂକମ୍ପରେ ଥରିଲା ତାଇଓ୍ୱାନ । ୨ ଦିନ ଭିତରେ ଲଗାତର ତୃତୀୟ ଥର ପାଇଁ ଭୂକମ୍ପ ହେବାରୁ ଏହି ପୂର୍ବ ଏସୀୟ ରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଭୂକମ୍ପର ତୀବତ୍ରା ଥିଲା ୬.୫ । ଫଳରେ ବଡ଼ ବଡ଼ କୋଠା ଦବି ଯାଇଥିଲା । କେଉଁଠି ରାସ୍ତାସବୁ ଫାଟି ଆଁ କରିଥିଲା ତ କେଉଁଠି ଭୂକମ୍ପରେ ଥରି ଟ୍ରାକରୁ ବାହାରି ଯାଇଥିଲା ଚଳନ୍ତା ରେଳ । ସେହିଭଳି ବିଜୁଳି, ଯୋଗାଯୋଗ ଓ ଭିତ୍ତିଭୂମି ବ୍ୟବସ୍ଥା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଭୂକମ୍ପରେ ରାଜଧାନୀ ତାଇପେଇ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହୋଇଥିଲା ଭୂକମ୍ପ ପରେ ଦକ୍ଷିଣ ଜାପାନକୁ ସୁନାମୀ ଆଲର୍ଟ ଜାରି କରିଥିଲା ଜାପାନ ପାଣିପାଗ ସଂସ୍ଥା ।

ଇଣ୍ଡୋନେସିଆରେ ବଡ଼ ଭୂମିକମ୍ପ

ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ । ଏଥିରେ ୩୩୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୨ ହଜାରରୁ ଅଧିକ ଆହତ ହୋଇଥିବା ବେଳେ ୮ ଜଣ ନିଖୋଜ ଥିଲେ ଦ୍ୱୀପ ରାଜ୍ୟ ଜାଭାରେ । ଏହି ଭୂମିକଂପ ହୋଇଥିଲା ଜାଭାରେ ଅନେକ ଘରଦ୍ୱାର ଭାଙ୍ଗିରୁଜି ଯାଇଥିଲା । ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଥିଲେ । ଭୂମିକଂପ ଝଟକା ପରେ ବହୁ ଲୋକ ଘରୁ ବାହାରି ଖୋଲା ସ୍ଥାନକୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ଦୋକାନ ବଜାର, ହସ୍ପିଟାଲ, ସ୍କୁଲ ଘର ନଷ୍ଟ ହୋଇଥିଲା ।

Indonesia earthquake (Indonesia earthquake)

ଆମେରିକା ବରଫ ଝଡ଼

ଆମେରିକାରେ ଜନଜୀବନକୁ ଠପ୍ କରିଦେଇଛି ବରଫ ଝଡ଼ । ଏଥିରେ ୬୦ରୁ ଅଧିକ ଲୋକଙ୍କର ଜୀବନ ନେଇଛି ଏହି ଭୟଙ୍କର ଦୁର୍ବିପାକ, ଯାହାକୁ କୁହାଯାଉଛି ବମ୍ ସାଇକ୍ଲୋନ୍ । ଗମନାଗମନ, ବିମାନସେବା, ବିଦୁ୍ୟତ ସରବରାହ, ସବୁକିଛି ବାଧାପ୍ରାପ୍ତ ହୋଇଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଆମେରିକା, କାନାଡ଼ା, ମେକ୍ସିକୋ ଓ ଫ୍ଲୋରିଡ଼ାର କୋଟି କୋଟି ଲୋକ । ଫସର ଫାଟିଯାଇଛି ବଡ଼ଦିନ ସେଲିବ୍ରେସନ୍ ।

Flashback 2022
Advertisment
Advertisment